Casting couch in TV industry: ‘ନ ଶୋଇଲେ, ବଦଳେଇ ଦେବୁ’ : ସଞ୍ଚିତାଙ୍କ ଆତ୍ମହତ୍ୟା ଘଟଣାରେ ଏମିତି କାହିଁକି କହିଲେ ଆଞ୍ଚଲ
ନୂଆଦିଲ୍ଲୀ: 'କୁମକୁମ ଭାଗ୍ୟ' ସିରିଏଲ ଷ୍ଟାର ଅଭିନେତ୍ରୀ ସଞ୍ଚିତାଙ୍କର ପରଲୋକ। ଏହି ଟିଭି ଅଭିନେତ୍ରୀ ଆତ୍ମହତ୍ୟା କରିଥିବାବେଳେ ଖେଳିଯାଇଛି ଶୋକର ଛାୟା । ତେବେ ତାଙ୍କ ଆତ୍ମହତ୍ୟାକୁ ନେଇ ଗୋଟିଏ ଗୋଟିଏ ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହି ୩୦ ବର୍ଷୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଆଞ୍ଚଲ । ଯାହାକି ଗ୍ଲାମର ଦୁନିଆ ଉପରେ ଉଠାଇଛି ପ୍ରଶ୍ନ ।
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପ୍ରକାଶ କରିଛନ୍ତି କି, ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଚ୍ୟାନେଲମାନଙ୍କୁ ଟିଆରପି ଦରକାର । ପ୍ରଯୋଜକଙ୍କୁ ଟଙ୍କା ଦରକାର । ଦର୍ଶକଙ୍କୁ ମନୋରଞ୍ଜନ ଆବଶ୍ୟକ । ହେଲେ ଜଣେ ଅଭିନେତା କେମିତି ଗତି କରେ ତାହା କେହି କେବେ ବୁଝନ୍ତି ନାହିଁ । ଛୋଟ ଛୋଟ କଥା ପାଇଁ ଖାଲି ଧମକ ଦିଆଯାଏ ରିପ୍ଲେସମେଣ୍ଟ କରିଦେବୁ । କେହି କେହି ଆତ୍ମସମ୍ମାନ ପାଇଁ ଛାଡ଼ି ଦିଅନ୍ତି ଏବଂ ରିପ୍ଲେସମେଣ୍ଟ ହୋଇଥାଏ । ଏହାସହ ରିପ୍ଲେସମେଣ୍ଟ ନକରିବା ପାଇଁ କମ୍ପରମାଇଜ୍ କରିବାକୁ ମଧ୍ୟ କୁହାଯାଏ ।
ଏହାସହ ସେ କହିଛନ୍ତି କି, ପ୍ରତିଦିନ ସକାଳୁ ଆମେ ଅଡିସନ ଦେବାକୁ ଯାଉ । ରାତିହେଲେ ଘରକୁ ଫେରି ଶୋଇଥାଉ । ହେଲେ ସବୁବେଳେ ସମସ୍ତେ କୁହନ୍ତି ଶକ୍ତିଶାଳି ହୁଅ । ହେଲେ ଆମେ କେତେ ଶକ୍ତିଶାଳି ହେବୁ । ଟିଭି ଚ୍ୟାନେଲରେ ପ୍ରଯୋଜକ ଏବଂ ଡାଇରେକ୍ଟରମାନେ ବହୁତ ଖରାପ ଲୋକ ଅଛନ୍ତି । ସେମାନେ କେବଳ ତାଙ୍କ ଲାଭ ଦେଖିବେ । ସେମାନେ ପ୍ରତି କଥାରେ ଡରାଇବେ କି, ଆମେ ରିପ୍ଲେସମେଣ୍ଟ କରିଦେବୁ । ଏହାସହ ସେ କହିଛନ୍ତି କି, କେହି ମଧ୍ୟ କଳାକାରଙ୍କ ମନର କଥା ବୁଝିପାରନ୍ତି ନାହିଁ । ତେବେ କୌଣସି କଥାରେ ଭାଙ୍ଗି ପଡ଼ନାହିଁ । ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିରୁ ଦୂରେଇ ରହିବାକୁ କହିଛନ୍ତି ଆଞ୍ଚଲ ।
ଏହାସହ ପଢ଼ନ୍ତୁ : Sanchita Ugale: ଆଉ ନାହାନ୍ତି 'କୁମକୁମ ଭାଗ୍ୟ' ଆକ୍ଟ୍ରେସ୍ ସଞ୍ଚିତା ଉଗଲେ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।