06 AUGUST 2026

Welcome!

Unlock your personalized experience.
Sign Up

Bhubaneswar: ଭିଡିଓ ଭାଇରାଲ୍‌ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲରୁ ଉଦ୍ଧାର କଲା ପୁଲିସ

Aug 05, 2026 - 11:56
Bhubaneswar: ଭିଡିଓ ଭାଇରାଲ୍‌ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲରୁ ଉଦ୍ଧାର କଲା ପୁଲିସ

ଧଉଳି, ୦୫/୦୮: ବାପା, ମୋତେ କ୍ଷମା କରିବ । ମୋ ପାଇଁ ତୁମକୁ ଆଉ କିଛି ଶୁଣିବାକୁ ପଡ଼ିବନି । ମୁଁ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଯାଉଛି । ମୋ ପାଇଁ ଲୋକେ କିଏ କ’ଣ କହିବ ସେ କଥା ମୁଁ ଜାଣିନି, ହେଲେ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି । ଏପରି ଏକ ଭିଡିଓ କରି ନିଜର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲା ଜଣେ ଯୁବକ । ଏହି ଭିଡିଓଟି ଭାଇରାଲ୍‌ ହୋଇ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ପରିବାର ଲୋକେ ଭିଡିଓ ଦେଖି ବ୍ୟଥିତ ହୋଇପଡ଼ିଥିଲେ । ଭେଣ୍ଡିଆ ପୁଅକୁ ଖୋଜିବା ପାଇଁ ଲାଗି ପଡ଼ିଲେ । ପରିବାର ଲୋକଙ୍କ ସମେତ ସାହି ପଡ଼ିଶା ଲୋକେ ଚାରିଆଡ଼େ ଖେଦିଗଲେ । ପୁଅକୁ ଖୋଜି ଖୋଜି ନାକେଦମ୍‌ ହୋଇଗଲେ । ହେଲେ ପୁଅର କିଛି ପତ୍ତା ମିଳିନଥିଲ ।

ମଙ୍ଗଳବାର ରାତି ପ୍ରାୟ ୮ଟାରେ ପରିବାର ଲୋକେ କାନ୍ଦି କାନ୍ଦି ଧଉଳି ଥାନାରେ ପହଞ୍ଚିଥିଲେ । ବାହୁନି ବାହୁନି ମା’ କହୁଥାଏ ମୋ ପୁଅକୁ ବଞ୍ଚାଇ ଦିଅ । ଏଭଳି ଏକ ଘଟଣା ଧଉଳି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ୨ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଆଉ ଅଚେତ ଅବସ୍ଥାରେ ଉଦ୍ଧାର କରିଛି ଧଉଳି ଥାନା ପୁଲିସ । ଭିଡିଓ ପ୍ରଘଟ କରିବା ପରେ ଯୁବକ ଜଣକ ମୋବାଇଲକୁ ବନ୍ଦ କରିଦେଇଥିଲେ । ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ହୋଇ ନ ପାରିବାରୁ ପରିବାର ଓ ସମ୍ପର୍କୀୟମାନେ ଚାରିଆଡ଼େ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିଲେ । ଥାନାରେ ପରିବାର ଲୋକେ ପହଞ୍ଚିବା ପରେ ପୁଲିସ ମୋବାଇଲ ଫୋନ୍‌କୁ ଟ୍ରାକ କରିବାକୁ ଚେଷ୍ଟା କରିଥିଲା । ମୋବାଇଲ ବନ୍ଦ ଥିବାରୁ ସମ୍ଭବ ହୋଇନଥିଲା । ଶେଷ ଲୋକେସନ ଭୁବନେଶ୍ୱରର ଥିଲା ।

ଥାନା ଅଧିକାରୀ ସ୍ମୃତିରଞ୍ଜନ ମହାନ୍ତି, ଏସ୍‌ଆଇ ରାଧାବଲ୍ଲଭ ବେହେରା, ଏଏସ୍‌ଆଇ ପ୍ରବୀର କୁମାର ଲେଙ୍କା ଉକ୍ତ ସ୍ଥାନ ପାଖାପାଖି ଖୋଜାଖୋଜି କରିଥିଲେ । ଶେଷରେ ବିଭିନ୍ନ ହୋଟେଲ ତନଖି କରିଥିଲେ । ପରେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ ଥିବା ଏକ ହୋଟେଲ ରୁମରେ ରକ୍ତ ଜୁଡୁବୁଡୁ ଏବଂ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଇଛି ।

ଅଧିକ ପଢ଼ନ୍ତୁ- Tiger Terror : ବୌଦ୍ଧରେ ବାଘ ଆତଙ୍କ : ଭୟରେ ଗାଁ ଲୋକେ,ସଚେତନ କରୁଛି ବନବିଭାଗ​​​​​​​

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।