ଘିଅ, ତେଲ ଗୋଦାମରେ ଅଗ୍ନିକାଣ୍ଡ : ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ଛତ୍ରପୁର, ୨୧।୭ : ଘିଅ ଓ ଖାଇବା ତେଲ ଗୋଦାମ ଘରେ ଅଗ୍ନିକାଣ୍ଡ ।ନିଆଁର କରାଳ ରୂପରେ ପୋଡି ଭସ୍ମୀଭୂତ ହୋଇଗଲା ଲକ୍ଷାଧିକ ଟଙ୍କାର ବିଭିନ୍ନ ଖାଦ୍ୟ ସାମଗ୍ରୀ । ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁର ଛକରେ ଥିବା ଏକ ଗୋଦାମ ଗୃହରେ ନିଆଁ ଲାଗି ସାମଗ୍ରୀ ପୋଡି ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ।
ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁର ଛକରେ ଥିବା ଏକ ଗୋଦାମ ଗୃହରେ ଅଚାନକ ଅପରାହ୍ନ ସମୟରେ ଧୁଆଁ ସହ ନିଆଁ ବାହାରୁଥିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ନିଆଁ ଖୁବ ଜୋରରେ ବ୍ୟାପିଥିଲା। ଗୋଦାମ ମାଲିକ କୃଷ୍ଣ ଚନ୍ଦ୍ର ମୁଦୁଲି ଛତ୍ରପୁର ଓ ବ୍ରହ୍ମପୁର ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ । ଏହି ଦୁଇଟି ସ୍ଥାନରୁ ୫ଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ବେଳକୁ ଗୋଦାମ ଗୃହରେ ଥିବା ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ନଷ୍ଟ ହୋଇଛି । ଗୋଦାମରେ ଘିଅ,ତେଲ, ଆଚାର ସମେତ କୁରକୁର ଜାତୀୟ ଖାଦ୍ୟ ରହିଥିଲା । ଏପରିକି ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ସାମଗ୍ରୀ ରହିଥିବା ଗୋଦାମ ମାଲିକ କହିଛନ୍ତି । ତେବେ ବିଦ୍ୟୁତ ସର୍ଟ ସର୍କିଟରହୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଆହୁରି ପଢନ୍ତୁ : ରାଜ୍ୟରେ ଅଛନ୍ତି ୧୨ ଲକ୍ଷ ଭୂତ ଭୋଟର, ୫୮ ଲକ୍ଷରୁ ଅଧିକ ଲୋକଙ୍କୁ ଯିବ ନୋଟିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।