30 JULY 2026

Welcome!

Unlock your personalized experience.
Sign Up

Elephant Trapped : ଟ୍ରେଞ୍ଚ କାଦୁଅରେ ପଶି ହନ୍ତସନ୍ତ ହେଲା ଦନ୍ତା

Jul 30, 2026 - 09:58
Elephant Trapped : ଟ୍ରେଞ୍ଚ କାଦୁଅରେ ପଶି ହନ୍ତସନ୍ତ ହେଲା ଦନ୍ତା

ପାଟଣା, ୩୦/୦୭ : କାଦୁଅରେ ପଶି ହନ୍ତସନ୍ତ ହେଲା ଦନ୍ତା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେ ୨୫ ଟିକିଆ ହାତୀପଲ ଚଳପ୍ରଚଳ କରୁଥିଲେ। ଏହି ସମୟରେ ଦନ୍ତା ହାତୀଟି ବାଉଁଶୁଳି ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଖୋଳା ଯାଇଥିବା ଟ୍ରେଞ୍ଚ କାଦୁଅରେ ଫସି ହନ୍ତସନ୍ତ ହୋଇଥିଲା। ବାରମ୍ବାର ଉଠିବାକୁ ହାତୀଟି ଚେଷ୍ଟା କରୁଥିବା ବେଳେ ପଛ ଗୋଡ଼ ଦୁଇଟି କାଦୁଅରେ ଫସି ଯିବାରୁ ଉଠି ପାରିନଥିଲା। ଶେଷରେ ବହୁ ସମୟର ଉଦ୍ୟମ ପରେ ହାତୀଟି କାଦୁଅରୁ ଉଠି ଆସିଥିଲା।  

ତେବେ ହାତୀଟି କାଦୁଅରୁ ବାହାରିବା ପରେ ବାଉଁଶୁଳି ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ କିଛି ସମୟ ଯାଏଁ ଛିଡା ହୋଇ ରହିଥିଲା। ଫଳରେ ସେହି ରାସ୍ତାରେ ଗାଡି ଚାଳଚଳ ବ୍ୟାହତ ହୋଇଥିଲା। ଲୋକମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲେ। ହାତୀଟି ଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ଆହୁରି ପଢନ୍ତୁ- Flood Crisis : ବନ୍ୟା ନେଲାଣି ୭ ଜୀବନ, କେନ୍ଦୁଝରରେ ୫, ଭଦ୍ରକ ଓ ସମ୍ବଲପୁରରେ ୨ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।