Anti-Paper Leak Bill: ‘ଆଣ୍ଟି ପେପର ଲିକ୍ ବିଲ୍’ ଲୋକସଭାରେ ପାସ୍, ଧ୍ବନୀମତରେ ହେଲା ମତଦାନ
ନୂଆଦିଲ୍ଲୀ,୨୯।୭: ଦୁଇ ଦିନର ଗହନ ଚର୍ଚ୍ଚା ଓ ଗରମା ଗରମ ବୟାନବାଜି ପରେ ସଂସଦ ନିମ୍ନ କକ୍ଷ ବା ଲୋକସଭାରେ ବୁଧବାର ପାସ୍ ହୋଇଛି ‘ଆଣ୍ଟି ପେପର ଲିକ୍ ବିଲ୍ ୨୦୨୬’। NEET UG ପେପର ଲିକ୍ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ, କେନ୍ଦ୍ର ସରକାର ସୋମବାର ଏକ ସଂଶୋଧନ ବିଲ୍ ଆଗତ କରିଛନ୍ତି। ପ୍ରସ୍ତାବିତ ଆଇନର ଲକ୍ଷ୍ୟ ହେଉଛି ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ଆଇନରେ ସଂଶୋଧନ। ଏଥିରେ ପେପର ଲିକ୍ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ରହିଛି।
ଏହି ସମୟରେ ସଂସଦରେ ଦେଖିବାକୁ ମିଳିଥିଲା ହଙ୍ଗାମା। ଯେଉଁ କାରଣରୁ ଲୋକସଭାର ଗୃହକାର୍ଯ୍ୟକୁ ଗୁରୁବାର ସକାଳ ୧୧ଟା ଯାଏଁ ମୁଲତବୀ ରଖାଯାଇଛି। ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଯାହାକୁ ଶାସକ ଦଳ ପ୍ରବଳ ବିରୋଧ କରିଥିଲା ଓ ରାହୁଲଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲା। ଏହାକୁ ନେଇ ଗୃହରେ ଦୁଇପକ୍ଷ ଭିତରେ ହଙ୍ଗାମା ହୋଇଥିଲା।ରାହୁଲ ଅଭିଯୋଗ କରିଛନ୍ତି, ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛାତ୍ରଙ୍କ ଉପରେ ଗୁଳି କରିଥିବା ନିର୍ଦେଶ ଦେଇଥିଲେ। ଏହାକୁ ନେଇ ଗୃହରେ ମଧ୍ୟ ଖୁବ୍ ହଙ୍ଗାମା ହୋଇଥିଲା ଓ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ଚର୍ଚ୍ଚା ବେଳେ ରାହୁଲ ଆପତ୍ତିଜନକ ଶବ୍ଦର ବ୍ୟବହାକୁ ନେଇ ଶାସକ ଦଳ ଓ ବିରୋଧିଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହି କାରଣରୁ ଗୃହରେ ପ୍ରବଳ ହଙ୍ଗାମା ହୋଇଥିଲା।
ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଚର୍ଚ୍ଚାର ଜବାବ୍ ଦେଇ କହିଥିଲେ ବିରୋଧି ଦଳ ନେତା ପ୍ରତିପକ୍ଷଙ୍କୁ ଏହା ଜାଣିବା ଦରକାର ଯେ, ଗୁଳି ଚଳାଇବାର ନିର୍ଦେଶ ଗୃହମନ୍ତ୍ରୀ ଦିଅନ୍ତି ନାହିଁ, ମାଜିଷ୍ଟେ୍ରଟ୍ ଦେଇଥାନ୍ତି। ତେବେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଯାଇନଥିଲା, କେବଳ ଲୁହବୁହା ଗ୍ୟାସ୍ ମାଡ ହୋଇଥିଲା।
ଆହୁରି ପଢନ୍ତୁ : Coal Block Allocation Case: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁ ପରେ ବି ଚାଲିଥିଲା କେସ୍, ଏବେ ସୁପ୍ରିମକୋର୍ଟରୁ ମିଳିଲା କ୍ଳିନ୍ଚିଟ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।