Welcome!

Unlock your personalized experience.
Sign Up

Ananya Panday Trolled: ହିନ୍ଦୀ ଶବ୍ଦକୁ ନେଇ ଟ୍ରୋଲ୍ ହେଲେ ଅନନ୍ୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Jul 21, 2026 - 11:49
Ananya Panday Trolled: ହିନ୍ଦୀ ଶବ୍ଦକୁ ନେଇ ଟ୍ରୋଲ୍ ହେଲେ ଅନନ୍ୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୨୧/୦୭: ସମାଲୋଚନା ସହ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କ ଖୁବ୍ ପୁରୁଣା । ପ୍ରତିଦିନ ଯେକୌଣସି କାରଣ ପାଇଁ ସେ ସମାଲୋଚନାର ଶିକାର ହୋଇଥାନ୍ତି । ଏ ଥର ତାଙ୍କର ଏକ ଭିଡିଓ ଚର୍ଚ୍ଚାକୁ ଆସିଛି, ଯେଉଁଥିରେ ତାଙ୍କ ହିନ୍ଦୀ ଜ୍ଞାନ ପାଇଁ ୟୁଜର୍ ତାଙ୍କୁ ସମାଲୋଚନା କରୁଛନ୍ତି । ନିକଟରେ ଅନନ୍ୟା ଏକ ଫ୍ୟାଶନ୍ ଶୋ’ରେ ରାମ୍ପ୍ ୱାକ୍ କରିଥିଲେ । ଏହା ପରେ ଜଣେ କଣ୍ଟେଣ୍ଟ କ୍ରିଏଟର ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଅନନ୍ୟାଙ୍କୁ ପଚରାଗଲା, ହିନ୍ଦୀରେ କେଉଁ ଶବ୍ଦ ଉଚ୍ଚାରଣ କରିବା ସବୁଠୁ କଷ୍ଟକର । ଅନନ୍ୟା ବେଶ କିଛି ସମୟ ଏ ବିଷୟରେ ଚିନ୍ତା କଲେ । ତା’ପରେ କହିଲେ ‘ରୋଷେଇ ଘର’ ।

https://www.instagram.com/reel/Da7gw3EKqD-/?utm_source=ig_embed&ig_rid=AuB0s6yaYmCUSJArDJu9I9J

ତାଙ୍କ ଅନୁସାରେ, ଏହା ହିନ୍ଦୀର ସବୁଠୁ କଷ୍ଟକର ଶବ୍ଦ ଯାହାକୁ ସହଜରେ କହି ହୁଏ ନାହିଁ । ତାଙ୍କର ଜବାବ ଲୋକଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି । ତାଙ୍କୁ ଭଲ ହିନ୍ଦୀ ଆସେନାହିଁ, ଏହା ତା’ର ଜ୍ୱଳନ୍ତ ଉଦାହରଣ ବୋଲି ଲୋକେ କହୁଛନ୍ତି । ଆଉ କିଛି ତାଙ୍କ ପିଆର୍ ଟ୍ରେନିଂ ଉପରେ ପ୍ରଶ୍ନ ଉଠାଇଛନ୍ତି । କେଉଁ ପରିସ୍ଥିତିରେ କ’ଣ କୁହାଯିବ ତାଙ୍କୁ ଶିଖାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି । ତେବେ ନିକଟରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଚାନ୍ଦ ମେରା ଦିଲ୍’ ପାଇଁ ଅନନ୍ୟା ଖୁବ୍ ଟ୍ରୋଲ୍ ହୋଇଥିଲେ । ଫିଲ୍ମରେ ଭରତନାଟ୍ୟମ୍ ଓ ହିପ୍-ହପ୍‌ର ଫ୍ୟୁଜନ୍ ନୃତ୍ୟ ପାଇଁ ତାଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା ।

ଆହୁରି ପଢ଼ନ୍ତୁ...Delivery Rider Wins Literary P-rize: ଡେଲିଭରୀ ବୟଙ୍କୁ ଚୀନ୍‌ର ସବୁଠୁ ବଡ଼ ସାହିତ୍ୟ ସମ୍ମାନ, ଜାଣନ୍ତୁ କାହିଁକି ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।