Facebook Update: ଫେସବୁକ୍ରେ ମେଟା ଖୁବ୍ ଶୀଘ୍ର ଆଣିବ ନୂଆ ଅପଡେଟ୍, ମିଳିବ ଟିକଟକ୍ ଭଳି ଫିଚର
ନୂଆଦିଲ୍ଲୀ,୨୬।୭: ମେଟା ନିଜର ସୋସିଆଲ ମିଡିଆ ପ୍ଳାଟଫର୍ମରେ ଅନେକ ଗୁଡିଏ ଅପଡେଟ୍ ଦେଇଥାଏ। ଏବେ ଫେସବୁକ୍ରେ ମଧ୍ୟ ମେଟା ଖୁବ୍ ଶୀଘ୍ର ଏକ ନୂଆ ପରିବର୍ତ୍ତନ କରିବା ଆରମ୍ଭ କରିଛି। ମିଡିଆ ରିପୋର୍ଟ ଅନୁସାରେ, କମ୍ପାନୀ ଏକ ନୂଆ ଫିଚର ଟେଷ୍ଟ କରୁଛି। ଏହା ଆସିବା ପରେ ୟୁଜର ଯେତେବେଳେ ବି ନିଜର ଆପ୍ ଖୋଲିଲେ ସେତେବେଳେ ତାଙ୍କୁ ଫୁଲ୍ ସ୍କ୍ରିନ୍ ଭିଡିଓ ଫିଡ୍ ଦେଖାଯିବ। ଉଲ୍ଲେଖନୀୟ ଯେ, ଏହି ଫିଚର ଟିକଟକ୍କୁ ସିଧା ଟକ୍କର ଦେବ । ଆସନ୍ତୁ ଜାଣିବା କିଭଳି କାମ କରିବ ଏହି ଫିଚର।
ମେଟାର ସୂଚନା ଅନୁସାରେ, ନୂଆ ଇଣ୍ଟରଫେସ୍ର ଉଦେଶ୍ୟ ସେହି ଲୋକଙ୍କୁ ଉନ୍ନତ ଅନୁଭବ ପ୍ରଦାନ କରିବା, ଯେଉଁମାନେ ଫେସବୁକ୍ରେ ଭିଡିଓ ଦେଖାଇବାରେ ଅଧିକ ସମୟ ବିତାଇଥାନ୍ତି। ଏଭଳି ୟୁଜର୍ସଙ୍କୁ ଏଭଳି ଆପ୍ ସିଧା ଇମାର୍ସିଭ ଫୁଲ୍ ସ୍କ୍ରିନ୍ ଭିଡିଓ ମୋଡ୍ରେ ଖୋଲିବ, ଯାହାଦ୍ବାରା କଣ୍ଟେଣ୍ଟ ଦେଖିବାର ଏକ୍ସପିରିୟନ୍ସ ପୂର୍ବଠାରୁ ଅଧିକ ଆକର୍ଷଣୀୟ ହୋଇଯିବ। ତେବେ କମ୍ପାନୀ ସ୍ପଷ୍ଟ କରିଛି ଯେ, ଏହି ଫିଚର ସବୁ ୟୁଜରଙ୍କ ଉପରେ ଲାଗୁ ହେବନି।
ଫେସବୁକ୍ ବଦଳିବାର କାରଣ କ’ଣ ?
ଗତ କିଛି ବର୍ଷରେ ଫେସବୁକରେ ଲୋକ କମ୍ ଆକ୍ଟିଭ ରହୁଚନ୍ତି। ଏବେ ବହୁ କମ୍ ୟୁଜର୍ସ ପୋଷ୍ଟ ସେୟାର କରୁଛନ୍ତି। ପ୍ରୋଫାଇଲ ଅପଡେଟ୍ କରୁଛନ୍ତି କିମ୍ବା ସାଙ୍ଗଙ୍କ ସହିତ କଥା ହେଉଛନ୍ତି। ତେବେ ଅନ୍ୟପକ୍ଷେ ସର୍ଟ ଭିଡିଓ ଦେଖିବାର ଟ୍ରେଣ୍ଡ ଖୁବ୍ ଦୃତ ଗତିରେ ବଢିବାରେ ଲାଗିଛି। ଏହାକୁ ଦେଖି ମେଟାର କହିବା ଅନୁସାରେ, ଆଜି ବହୁ ସଂଖ୍ୟାରେ ଲୋକେ ସୋସିଆଲ ମିଡିଆରେ କେବଳ କଣ୍ଟେଣ୍ଟ ଦେଖୁଛନ୍ତି। ତେଣୁ ତାଙ୍କୁ ପସନ୍ଦ ହିସାବରେ ଭିଡିଓ ଦେଖାଇବା ଅଧିକ ଭଲ ଅପ୍ସନ ପ୍ରମାଣିତ ହୋଇପାରେ।
ପୁରୁଣା ଫେସବୁକ୍ର ବି ରହିବ ଅପ୍ସନ
ଏହି ଫିଚର ଟେଷ୍ଟିଂ ଫେଜ୍ରେ ରହିଛି ଓ ୟୁଜର ପୁଣିଥରେ ଫେସବୁକ୍ର ପୁରୁଣା ଭର୍ସନ ବି ବ୍ୟବହାର କରିବାର ଅପ୍ସନ ପାଇବେ। ଯଦି ୟୁଜରଙ୍କୁ ଏହାର ନୂଆ ଫିଚର ଭଲ ଲାଗିବନି ତେବେ ସେମାନେ ପୁରୁଣା ଫିଚରକୁ ଆସିପାରିବେ । ମେଟା ବର୍ତ୍ତମାନ ୟୁଜର୍ସଙ୍କ ରିଆକ୍ସନ ବୁଝିବା ପରେ ଅନ୍ତିମ ନିଷ୍ପତ୍ତି ନେବ।
ଏଆଇର ନିଆଯିବ ସାହାଯ୍ୟ
ଇନଷ୍ଟାଗ୍ରାମ୍ର ମୁଖ୍ୟ ଆଡାମ ମୋସେରୀଙ୍କ କହିବା ଅନୁସାରେ, କେବଳ ଫ୍ରେଣ୍ଡ ଏବଂ ଫଲୋ ପାଇଁ ତିଆରି କରାଯାଇଥିବା ଆକାଉଣ୍ଟର ପୋଷ୍ଟ ଦେଖିବାରେ ୟୁଜର୍ସଙ୍କୁ ସୀମିତ କଣ୍ଟେଣ୍ଟ ମିଳିଥାଏ। କିନ୍ତୁ ଯଦି ଏଆଇ ଓ ରେକମେଣ୍ଡସନ୍ ସିଷ୍ଟମ ସାହାଯ୍ୟରେ କୋଟି କୋଟି ନୂଆ ପୋଷ୍ଟରୁ ୟୁଜରଙ୍କ ଇଣ୍ଟରେଷ୍ଟ ଅନୁସାରେ, ଭିଡିଓ ସିଲେକ୍ଟ କରାଯାଏ ତେବେ ଏହାର ଏକ୍ସପିରିୟନ୍ସ ଅଧିକ ଭଲ ହୋଇପାରେ।
ଆହୁରି ପଢନ୍ତୁ : ଟ୍ରେନ୍ରେ ମିଳିବନି ମଇଳା ଓ ଦାଗ ଥିବା ଚାଦର: ରେଲଓ୍ବେ ଲଣ୍ଡ୍ରିକୁ ଆସିଲା ଏଆଇ କ୍ୟାମେରା, କିଛି ସେକେଣ୍ଡରେ ଚିହ୍ନଟ କରିବ ଦାଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।