30 JULY 2026

Welcome!

Unlock your personalized experience.
Sign Up

Child Stubborn: ଅଧିକ ଆଦର ପିଲାକୁ କରିପାରେ ଜିଦିଆ, ଜାଣନ୍ତୁ କିପରି ରଖିବେ ସନ୍ତୁଳନ

Jul 30, 2026 - 14:10
Child Stubborn: ଅଧିକ ଆଦର ପିଲାକୁ କରିପାରେ ଜିଦିଆ, ଜାଣନ୍ତୁ କିପରି ରଖିବେ ସନ୍ତୁଳନ

ଭୁବନେଶ୍ୱର ୩୦/୦୭: ଅନେକ ସମୟରେ ପିଲାଙ୍କ ସହ ବାପାମା’ ଆବଶ୍ୟକଠାରୁ ଅଧିକ ମିଳିମିଶି ଯିବା ଦ୍ୱାରା ତାହା କ୍ରମଶଃ ମହଙ୍ଗା ପଡିଥାଏ । ତେଣୁ ପ୍ରଥମରୁ ଅଭିଭାବକ ଓ ପିଲାଙ୍କ ଭିତରେ ଥିବା ସମ୍ପର୍କରେ ସନ୍ତୁଳନ ରଖିବା ଜରୁରି ହୋଇଥାଏ । ପ୍ୟାରେଣ୍ଟିଂ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ, ଯାହାକୁ ସାରା ଜୀବନ ତୁଲାଇବାକୁ ପଡିଥାଏ । ପିଲାଙ୍କୁ ଆଦର୍ଶ ଓ ସଂସ୍କାର ଶିଖାଇବା ବାପାମା’ଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । କେବେ କେବେ ବାପାମା’ ପିଲାଙ୍କ ସହ ଆବଶ୍ୟକଠାରୁ ଅଧିକ ମିଶି ଯାଇଥାନ୍ତି । ଏହା କ୍ରମଶଃ ସେମାନଙ୍କ ଉପରେ ହିଁ ବୋଝ ହୋଇଚାଲେ । ପିଲାମାନେ ଜିଦିଆ ହୋଇପଡନ୍ତି ଅବା ବାପାମା’ଙ୍କ କଥାକୁ ସେତେଟା ଗୁରୁତ୍ୱ ଦେଇ ନଥାନ୍ତି । ଏଭଳି ସ୍ଥିତି ନ ଆସିବା ପାଇଁ ପିଲାଙ୍କ ସହ ବନ୍ଧୁତା ଓ ଅନୁଶାସନ ଭିତରେ ସନ୍ତୁଳନ କେମିତି ରଖିପାରିବେ ।

ପିଲାଙ୍କର ନିକଟତ୍ତର ହେବାକୁ ବନ୍ଧୁତା ଜରୁରି । ଏପରି କରିବା ଦ୍ୱାରା ସେମାନେ ନିଜର ସମସ୍ୟା ବାପାମା’ଙ୍କ ସହ ବାଣ୍ଟିପାରିବେ । କିନ୍ତୁ ଏହି ବନ୍ଧୁତା ଏତେ ଅଧିକ ନ ହେଉ ଯେ ପିଲା ଆଦର୍ଶଠାରୁ ଦୂରେଇଯିବ । ଏମିତି କେତେକ ଶୈଳୀ ଆପଣାନ୍ତୁ, ଯାହା ସମ୍ପର୍କରେ ସୀମା ରଖିପାରିବେ । ଯେପରିକି...

ପ୍ରଥମେ ସମ୍ପର୍କକୁ ମଜଭୁତ କରନ୍ତୁ : ପିଲାଙ୍କୁ ଆଦର୍ଶ ଶିଖାଇବା ପୂର୍ବରୁ ସମ୍ପର୍କକୁ ମଜଭୁତ କରନ୍ତୁ । ପିଲାଙ୍କୁ ଅନୁଭବ ହେବ ଯେ ପ୍ରତ୍ୟେକ ପରିସ୍ଥିତିରେ ଆପଣ ତାଙ୍କ ପଛରେ ଅଛନ୍ତି । ପିଲାଙ୍କ ସହ ପ୍ରତିଦିନ କିଛି ସମୟ ବିତାଇବାକୁ ସମୟ ନିର୍ଦ୍ଧାରଣ କରି ନିଅନ୍ତୁ । ଏହି ସମୟ ବିତାଇବା ଦ୍ୱାରା ପିଲା ଆଦର୍ଶର ଅର୍ଥ ଭଲ ଭାବେ ବୁଝିପାରିବ ।

ବ୍ୟକ୍ତିଗତ ସମୟ ଦେବା ସହ ନଜର୍ ରଖନ୍ତୁ : ପିଲା ସହ ସାଙ୍ଗ ପରି ମିଶନ୍ତୁ । ତଥାପି ତାକୁ ବ୍ୟକ୍ତିଗତ ଭାବେ ବଞ୍ଚିବାକୁ ସମୟ ଦିଅନ୍ତୁ । ଏହା ସତ୍ତେ୍ୱ ତା’ ଉପରେ ନଜର୍ ରଖିବାକୁ ଭୁଲନ୍ତୁନି । କିନ୍ତୁ ଆପଣ ନଜର ରଖୁଛନ୍ତି ବୋଲି ସେ ନ ଜାଣିବା ଦରକାର । ତାକୁ ଏପରି କୌଣସି ପ୍ରଶ୍ନ କରନ୍ତୁ ନାହିଁ, ଯାହା ତା’ମନରେ ସନ୍ଦେହ ସୃଷ୍ଟି କରିବ । ଯେପରି ତାଙ୍କୁ ଅନୁଭବ ନ ହୁଏ ଯେ ବାପାମା’ତାଙ୍କୁ ସବୁବେଳେ ମନିଟରିଂ କରୁଛନ୍ତି । ତେଣୁ ପ୍ରଶ୍ନ କରିବା ସମୟରେ ଏସବୁର ଧ୍ୟାନ ରଖିବା ଉଚିତ୍ ।

ଆହୁରି ପଢ଼ନ୍ତୁ...Pretending To Be Happy: ଚାପଗ୍ରସ୍ତ କରିପାରେ ଖୁସି ରହିବାର ଅଭିନୟ, ମାନସିକ ସ୍ୱାସ୍ଥ୍ୟକୁ ହୋଇପାରେ ବଡ଼ କ୍ଷତି

ଭୁଲ୍ ପାଇଁ ଶକ୍ତ ଭାବେ ଗାଳି ଦିଅନ୍ତୁନି : ପିଲାମାନେ ଭୁଲ୍ ତ କରିବେ । ତେଣୁ ଗାଳି ଦେବା ପରିବର୍ତ୍ତେ ସୁଧାରିବାକୁ ଚେଷ୍ଟା କରନ୍ତୁ । ପିଲାର ଭୁଲ୍ ହେଲେ ତାକୁ ଗାଳି ବା ମାଡ ଦେବା ଦ୍ୱାରା ତା’ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । କୌଣସି ସ୍ଥିତିକୁ ଶାନ୍ତ ମନରେ ସମ୍ଭାଳିବା ଶିଖିବା ଉଚିତ୍ ।

ନିଜର ତଥା ପିଲାଙ୍କ ରୁଟିନ୍କୁ ଶକ୍ତ ଭାବେ ପାଳନ କରନ୍ତୁ : ପିଲା ସହ କିଛି ସମୟ ବିତାଇବା ପାଇଁ ନିଜର ରୁଟିନ୍କୁ ଶକ୍ତ ଭାବେ ପାଳନ କରିବା ଉଚିତ୍ । ସମୟରେ ଉଠିବା ସହ ଖାଇବା ଓ ଶୋଇବା ରୁଟିନ୍ ପାଳନ କରିବା ଦ୍ୱାରା ପିଲା ସହ କିଛି ସମୟ ବିତାଇପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।