Historic Milestone: ପ୍ରଥମ ପରୀକ୍ଷଣରେ ସଫଳତାର ସହ ଉତକ୍ଷେପଣ କଲା ବିକ୍ରମ-୧, ଇତିହାସ ରଚିଲା ସ୍କାଏରୁଟ୍
ଭାରତର ଘରୋଇ ମହାକାଶ କ୍ଷେତ୍ର ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟରେ ପହଞ୍ଚିଛି । ସ୍କାଏରୁଟ୍ ଏରୋସ୍ପେସ୍ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC-SHAR)ରୁ ଦେଶର ପ୍ରଥମ ଘରୋଇ ଭାବରେ ବିକଶିତ ଅର୍ବିଟାଲ- କ୍ଲାସ ରକେଟ୍ ବିକ୍ରମ-1କୁ ସଫଳତାର ସହିତ ଉତକ୍ଷେପଣ କରିଛି।
ମିଶନ ଆଗମନ ନାମକ ଏହି ଐତିହାସିକ ମିଶନ କକ୍ଷପଥ ପ୍ରକ୍ଷେପଣ ବ୍ୟବସାୟରେ ଭାରତୀୟ ଘରୋଇ ଶିଳ୍ପର ଆଗମନ ନିଶ୍ଚିତ କରିଛି । ଏହା ଦେଶକୁ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାନିତ କରିଛି, ଯେଉଁଠାରେ ବାଣିଜ୍ୟିକ କମ୍ପାନୀ ସ୍ୱାଧୀନ ଭାବରେ କକ୍ଷପଥ ରକେଟ ବିକଶିତ ଏବଂ ଉତକ୍ଷେପଣ କରିଛି।
ପ୍ରାୟ ସାତ ମହଲା ଉଚ୍ଚତା ବିଶିଷ୍ଟ ବିକ୍ରମ-୧ ହେଉଛି ଏକ ସମ୍ପୂର୍ଣ୍ଣ କାର୍ବନ କମ୍ପୋଜିଟ୍ । ଏହା ଏକ ବହୁ-ସ୍ତରୀୟ ପ୍ରକ୍ଷେପଣ ଯାନ ଯାହା ନିମ୍ନ ପୃଥିବୀ କକ୍ଷପଥରେ 350 କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ପେଲୋଡ୍ ରଖିବାରେ ସକ୍ଷମ। ଏହି ରକେଟ୍ ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶା ଜ୍ଞାନକୌଶଳରେ ତିଆରି । ଏଥିରେ ଉନ୍ନତ 3D-ପ୍ରିଣ୍ଟେଡ୍ ରକେଟ୍ ଇଞ୍ଜିନ୍ ଏବଂ ଉଚ୍ଚ-କ୍ଷମତା ସମ୍ପନ୍ନ ସଲିଡ୍ ରକେଟ୍ ମୋଟର ମଧ୍ୟ କହିଛି।
ପ୍ରଥମ ପରୀକ୍ଷଣ ଉଡ଼ାଣରେ Grahaa Space, Cosmoserve, DCubed ଏବଂ Skyroot ର ନିଜସ୍ୱ SCOPE ପରୀକ୍ଷଣରୁ ଅନେକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ପେଲୋଡ୍ ବହନ କରାଯାଇଥିଲା। ଏହା ସହିତ ପ୍ରତୀକାତ୍ମକ ପେଲୋଡ୍ ମଧ୍ୟ ଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା "ବନ୍ଦେ ମାତରମ୍" ପୋଷ୍ଟକାର୍ଡ, ବର୍ତ୍ତମାନ ଏବଂ ପୂର୍ବତନ ISRO ଅଧ୍ୟକ୍ଷ, ଭାରତୀୟ ମହାକାଶଚାରୀ, Skyroot କର୍ମଚାରୀ, ନିବେଶକ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ସମର୍ଥକଙ୍କ ହାତଲେଖା ବାର୍ତ୍ତା ଅନ୍ତର୍ଭୁକ୍ତ ଥିଲା।
ଉଡ଼ାଣରେ ରକେଟର କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରିବା ବ୍ୟତୀତ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ତଥ୍ୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହା ସ୍କାଏରୁଟ୍କୁ କିଛି ବିଶେଷ ତଥ୍ୟ ଦେବ, ଯାହା ସ୍କାଏରୁଟ୍ ପରିବାରକୁ ଆହୁରୁ ଅଧିକ ମାର୍ଜିତ ହୋଇ କାମ କରିବାର ପ୍ରେରଣା ଯୋଗାଇବ । ଏହି ସଫଳ ମିଶନ ଭାରତର ମହାକାଶ କ୍ଷେତ୍ରର ସଂସ୍କାର ପାଇଁ ଏକ ବଡ଼ ବିଜୟକୁ ପ୍ରତିନିଧିତ୍ୱ କରୁଛି । ଏହା ISRO ସହିତ ମିଶି ରକେଟ୍, ଉପଗ୍ରହ ଏବଂ ପ୍ରକ୍ଷେପଣ ସେବା ନିର୍ମାଣ ପାଇଁ ଘରୋଇ କମ୍ପାନୀଗୁଡ଼ିକର ଦ୍ୱାର ଖୋଲିଦେଇଛି।
ସ୍କାଏରୁଟ୍ ୨୦୧୮ ମସିହାରେ ପୂର୍ବତନ ISRO ବୈଜ୍ଞାନିକ ପବନ କୁମାର ଚନ୍ଦନା ଏବଂ ନାଗା ଭାରତ ଡାକାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେମାନେ ଦ୍ରୁତ ଗତିରେ ବଢ଼ୁଥିବା ଛୋଟ ସାଟେଲାଇଟ୍ ବଜାର ପାଇଁ ମହାକାଶକୁ ଅଧିକ ସୁଲଭ, ନିର୍ଭରଯୋଗ୍ୟ ଏବଂ ପ୍ରତିକ୍ରିୟାଶୀଳ କରିବାର କଳ୍ପନା କରିଥିଲେ। କମ୍ପାନୀଟି ପ୍ରଥମ ଥର ପାଇଁ ୨୦୨୨ ମସିହାରେ ଇତିହାସ ରଚିଥିଲା । ସେତେବେଳେ ଏହାର ବିକ୍ରମ-S ମହାକାଶରେ ପହଞ୍ଚି ଭାରତର ପ୍ରଥମ ଘରୋଇ ଭାବରେ ନିର୍ମିତ ରକେଟର ମାନ୍ୟତା ପାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।