WEDNESDAY
01 JULY 2026

Welcome!

Unlock your personalized experience.
Sign Up

Drown in Saryu River : ମହିଳାଙ୍କୁ ବଞ୍ଚାଇବାକୁ ଯାଇ ସରଯୁ ନଦୀରେ ବୁଡ଼ିଗଲେ : ୩ ମୃତ , ୨ ନିଖୋଜ …ସର୍ଚ୍ଚ ଅପରେସନ ଜାରି

Jun 30, 2026 - 23:40
Drown in Saryu River : ମହିଳାଙ୍କୁ ବଞ୍ଚାଇବାକୁ ଯାଇ ସରଯୁ ନଦୀରେ ବୁଡ଼ିଗଲେ : ୩ ମୃତ , ୨ ନିଖୋଜ …ସର୍ଚ୍ଚ ଅପରେସନ ଜାରି

ଲକ୍ଷ୍ମୌ – ମଙ୍ଗଳବାର ଅପରାହ୍ନରେ ଅଯୋଧ୍ୟା ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ସରଯୁ ନଦୀରେ ଗାଧୋଇବା ସମୟରେ ଗୋଟିଏ ପରିବାରର ସଦସ୍ୟ ବୁଡ଼ି ଯିବାରୁ ତିନି ଜଣ ମହିଳା ପ୍ରାଣ ହରାଇ ଥିବା ବେଳେ ଦୁଇ ଜଣ ଝିଅ ନିଖୋଜ ଅଛନ୍ତି। ଡାଇଭର ଓ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ(ଏସଡିଆରଏଫ) ସହାୟତାରେ ଉଦ୍ଧାରକାରୀ ଟିମ୍ ନିଖୋଜ ଝିଅମାନଙ୍କୁ ତଲାସ ଅଭିଯାନ ଜାରି ରଖିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ସୂଚନା ଅନୁସାରେ , ଘଟଣାଟି ଦିନ ପ୍ରାୟ ୧ଟା ବେଳେ ରାଉନାହି ଥାନା ଅଞ୍ଚଳର ସାନାହା ଗାଁ ନିକଟରେ ଘଟିଛି। ପୁଲିସର ସୂଚନା ଅନୁସାରେ ,ଗୋଟିଏ ପରିବାରର ଦୁଇ ଜଣ ମହିଳା ଓ ଚାରି ଜଣ ଝିଅ ଗାଁରୁ ପ୍ରାୟ ୩ କିଲୋମିଟର ଦୂର ନଦୀ କୂଳକୁ ବୁଲିବାକୁ ଯାଇଥିଲେ।

ପୁଲିସର କହିବାନୁସାରେ , ଆକ୍ରମଙ୍କ ସ୍ତ୍ରୀ ସଜରୁଲ ନିଶା (୪୫) ଗାଧୋଇବାକୁ ନଦୀରେ ପଶି ଥିଲେ, ସେ ଗଭୀର ପାଣିରେ ପଶି ଯାଇ ବୁଡ଼ି ଯାଇଥିଲେ ,ତାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ଝିଅ ନାଜିଆ (୧୬) , ମରିୟମ ( ୧୮) ,ରଶୁଦା (୧୫) ଓ ଆଉ ଜଣେ ସଂପର୍କୀୟ ମହିଳା ଶାହିନ (୩୫) ନଦୀରେ ପଶି ଥିଲେ। ସେମାନେ ନଦୀର ଗଭୀର ଜଳରେ ଫସି ଯାଇ ବୁଡ଼ିବାକୁ ଲାଗିଲେ। ନଦୀ କୂଳରେ ଥିବା ଜଣେ ଝିଅ ଜୋରରେ ଚିତ୍କାର କରିଥିଲେ। ନିକଟସ୍ଥ ଗାଁ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରାୟ ଦେଢ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଗାଁ ଲୋକେ ଓ ଜରୁରୀକାଳୀନ ସହାୟତା ଦଳ ନଦୀରୁ ସଜରୁଲ ନିଶା , ଶାହିନ ଓ ମରିଅମଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଉକ୍ତ ରିପୋର୍ଟ ଲେଖା ହେବା ବେଳକୁ ନିଖୋଜ ଦୁଇ ଝିଅ ନାଜିଆ ଓ ରଶିଦାଙ୍କ ତଲାସ ଜାରି ରହିଥିଲା। ରୌନାହି ଷ୍ଟେସନ ହାଉସ ଅଫିସର ରତ୍ନା ଶର୍ମାଙ୍କ ମୁତାବିକ, ଘଟଣା ବିଷୟରେ ସୂଚନା ପାଇବା ପରେ ପୁଲିସ , ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଉଦ୍ଧାର ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ଅବଗତ ହୋଇଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଏସଡିଆରଏଫ ସହାୟତାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା, ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ମଧ୍ୟ ପଢନ୍ତୁ :  ୬୬୩ଟି ମାମଲା, ଫାଶୀ ଦଣ୍ଡାଦେଶ...ତଥାପି କାହିଁକି ବାଂଲାଦେଶ ଫେରୁଛନ୍ତି ଶେଖ୍ ହାସିନା ?