06 JULY 2026

Welcome!

Unlock your personalized experience.
Sign Up

Antarctic Sea Ice Mystery: ଭୟଙ୍କର ବିପଦ ! ଆଣ୍ଟାର୍କଟିକାରୁ ବରଫ ପାହାଡ଼ ଉଭାନ, ବୈଜ୍ଞାନିକ ଦେଲେ ସତର୍କ ଘଣ୍ଟି

Jul 06, 2026 - 18:38
Antarctic Sea Ice Mystery: ଭୟଙ୍କର ବିପଦ ! ଆଣ୍ଟାର୍କଟିକାରୁ ବରଫ ପାହାଡ଼ ଉଭାନ, ବୈଜ୍ଞାନିକ ଦେଲେ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୦୬/୦୭: ଆଣ୍ଟାର୍କଟିକାରେ ଦ୍ରୁତ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ସତର୍କ ସଙ୍କେତ ହୋଇଯାଇଛି । ୟୁରୋପୀୟ ଜିଓସାଇନ୍ସ ୟୁନିଅନ (EGU) ର ନୂତନ ଗବେଷଣା ଅନୁଯାୟୀ,  ଆଣ୍ଟାର୍କଟିକାର ବରଫ ଏବଂ ବିଶ୍ୱ ଉଷ୍ଣତା ମଧ୍ୟରେ ଖୁବ ଗଭୀର ସମ୍ପର୍କ ରହିଛି।

ଗବେଷଣା ଅନୁସାରେ ୨୦୨୫ ସେପ୍ଟେମ୍ବରରେ ଆଣ୍ଟାର୍କଟିକାର ସମୁଦ୍ର ବରଫ ଐତିହାସିକ ଭାବରେ ସବୁଠାରୁ କମ୍ ସ୍ତରକୁ ଖସିଯାଇଥିଲା। । ଏହି ସମୟରେ ଅଞ୍ଚଳର ତାପମାତ୍ରା ସାଧାରଣ ହାରାହାରିଠାରୁ ପ୍ରାୟ ୨୫ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା, ଯାହା ପ୍ରାୟ ଗୋଟିଏ ମାସ ଧରି ଜାରି ଥିଲା। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସମୟରେ ପ୍ରାୟ ୨ ନିୟୁତ ବର୍ଗ କିଲୋମିଟର ସମୁଦ୍ର ବରଫ ହ୍ରାସ ପାଇଛି। ଏହା ଛୋଟ କଥା ନୁହେଁ ଏହା ପୃଥିବୀର ଜଳବାୟୁ ସନ୍ତୁଳନକୁ ଗଭୀର ଭାବରେ ପ୍ରଭାବିତ କରୁଛି।

ସମୁଦ୍ର ବରଫ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ସମୁଦ୍ରର ବରଫ ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ଏକ ପ୍ରାକୃତିକ “ସୁରକ୍ଷା ଢାଲ” ଭଳି କାମ କରେ। ଏହା ସୂର୍ଯ୍ୟର କିରଣକୁ ପୁନଃ ଆକାଶକୁ ପ୍ରତିଫଳିତ କରେ। କିନ୍ତୁ ବରଫ କମିଲେ, ସମୁଦ୍ର ଅଧିକ ତାପ ଶୋଷଣ କରେ। କିନ୍ତୁ ବର୍ତ୍ତମାନ ମହାସାଗରଗୁଡ଼ିକ ପୃଥିବୀର ଅତିରିକ୍ତ ତାପର ୯୦% ଠାରୁ ଅଧିକ ଶୋଷଣ କରୁଛି । ଏହାର ଫଳରେ ସମୁଦ୍ର ଗରମ ହୁଏ, ଉଷ୍ଣ ସମୁଦ୍ର ଜଳ ପ୍ରବାହିତ ହେବାରୁ ସମୁଦ୍ରସ୍ତର ବୃଦ୍ଧି, ଝଡ଼ର ତୀବ୍ରତା ବୃଦ୍ଧି ଏବଂ ସାମୁଦ୍ରିକ ପରିସଂସ୍ଥାର କ୍ଷତି ହେବାର ଆଶଙ୍କା ରହିଛି । ଏହା ଭବିଷ୍ୟତରେ ବନ୍ୟା, ଝଡ଼ ଏବଂ ଉପକୂଳ ଅଞ୍ଚଳର କ୍ଷତି ବଢ଼ାଇପାରେ।

ମେଘ ଓ ବରଫର ଅଜବ ସମ୍ପର୍କ

EGU ଗବେଷଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଣ୍ଟାର୍କଟିକାର ବରଫ ହ୍ରାସ ମେଘର ଗଠନକୁ ମଧ୍ୟ ପ୍ରଭାବିତ କରୁଛି। ମେଘ ତାପକୁ ଧରି ରଖିବା କିମ୍ବା ପ୍ରତିଫଳିତ କରିବା ମାଧ୍ୟମରେ ଜଳବାୟୁକୁ ନିୟନ୍ତ୍ରଣ କରେ । ଏହି ଛୋଟ ପରିବର୍ତ୍ତନ ମଧ୍ୟ ସମଗ୍ର ବିଶ୍ୱର ପାଣିପାଗକୁ ବଦଳାଇପାରେ। ପୂର୍ବରୁ ଥିବା ଜଳବାୟୁ ମଡେଲଗୁଡ଼ିକ ଏହି ସମ୍ପର୍କକୁ ସଠିକ୍ ଭାବରେ ଆକଳନ କରିନଥିଲେ, ଯାହା ଫଳରେ ସମୁଦ୍ରର ତାପ ଶୋଷଣ କ୍ଷମତାକୁ ଅଣଦେଖା କରାଯାଇଥିଲା। ଏହି କାରଣରୁ ବିଶ୍ୱ ଉଷ୍ଣତାର ପ୍ରଭାବ ଆହୁରି ଜଟିଳ ହେଉଛି।

ଭବିଷ୍ୟତ ପାଇଁ ସତର୍କତା

ବୈଜ୍ଞାନିକମାନେ ଭୟ ପ୍ରକାଶ କରୁଛନ୍ତି ଯେ ଯଦି ଏଭଳି ଗରମ ବଢ଼ିବା ଚାଲିଥାଏ, ତେବେ ୨୧୦୦ ସୁଦ୍ଧା ସମୁଦ୍ରସ୍ତର ଅଧିକ ବଢ଼ିପାରେ। ଏହାର ଫଳରେ ନିମ୍ନ ଉପକୂଳ ଅଞ୍ଚଳଗୁଡ଼ିକରେ ପାଣି ମାଡ଼ିଯିବାର ଆଶଙ୍କା ରହିଛି । ଆଣ୍ଟାର୍କଟିକାର ବରଫ କମିବାର ଅର୍ଥ ହେଉଛି ପୃଥିବୀ ଧୀରେ ଧୀରେ ଗରମ ହେଉଛି। ଏହା କେବଳ ଗୋଟିଏ ଅଞ୍ଚଳର ସମସ୍ୟା ନୁହେଁ, ଏହା ସମଗ୍ର ବିଶ୍ବର ପାଣିପାଗ, ବର୍ଷା, ବନ୍ୟା ଓ ତାପମାତ୍ରାକୁ ପ୍ରଭାବିତ କରୁଛି ।

ଅଧିକ ପଢନ୍ତୁ-Indus Waters Treaty: 'କାଙ୍ଗାଳ' ପରେ ଏବେ 'ମରୁଭୂମି' ପାଲଟିବ ପାକିସ୍ତାନ ! ସିନ୍ଧୁ ଜଳ ଚୁକ୍ତି ଉପରେ ପାକ୍ ସେନାର ବଡ଼ ଚେତାବନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।