Donald Trump: ଟ୍ରମ୍ପଙ୍କୁ ବଡ଼ ଝଟକା, ସଂସଦରେ ଯୁଦ୍ଧ ରୋକିବାକୁ ପ୍ରସ୍ତାବ ପାରିତ, ରାଷ୍ଟ୍ରପତି କହିଲେ ମୁଁ...

Jun 25, 2026 - 12:36
Donald Trump: ଟ୍ରମ୍ପଙ୍କୁ ବଡ଼ ଝଟକା, ସଂସଦରେ ଯୁଦ୍ଧ ରୋକିବାକୁ ପ୍ରସ୍ତାବ ପାରିତ, ରାଷ୍ଟ୍ରପତି କହିଲେ ମୁଁ...

ନୂଆଦିଲ୍ଲୀ,୨୫/୦୬; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇନାର ନୀତିକୁ ନେଇ ଆମେରିକାରେ ପୁଣି ବିବାଦ ଦେଖାଦେଇଛି । ଆମେରିକା ସିନେଟ୍ ଟ୍ରମ୍ପ ପ୍ରଶାସନକୁ ଇରାନ ବିରୋଧରେ ସୈନ୍ୟ ଅଭିଯାନକୁ ସମାପ୍ତ କରିବାକୁ ଦାବି କରି ପ୍ରସ୍ତାବ ପାରିତ କରିଛି । ଏହା ଟ୍ରମ୍ପଙ୍କୁ ଏକ ବଡ଼ ରାଜନୈତିକ ଝଟକା ଦେଇ ଦେଶର ସଂସଦ ଇରାନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ପ୍ରସ୍ତାବ ପାରିତ କରିଛି । ପୂର୍ବରୁ ପ୍ରତିନିଧି ସଭାରେ ପାସ୍ ହୋଇଥିବା ଏହି ପ୍ରସ୍ତାବକୁ ଗତକାଲି ସିନେଟ୍ ମଧ୍ୟ ଅନୁମୋଦନ ପ୍ରଦାନ କରିଛି । ତେବେ ଟ୍ରମ୍ପ ସଂସଦର ଏହି ଆଦେଶକୁ ସମାଲୋଚନା କରିବା ସହିତ ଏହାକୁ ମାନିବା ଲାଗି ସେ ବାଧ୍ୟ ନୁହଁନ୍ତି ବୋଲି କହିଛନ୍ତି ।
 

 

ଏହା ବି ପଢନ୍ତୁ...Donald Trump: ଯୁଦ୍ଧ ସ୍ଥିତି ମଧ୍ୟରେ ନାଟୋ ସଂଗଠନରେ ବଡ଼ ଫାଟ ! ନାଟୋ ମୁଖ୍ୟଙ୍କ ସହ ମୁହାଁମୁହିଁ ହେଲେ ଟ୍ରମ୍ପ, ଖୋଲିଲେ ୟୁରୋପର ପୋଲ୍‌