Anti-paper leak bill : 'ପେପର ଲିକ୍ ଗ୍ୟାଙ୍ଗକୁ ଛଡ଼ାଯିବ ନାହିଁ ', ସଂସଦରେ ବିଲ୍ ପାସ୍ ହେବା ପରେ PM ମୋଦିଙ୍କ ଇନଷ୍ଟା ମେସେଜ୍
ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ପିଏମ ମୋଦି କହିଛନ୍ତି ଯେ, ସଂସଦ ଏପରି ଏକ ବିଲ୍ ପାସ୍ କରିଛି, ଯାହା ଆମର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀ ଭିଡିଓରେ କହିଛନ୍ତି -ଏକ ବିଶ୍ୱସନୀୟ ପରୀକ୍ଷା ପଦ୍ଧତି ପାଇଁ ଆମେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ। ଟାସ୍କଫୋର୍ସ ଗଠନ ହେଉ କି ଫାଷ୍ଟ-ଟ୍ରାକ୍ କୋର୍ଟ ବ୍ୟବସ୍ଥା ହେଉ କିମ୍ବା ରାଜ୍ୟଗୁଡ଼ିକର ପରାମର୍ଶକୁ ଧ୍ୟାନରେ ରଖିବା ହେଉ। ଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ସରକାର ପେପର ଲିକ୍ ସମସ୍ୟାର ସାମ୍ନା କରୁଛନ୍ତି। ଏହି କାରଣରୁ ପିଲାଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ସବୁକୁ ଧ୍ୟାନରେ ରଖି ଦେଶବ୍ୟାପୀ ସବୁ ରାଜ୍ୟ ଏବଂ କେନ୍ଦ୍ରରେ ମଧ୍ୟ ଶିକ୍ଷା ପଦ୍ଧତିରେ ସୁଧାର ଆଣିବା ଅନିବାର୍ଯ୍ୟ ହୋଇଯାଇଛି।
PM ମୋଦି ଆହୁରି କହିଛନ୍ତି, ଟେକ୍ନୋଲୋଜିର ଭରପୂର ବ୍ୟବହାର ଆବଶ୍ୟକ ହୋଇ ପଡ଼ିଛି। ପେପର ମାଫିଆ, ପେପର ଲିକ୍ କରୁଥିବା ଗ୍ୟାଙ୍ଗ୍, ଯେଉଁମାନେ ଦେଶର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି, ସେମାନଙ୍କୁ କଦାପି ଛଡ଼ାଯିବ ନାହିଁ।
ଏଥିପାଇଁ କଠୋର ଆଇନର ଆବଶ୍ୟକତା ରହିଛି। ଆମେ ସଂସଦକୁ ବିଲ୍ ନେଇ ଯାଇ ଥିଲୁ ଏବଂ ଯେମିତିକା ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିଲି, ଆଜି ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) କଠୋର ନିୟମ ଥିବା ଏହି ବିଲକୁ ପାସ୍ କରି ଦେଇଛନ୍ତି। ଏବେ ବିଶ୍ୱସନୀୟ ପରୀକ୍ଷା ପଦ୍ଧତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି କାମ ଆଗକୁ ମଧ୍ୟ ଜାରି ରହିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏପରି ପରିସ୍ଥିତିକୁ ଦୀର୍ଘ ସମୟ ଧରି ଚାଲିବାକୁ ଦେବୁ ନାହିଁ। ଏହି ବିଶ୍ୱାସର ସହ ଆସନ୍ତୁ, ଆମେ ସମସ୍ତେ ମିଶି ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ କାନ୍ଧରେ କାନ୍ଧ ମିଳାଇ ଆଗେଇ ଚାଲିବା।
କହି ରଖୁଛୁ କି , ଆଣ୍ଟି ପେପର ଲିକ୍ ବିଲ୍ ଲୋକସଭା ପରେ ଏବେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇ ଯାଇଛି।
ଆହୁରି ମଧ୍ୟ ପଢନ୍ତୁ - PM Modi meets President : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।