05 JULY 2026

Welcome!

Unlock your personalized experience.
Sign Up

Asia's Cleanest Village: ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ରବିବାର ପର୍ଯ୍ୟଟକଙ୍କ ପ୍ରବେଶ ମନା

Jul 05, 2026 - 08:51
Asia's Cleanest Village: ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ରବିବାର ପର୍ଯ୍ୟଟକଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ ୦୫/୦୭: ବାଂଲାଦେଶ ସୀମାଠୁ ମାତ୍ର କିଛି କିମି ଦୂର ମେଘାଳୟ ରାଜ୍ୟର ଗାଁ ମଲିନ୍ନଙ୍ଗ । ୨୦୦୩ରେ ଡିସ୍କଭର ଇଣ୍ଡିଆ ପତ୍ରିକା ଏହାକୁ ଏସିଆର ସବୁଠୁ ସ୍ୱଚ୍ଛ ଗାଁର ମୁକୁଟ ପ୍ରଦାନ କରିବା ପରେ ମଲିନ୍ନଙ୍ଗର ଖ୍ୟାତି ବିଶ୍ୱରେ ପ୍ରସାର ହେଲା । ଗାଁର ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇଦେଲା ପର୍ଯ୍ୟଟନ । କିନ୍ତୁ ଦୀର୍ଘ ଦଶନ୍ଧି ଧରି ବିଶ୍ୱବାସୀଙ୍କୁ ଆତିଥ୍ୟ ପ୍ରଦାନ କରିଆସୁଥିବା ଏହି ଗାଁର ବାସିନ୍ଦା ସ୍ଥିର କଲେ, ସପ୍ତାହରେ ଅତିକମ ଗୋଟିଏ ଦିନ ସେମାନେ ନିଜକୁ ଦେବେ । ମାତ୍ର ୬୦୦ ଜନସଂଖ୍ୟାବିଶିଷ୍ଟ ଏହି ଛୋଟ ଗାଁରେ ସପ୍ତାହାନ୍ତରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇଯାଏ । ସ୍ୱଚ୍ଛ ପରିବେଶ ଓ ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଫୁଲର ସମ୍ଭାରକୁ ଉପଭୋଗ କରିବା ପାଇଁ ଗାଁର ଚକାଚକ୍ ରାସ୍ତାରେ ସେଲ୍ଫି ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ । କିନ୍ତୁ ଗତ ଜାନୁଆରୀ ମାସରୁ ପ୍ରତି ରବିବାର ଗାଁର ପ୍ରବେଶ ଦ୍ୱାରରେ ଦଣ୍ଡାୟମାନ କଳା ଲୁହା ଗେଟ୍ ବନ୍ଦ ରହୁଛି । ଏଠାରେ ଜଗୁଆଳି ଜଗୁଛନ୍ତି । କାରଣ ରବିବାର ପର୍ଯ୍ୟଟକ ଓ ସେମାନଙ୍କ ଦ୍ୱାରା ହେଉଥିବା ଆୟଠୁ ଦୂରରେ ରହିବାକୁ ଗ୍ରାମବାସୀ ଏହି ପଦକ୍ଷେପ ନେଇଛନ୍ତି ।

ଆହୁରି ପଢ଼ନ୍ତୁ...Ram Mandir Theft : ରାମ ମନ୍ଦିରରୁ ୫ କୋଟିର ସୁନାଖଚିତ ରାମଚରିତ ମାନସ ଗାଏବ, ଅଭିଯୋଗ କଲେ ପୂର୍ବତନ ଆଇଏଏସ୍

ଗ୍ରାମବାସୀଙ୍କ ଅନୁସାରେ, ଏହି କଟକଣା ‘ପ୍ରକୃତ ଗ୍ରାମ୍ୟ ଜୀବନ’ର ପୁନଃ ପ୍ରାପ୍ତିର ଏକ ପ୍ରୟାସ । ଏହି ପଦକ୍ଷେପ ଜରିଆରେ ସେମାନେ ନିଜର ପାରମ୍ପରିକ ଓ ଧାର୍ମିକ ଜୀବନ ବଞ୍ଚିପାରିବେ । ଚର୍ଚ୍ଚ ଯାଇପାରିବେ ଓ ପ୍ରାର୍ଥନା କରିପାରିବେ । ପର୍ଯ୍ୟଟକଙ୍କ ଭାରୀ ଭିଡ଼ରୁ ମଧ୍ୟ ଦିନକ ପାଇଁ ବିରତି ନେଇପାରିବେ । ମଲିନ୍ନଙ୍ଗର ଅଧିକାଂଶ ବାସିନ୍ଦା ଖ୍ରୀଷ୍ଟ ସମ୍ପ୍ରଦାୟର । ଧାର୍ମିକ କାର୍ଯ୍ୟାନୁଷ୍ଠାନରେ ଯୋଗ ଦେବା ସହିତ ପରିବାର ସହ ସମୟ ବିତାଇବା ପାଇଁ ସେମାନେ ରବିବାରକୁ ଚୟନ କରିଛନ୍ତି । ମଲିନ୍ନଙ୍ଗରେ ସ୍ୱଚ୍ଛତା କେବଳ ଏକ ଦୈନନ୍ଦିନ କାର୍ଯ୍ୟ ନୁହେଁ, ଏହା ଜୀବନର ଏକ ମାର୍ଗ ଯାହାର ଶିକ୍ଷା ଶୈଶବରୁ ଦିଆଯାଏ । ପ୍ରତିଦିନ ସକାଳେ ସ୍କୁଲ ଯିବା ପୂର୍ବରୁ ପିଲାମାନେ ଘରୁ ବାହାରିଯାଆନ୍ତି । ରାସ୍ତାରୁ ଶୁଖିଲା ପତ୍ର ଝାଡୁ କରନ୍ତି ଏବଂ ଡଷ୍ଟବିନ୍ରୁ ଅଳିଆ ସଫା କରନ୍ତି । ସମସ୍ତ ଜୈବବିଘଟନଯୋଗ୍ୟ ବର୍ଜ୍ୟର ପରିଚାଳନା ଗ୍ରାମବାସୀ ନିଜେ କରନ୍ତି । ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମଲିନ୍ନଙ୍ଗକୁ ପ୍ରଶଂସା କରି କହିଥିଲେ, ସ୍ୱଚ୍ଛତା ବଜାର ରଖିବା ଏହି ଗ୍ରାମବାସୀଙ୍କର ଅଭ୍ୟାସ ପାଲଟିଛି ।