Duleep Trophy 2026 : RCBକୁ ଚାମ୍ପିୟନ କରାଇଥିବା ରଜତ ପାଟିଦାର ହେଲେ ଏହି ଦଳର ଅଧିନାୟକ
ନୂଆଦିଲ୍ଲୀ,୧/୮ : ରଜତ ପାଟିଦାର ଗତ କିଛି ବର୍ଷ ଧରି ଲଗାତର ଭାବେ ଭଲ ପ୍ରଦର୍ଶନରେ ପ୍ରଭାବିତ କରିଛନ୍ତି। ଯଦିଓ ସେ ଜାତୀୟ ଦଳକୁ ଫେରିପାରି ନାହାଁନ୍ତି, ମାତ୍ର ଘରୋଇ ଏବଂ ଲିଗ୍ କ୍ରିକେଟରେ ଛାଇ ଯାଇଛନ୍ତି । ଅଧିନାୟକ ଭାବେ ସେ ୧୮ବର୍ଷ ପରେ RCBକୁ ପ୍ରଥମ IPL ଟାଇଟଲ୍ (୨୦୨୫)ରେ ଜିତାଇଛନ୍ତି । ଏହାପରେ ସେ ଫ୍ରାଞ୍ଚାଇଜ୍କୁ ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ କରାଇଛନ୍ତି । ବର୍ତ୍ତମାନ, ସେ ଦୁଲୀପ ଟ୍ରଫିରେ ସେଣ୍ଟ୍ରାଲ୍ ଜୋନ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ ।
ସେଣ୍ଟ୍ରାଲ୍ ଜୋନ୍ ଦୁଲୀପ ଟ୍ରଫି ପାଇଁ ଦଳ ଘୋଷଣା କରିଛି । ରଜତ ପାଟିଦାର ଅଧିନାୟକ, ରିଙ୍କୁ ସିଂହଙ୍କୁ ଉପ-ଅଧିନାୟକ କରାଯାଇଛି । ଏହି ଦଳରେ ହର୍ଷ ଦୁବେ, ଯଶ ଠାକୁର, ଆର୍ଯ୍ୟନ୍ ଜୁୟାଲ୍ ଏବଂ ଅରଶଦ ଖାନ ମଧ୍ୟ ଅଛନ୍ତି। ରଜତଙ୍କ ମଧ୍ୟପ୍ରଦେଶ ସାଥୀ ସାରାଂଶ ଜୈନଙ୍କୁ ବି ଟିମରେ ସାମିଲ କରାଯାଇଛି, ଯାହାଙ୍କୁ ନିକଟରେ ପ୍ରଥମ ଥର ଲାଗି ଜାତୀୟ ଦଳରେ ଚୟନ କରାଯାଇଥିଲା । ସାରାଂଶଙ୍କୁ ଶ୍ରୀଲଙ୍କା ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇଛି।
୨୦୨୫-୨୬ ରଣଜୀ ଟ୍ରଫିରେ ଉତ୍କୃଷ୍ଟ ପ୍ରଦର୍ଶନର ପୁରସ୍କାର ଅମନ ମୋଖାଡ଼େଙ୍କୁ ମିଳିଛି । ବିଦର୍ଭ ଲାଗି ଓପନିଂ କରିଥିବା ଅମନ ୧୧ ପାଳିରେ ୭୬୦ରନ୍ କରିଥିଲେ, ତାଙ୍କର ପ୍ରତିଶତ ୭୬ରହିଥିଲା । ଛତିଶଗଡ଼ର ଓପନର ଆୟୁଷ ପାଣ୍ଡେଙ୍କୁ ବି ଟିମରେ ଚୟନ କରାଯାଇଛି, ଯିଏ ନିକଟରେ ଶ୍ରୀଲଙ୍କାରେ ‘ଭାରତ ଏ’ ଲାଗି ଡେବ୍ୟୁ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।