Ben Stokes Retirement: ଅନ୍ତର୍ଜାତୀୟ କ୍ରିକେଟରୁ ବେନ୍ ଷ୍ଟୋକ୍ସଙ୍କ ଅବସର, ଟ୍ରେଣ୍ଟ ବ୍ରିଜ୍ ଟେଷ୍ଟରେ ସରିବ ଚମତ୍କାର ଯାତ୍ରା
ନୂଆଦିଲ୍ଲୀ ,୨୯/୦୬: ବିଶ୍ୱକପ ବିଜେତା, ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ୱିନର । ୭,୩୭୩ ରନ୍ ଏବଂ ୨୫୧ ଟେଷ୍ଟ ୱିକେଟ୍ । ଇଂଲଣ୍ଡ କ୍ରିକେଟ୍ ଟିମ୍ ଅଧିନାୟକ ବେନ୍ ଷ୍ଟୋକ୍ସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ସିରିଜ ନିର୍ଣ୍ଣାୟକ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ରବିବାର ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଜି (ସୋମବାର) ଏହି ମ୍ୟାଚ୍ ଶେଷ ହେବା ପରେ ସେ ଦୀର୍ଘ ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇବେ । ନିକଟରେ ଲଣ୍ଡନ ନାଇଟ୍ କ୍ଲବ୍ରେ ମାରପିଟ୍ ଘଟଣାରେ ଷ୍ଟୋକ୍ସ ଓ ପେସ୍ ବୋଲର ଗସ୍ ଆଟକିନସନ୍ଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଥିଲା । ଏହାକୁ ନେଇ ତାଙ୍କୁ କଡ଼ା ସମାଲୋଚିତ ହେବାକୁ ପଡ଼ିଥିଲା ।
ଚତୁର୍ଥ ଦିବସର ଖେଳ ଆରମ୍ଭ ହେବା ପୂର୍ବରୁ ଷ୍ଟୋକ୍ସ ସାଥୀ ଖେଳାଳିମାନଙ୍କୁ ଅବସର ବିଷୟରେ ଜଣାଇଥିଲେ । ଚା’ ପାନ ବିରତି ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ଏବିଷୟରେ ଘୋଷଣା କରାଯାଇଥିଲା । ଷ୍ଟୋକ୍ସ ଗତ ୪ବର୍ଷ ଧରି ଟେଷ୍ଟ ଦଳର ନେତୃତ୍ୱ ନେଉଛନ୍ତି । ଚଳିତ ଟେଷ୍ଟକୁ ଛାଡ଼ି ସେ ୧୨୧ଟି ଟେଷ୍ଟ ଖେଳି ୭,୨୨୮ (୧୪ଶତକ, ୩୭ ଅର୍ଦ୍ଧଶତକ) ରନ୍ କରିଥିବାବେଳେ ୨୪୬ଟି ୱିକେଟ୍ ନେଇ ସାରିଛନ୍ତି । ସେହିପରି ଦିନିକିଆରେ ୧୧୪ଟି ମ୍ୟାଚ୍ରେ ୩,୪୬୩ରନ୍ ଓ ୭୪ଟି ୱିକେଟ୍ ନେଇଥିବାବେଳେ ୪୩ଟି ଟି-ଟ୍ୱେଣ୍ଟିରେ ୫୮୫ରନ୍ ଓ ୨୬ଟି ୱିକେଟ୍ ନେଇଛନ୍ତି ।
ଏହା ବି ପଢନ୍ତୁ...ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ମହିଳା ଟି-୨୦ ବିଶ୍ବକପ ସେମି ରେସରୁ ଭାରତ ବିଦା
ଇଂଲଣ୍ଡ କ୍ରିକେଟ୍ ଦଳର କିମ୍ବଦନ୍ତୀ ଅଲରାଉଣ୍ଡର ଏବଂ ସଫଳ ଅଧିନାୟକ ବେନ୍ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରେଣ୍ଡ ବ୍ରିଜରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ଟେଷ୍ଟ ମ୍ୟାଚ ପରେ ଷ୍ଟୋକ୍ସ ଅବସର ନେବେ । ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ ଜଗତକୁ ଭାବପ୍ରବଣ କରିଦେଇଛି । ଚତୁର୍ଥ ଦିନ (ଜୁନ୍ ୨୮) ଖେଳ ଆରମ୍ଭ ହେବା ପୂର୍ବରୁ, ୩୫ ବର୍ଷୀୟ ବେନ୍ ଷ୍ଟୋକ୍ସ ତାଙ୍କ ଦଳର ଖେଳାଳିମାନଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହା ପରେ, ଇଂଲଣ୍ଡ ଦଳ ପକ୍ଷରୁ ଏକ ବାର୍ତ୍ତା ଦିଆଯାଇଥିଲା । ଯେଉଁଥିରେ ଷ୍ଟୋକ୍ସଙ୍କୁ ଦଳର ସବୁଠାରୁ ପ୍ରେରଣାଦାୟକ ଅଧିନାୟକ ଏବଂ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବର୍ଣ୍ଣନା କରାଯାଇଥିଲା । ଟ୍ରେଣ୍ଟ ବ୍ରିଜରେ ବୋଲିଂ କରୁଥିବା ସମୟରେ ଷ୍ଟୋକ୍ସଙ୍କ ଅବସର ଖବର ଘୋଷଣା କରାଯାଇଥିଲା ।ବେନ୍ ଷ୍ଟୋକ୍ସଙ୍କୁ ଇଂଲଣ୍ଡ କ୍ରିକେଟର ସବୁଠାରୁ ପ୍ରଭାବଶାଳୀ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ତାଙ୍କ କ୍ୟାରିୟରରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି ଏବଂ ଦଳକୁ ଐତିହାସିକ ବିଜୟରେ ନେତୃତ୍ୱ ଦେଇଛନ୍ତି । ଷ୍ଚୋକ୍ସ ସମ୍ପ୍ରତି ଏକ ନାଇଟ୍ କ୍ଲବ ବିବାଦରେ ଜଡ଼ିତ ଥିବାରୁ ଚର୍ଚ୍ଚାରେ ଥିଲେ ।