01 AUGUST 2026

Welcome!

Unlock your personalized experience.
Sign Up

CWG 2026: ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଜସମିନ୍ ଲାମ୍ବୋରିଆ; ଭାରତୀୟ ସେନାରେ ରଚି ସାରିଛନ୍ତି ଇତିହାସ

Aug 01, 2026 - 17:13
CWG 2026: ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଜସମିନ୍ ଲାମ୍ବୋରିଆ; ଭାରତୀୟ ସେନାରେ ରଚି ସାରିଛନ୍ତି ଇତିହାସ
  • CWG 2026ର ମହିଳା ୫୭ କେଜି ବକ୍ସିଂରେ ଭାରତର ଜସମିନ୍ ଲାମ୍ବୋରିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି
  • ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର ଡିଫେଣ୍ଡିଂ ଚାମ୍ପିଅନ୍ ମାଇକେଲା ୱାଲ୍ସଙ୍କୁ ୫-୦ରେ ପରାସ୍ତ କରିଛନ୍ତି
  • ପ୍ରୀତି ପାୱାରଙ୍କ ପରେ ଜସମିନ୍ CWG 2026ରେ ବକ୍ସିଂରେ ସ୍ୱର୍ଣ୍ଣ ଜିତିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି
  • ବର୍ମିଂହାମ CWG 2022ରେ ବ୍ରୋଞ୍ଜ ଜିତିଥିବା ଜସମିନ୍ ଏଥର ସ୍ୱର୍ଣ୍ଣ ଜିତି ନୂଆ ଇତିହାସ ରଚିଛନ୍ତି
  • ଜସମିନ୍ ଭାରତୀୟ ସେନାର ପ୍ରଥମ ମହିଳା ବକ୍ସର ଏବଂ ବର୍ତ୍ତମାନ ନାଏବ ସୁବେଦାର ଭାବେ କାର୍ଯ୍ୟରତ

ନୂଆଦିଲ୍ଲୀ,୦୧/୦୮: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା (CWG 2026)ରେ ଭାରତୀୟ ବକ୍ସରମାନେ ଆଶା ପୂରଣ କରିଛନ୍ତି। ଏହି ସଫଳତାରେ ପ୍ରମୁଖ ଭାରତୀୟ ମହିଳା ବକ୍ସର ଜସମିନ୍ ଏକ ଚମତ୍କାର ଅବଦାନ ରଖିଛନ୍ତି। ବର୍ତ୍ତମାନ ବିଶ୍ୱ ଚାମ୍ପିଅନ୍ ଜସମିନ୍ ଲାମ୍ବୋରିଆ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚାମ୍ପିଅନ୍ ହୋଇଛନ୍ତି। ଚାରି ବର୍ଷ ପୂର୍ବେ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ଜସମିନ୍ ଏଥର ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଶନିବାର, ଅଗଷ୍ଟ ୧ ତାରିଖରେ ମହିଳା ୫୭ କିଲୋଗ୍ରାମ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି, ଜସ୍ମିନ୍ ଏକପାଖିଆ ଫାଇନାଲରେ ଉତ୍ତର ଆୟର୍ଲାଣ୍ଡର ଡିଫେଣ୍ଡିଂ ଚାମ୍ପିଅନ୍ ମାଇକେଲା ୱାଲ୍ସଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏହିପରି ସେ ୨୦୨୬ ରାଜ୍ୟ ଗୋଷ୍ଠୀ କ୍ରିଡ଼ାରେ ବକ୍ସିଂ ସ୍ୱର୍ଣ୍ଣ ଜିତିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ, ପ୍ରୀତି ପାୱାର ୫୪ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଏକ ଚମତ୍କାର ଆରମ୍ଭ ଭେଟି ଦେଇଥିଲେ।

ଅଧିକ ପଢ଼ନ୍ତୁ: Scott Edwards: ବିଶ୍ୱକପ ପୂର୍ବରୁ କ୍ରିକେଟରଙ୍କ ବଡ଼ ନିଷ୍ପତ୍ତି...ଛାଡ଼ିଲେ ଅଧିନାୟକ ପଦ, ଜାଣନ୍ତୁ କାରଣ

ଇଂଲଣ୍ଡରେ ଭାରତକୁ ପୁଣି ସଫଳତା:

ହରିୟାଣା ଭିୱାନିର ୨୪ ବର୍ଷୀୟା ଜସ୍ମିନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ସଫଳତା ହାସଲ କରିଛନ୍ତି। ସେ ଗ୍ଲାସଗୋ ଗେମ୍ସରେ ଜିତିଥିବା ସ୍ୱର୍ଣ୍ଣ ପଦକ ତାଙ୍କ ଯାତ୍ରାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଯୁକ୍ତରାଜ୍ୟ ନିରନ୍ତର ତାଙ୍କୁ ସଫଳତା ଆଣି ଦେଇଛି। ଇଂଲଣ୍ଡରେ ସେ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା (CWG) ଏବଂ ବିଶ୍ୱ ଚାମ୍ପିଅନସିପରେ ପଦକ ଜିତିଥିଲେ। ସେ ପ୍ରଥମେ ବର୍ମିଂହାମ ୨୦୨୨ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ, ତା’ପରେ ୨୦୨୫ ରେ ଇଂଲଣ୍ଡର ଲିଭରପୁଲରେ ବିଶ୍ୱ ଚାମ୍ପିଅନ ହୋଇଥିଲେ। ଏବେ, ସେ ସ୍କଟଲ୍ୟାଣ୍ଡରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିଅନ ହୋଇଛନ୍ତି, ଯାହା ୟୁକେର ଏକ ଅଂଶ।

ଆହୁରି ପଢ଼ନ୍ତୁ: World Cup Teamindia: ହର୍ଷିତ-ପନ୍ତ ଆଉଟ୍, ଶାମି-ଭୁବନେଶ୍ୱର ଇନ୍...ବିଶ୍ୱକପ ପାଇଁ ଦଳ ଚୟନ କଲେ ପୂର୍ବ କ୍ରିକେଟର

ପରିବାରର ଶିରା ପ୍ରଶିରାରେ ପ୍ରବାହିତ ହେଉଛି ବକ୍ସିଂ ରକ୍ତ; ସେନାରେ ରଚିଥିଲେ ଇତିହାସ:

ଜସ୍ମିନଙ୍କ ପରିବାରର ବକ୍ସିଂ ସହିତ ଗଭୀର ସମ୍ପର୍କ ଅଛି। ଜସ୍ମିନଙ୍କକ ଜେଜେ ହାୱା ସିଂହ, ଜଣେ ପ୍ରସିଦ୍ଧ ବକ୍ସର ଏବଂ ଏସୀୟ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା ଥିଲେ। ଜସ୍ମିନ ତାଙ୍କ କାକା, ସନ୍ଦୀପ ସିଂହ ଏବଂ ପରବିନ୍ଦର ସିଂହଙ୍କଠାରୁ ବକ୍ସିଂ ତାଲିମ ପାଇଥିଲେ। ଖେଳରେ ତାଙ୍କର ପ୍ରାରମ୍ଭିକ ସଫଳତା ପରେ, ତାଙ୍କୁ ୨୦୨୨ ମସିହାରେ ଭାରତୀୟ ସେନାର ସାମରିକ ପୋଲିସ ବାହିନୀରେ ସାମିଲ କରାଯାଇଥିଲା, ଯେଉଁଠାରେ ସେ ଜଣେ ନାଏବ ସୁବେଦାର ଭାବରେ କାର୍ଯ୍ୟ କରୁଥିଲେ। ଏପରିସ୍ଥଳେ ସେ ଭାରତୀୟ ସେନାରେ ଯୋଗ ଦେଇଥିବା ଦେଶର ପ୍ରଥମ ମହିଳା ବକ୍ସର ମଧ୍ୟ ହୋଇଥିଲେ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: World Cup 2027: ବିଶ୍ୱକପର ୧୨ ଭେନ୍ୟୁରେ କିପରି କିଙ୍ଗ୍ କୋହଲିଙ୍କ ରେକର୍ଡ ? ଜାଣନ୍ତୁ ଗୋଟିଏ କ୍ଲିକ୍ରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।