8th Pay Commission : ୬୮% ଯାଏ ବଢ଼ିବ କି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ? ୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ କମିଶନ (8th Pay Commission)ଙ୍କ ସୁପାରିଶକୁ ଚାହିଁ ରହିଛନ୍ତି। ଏମିତି ତ ବେତନ କମିଶନଙ୍କ ସୁପାରିଶ ଆସିବାକୁ ପାଖାପାଖି ସମୟ ବର୍ଷେ ରହିଛି। କିନ୍ତୁ ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ ନିଜର ନୂଆ ଦରମା ଓ ଭତ୍ତାକୁ ନେଇ ବିଭିନ୍ନ ପ୍ରକାରର ଆକଳନ କରିବା ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଆନୁମାନିକ ଫିଟମେଣ୍ଟ ଫର୍ମୁଲାକୁ ଆଧାର କରାଯାଉଛି।
ବାସ୍ତବରେ, କେନ୍ଦ୍ରୀୟ କର୍ମଚାରୀଙ୍କ ମୁଖ୍ୟ ସଂସ୍ଥା 'ନ୍ୟାସନାଲ କାଉନ୍ସିଲ- ଜଏଣ୍ଟ କନସଲଟେଟିଭ ମେସିନାରୀ' (NC-JCM) ୮ମ ବେତନ କମିଶନରେ ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିବାକୁ ଦାବି କରିଛି। ହେଲେ କିଛି ବିଶେଷଜ୍ଞଙ୍କ କହିବାନୁସାରେ , ଏହି ଆକଳନ ବହୁତ ଅଧିକ, କିନ୍ତୁ ଅନେକଙ୍କର ବିଶ୍ୱାସ ଯେ, ବେତନ କମିଶନ୍ ୨.୦ ରୁ ୨.୨୫ ମଧ୍ୟରେ ଫିଟମେଣ୍ଟ ଫ୍ୟାକ୍ଟର ସ୍ଥିର କରି ପାରନ୍ତି। ଯଦି ବେତନ କମିଶନ୍ ୨.୨୫ ଫିଟମେଣ୍ଟ ଫ୍ୟାକ୍ଟର ସ୍ଥିର କରନ୍ତି, ତେବେ ଏହାର ଅର୍ଥ କ’ଣ କେନ୍ଦ୍ରୀୟ କର୍ମଚାରୀଙ୍କ ଗ୍ରସ୍ ସାଲାରୀ ସେହି ଅନୁପାତରେ ବୃଦ୍ଧି ପାଇବ ?
ଯଦି ପୂର୍ବ ପ୍ୟାଟର୍ଣ୍ଣକୁ ଦେଖାଯାଏ, ତ ୭ମ ବେତନ କମିଶନରେ ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଥିବା ସତ୍ତ୍ୱେ କର୍ମଚାରୀଙ୍କ ଗ୍ରସ୍ ସାଲାରୀରେ ମାତ୍ର ୧୪.୨୯% ବୃଦ୍ଧି ଘଟି ଥିଲା। ଅନ୍ୟପଟେ, ୬ଷ୍ଠ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଥିଲା, କିନ୍ତୁ ଗ୍ରସ୍ ସାଲାରୀରେ ୫୪% ବଢ଼ି ଥିଲା। ଚତୁର୍ଥ ଓ ପଞ୍ଚମ ବେତନ କମିଶନ୍ ଅନୁସାରେ ମୋଟ ଦରମାରେ ବୃଦ୍ଧି ଯଥାକ୍ରମେ ୨୭.୬୦% ଏବଂ ୩୧ % ଥିଲା।
୮ମ ବେତନ କମିଶନରୁ କ’ଣ ଆକଳନ ?
ବ୍ୟାଙ୍କବଜାରର ଆକଳନରୁ ଜଣାପଡ଼ିଛି ଯେ, ଯଦି ୮ମ ବେତନ କମିଶନ ୨.୦ ରୁ ୨.୫୭ର ରେଞ୍ଜରେ ଫିଟମେଣ୍ଟ ଫ୍ୟାକ୍ଟର ସ୍ଥିର କରେ, ତଥାପି ଲେଭଲ୍ ୧-୧୮ କର୍ମଚାରୀଙ୍କ ଗ୍ରସ୍ ସାଲାରୀରେ ୩୧ % ରୁ ୬୮% ପର୍ଯ୍ୟନ୍ତ ବୃଦ୍ଧି ହୋଇ ପାରେ। ସୂଚନା ଯେ, ୪ର୍ଥ ରୁ ୭ମ ବେତନ କମିଶନ ପର୍ଯ୍ୟନ୍ତ ଗ୍ରସ୍ ସାଲାରୀ ବୃଦ୍ଧିର ତଥ୍ୟକୁ ଦେଖିଲେ, ସବୁଠାରୁ ବଡ଼ ବୃଦ୍ଧି ୬ଷ୍ଠ ବେତନ କମିଶନ ଅନୁସାରେ ୫୪% ଥିଲା, ଯେଉଁଥିରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଥିଲା। ଏହାର ବିପରୀତ, ୭ମ ବେତନ କମିଶନରେ ଦରମାରେ ସବୁଠାରୁ କମ୍ ୧୪.୨୯% ବୃଦ୍ଧି ଘଟି ଥିଲା।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଅଧିକ ଫିଟମେଣ୍ଟ ଫ୍ୟାକ୍ଟର ସତ୍ତ୍ୱେ ମୋଟ ଦରମାରେ ବୃଦ୍ଧି କାହିଁକି କମ୍ ହୋଇ ପାରେ ? ଏହି ପରିସ୍ଥିତିରେ ବର୍ତ୍ତମାନର DAର ହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କହି ରଖୁଛୁ ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମାର ମୁଖ୍ୟ ଭାଗ ବେସିକ୍ ସାଲାରୀ, DA, HRA ଏବଂ TPTA ପାଖାପାଖି ସାଧାରଣ ଭତ୍ତା ଅଟେ, କିନ୍ତୁ ଅନ୍ୟ ଭତ୍ତାଗୁଡ଼ିକ କର୍ମଚାରୀଙ୍କ କାର୍ଯ୍ୟ, ଚାକିରିର ସ୍ଥିତି, ଚାକିରିରେ ଥିବା ବିପଦ ଏବଂ ପୋଷ୍ଟିଂ ସ୍ଥାନ ଆଧାରରେ ଭିନ୍ନ ଭିନ୍ନ ହୋଇ ଥାଏ।
ବର୍ତ୍ତମାନ ସମସ୍ତଙ୍କ ନଜର ଅଷ୍ଟମ ବେତନ କମିଶନଙ୍କ ସୁପାରିଶ ଉପରେ ରହିଛି। ସରକାର ଗତବର୍ଷ ନଭେମ୍ବର ମାସରେ ଅଷ୍ଟମ ବେତନ କମିଶନ ଗଠନ କରି ଥିଲେ। ଏହି ବେତନ କମିଶନ୍ ୨୦୨୬ରେ ସକ୍ରିୟ ହୋଇଛି। ବର୍ଷର ପ୍ରଥମ ଛଅ ମାସରେ କେବଳ ଯେ ବେତନ କମିଶନର ପୋର୍ଟାଲ୍ ଲଞ୍ଚ କରାଯାଇଛି ତାହା ନୁହେଁ, ବରଂ ବିଭିନ୍ନ ସ୍ଥାନରେ ବୈଠକ ମଧ୍ୟ ଆୟୋଜନ କରାଯାଉଛି। ଏହି ବୈଠକଗୁଡ଼ିକ କର୍ମଚାରୀ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ କରାଯାଉଛି।
ଆହୁରି ମଧ୍ୟ ପଢନ୍ତୁ - ଏବେ ବିନା ଇଣ୍ଟରନେଟ୍ରେ ହେବ ୟୁପିଆଇ ପେମେଣ୍ଟ, ବିମାନ ଏବଂ ମେଟ୍ରୋରେ ଚାଲିବ ଫୋନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।