Dhabaleswar Temple: ଶ୍ରାବଣର ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠ ହେବ ତ ଜଳଲାଗି ? ଦ୍ୱନ୍ଦ୍ୱରେ କାଉଡ଼ିଆ, ପୂଜକ...
ଆଠଗଡ଼ ୦୨/୦୮: ଶ୍ରାବଣର ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳ ଲାଗିକୁ ନେଇ ଦ୍ୱନ୍ଦ୍ୱ । ମହାନଦୀରେ ବନ୍ୟା ପାଇଁ ଦର୍ଶନ ଓ ଜଳଲାଗି ଉପରେ ଲାଗିଛି କଟକଣା।ଧବଳେଶ୍ୱର ପୀଠକୁ ନଯିବା ଲାଗି ଭକ୍ତଙ୍କୁ ବାରଣ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ ବୋଲି କଟକ ଜିଲ୍ଲା ପ୍ରଶାସନ କଟକଣା ଜାରି ହୋଇଥିଲା। କଟକଣା ପାଇଁ ଦ୍ୱନ୍ଦ୍ୱ ହଜାର ହଜାର କାଉଡ଼ିଆ। କାଲି ବାବା ଧବଳେଶ୍ବରଙ୍କୁ କେମିତି କରିବେ ଜଳଲାଗି। କାଉଡ଼ିଆଙ୍କ ସହ ଶ୍ରଦ୍ଧାଳୁ ଓ ମନ୍ଦିର ପୂଜକ ସମାଜ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜଳଲାଗି ଓ ଦର୍ଶନ ସମ୍ପର୍କରେ ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ :- Odisha Flood Updates: ବାଲିଯାତ୍ରା ପଡିଆ ଏବଂ ଗଡ଼ଗଡିଆ ଘାଟରେ କଟକଣା, କାଉଡିଆଙ୍କ ପାଣି ଉଠା ଉପରେ ରୋକ୍
ସୂଚନା ଅନୁଯାୟୀ, ମହାନଦୀରେ ବନ୍ୟା ସ୍ଥିତି ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ତାରିଖ ଯାଏ କଟକଣା ଜାରି ହୋଇଥିଲା। ଫଳରେ ଆଠଗଡ଼ ବାବା ଧବଳେଶ୍ୱର ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରର ଜଳଲାଗିକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର ଥିବାରୁ ବନ୍ୟା ପରିସ୍ଥିତି ଓ ପ୍ରଶାସନିକ କଟକଣା କାରଣରୁ କାଉଡ଼ିଆ, ଶ୍ରଦ୍ଧାଳୁ ଓ ପୂଜକ ସମାଜ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜଳଲାଗି ଓ ଦର୍ଶନ ସମ୍ପର୍କରେ ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ :-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।