Welcome!

Unlock your personalized experience.
Sign Up

ରାଜ୍ୟରେ ଅଛନ୍ତି ୧୨ ଲକ୍ଷ ଭୂତ ଭୋଟର, ୫୮ ଲକ୍ଷରୁ ଅଧିକ ଲୋକଙ୍କୁ ଯିବ ନୋଟିସ

Jul 21, 2026 - 19:20
ରାଜ୍ୟରେ ଅଛନ୍ତି ୧୨ ଲକ୍ଷ ଭୂତ ଭୋଟର, ୫୮ ଲକ୍ଷରୁ ଅଧିକ ଲୋକଙ୍କୁ ଯିବ ନୋଟିସ

ଭୁବନେଶ୍ବର, ୨୧।୭ : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଛନ୍ତି ୧୨ ଲକ୍ଷ ଭୂତ ଭୋଟର। ସେମାନଙ୍କ ମିଳୁନି ପତ୍ତା। ୨୦୦୨ ଭୋଟର ତାଲିକା ସହ ୨୦୨୫ ତାଲିକା ମ୍ୟାପିଙ୍ଗ ବେଳେ ମିଳୁନି ଏହି ଭୋଟରଙ୍କ ତାଲିକା। ସେହିପରି ତ୍ରୁଟିପୂର୍ଣ୍ଣ ଥିବା ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଲୋକଙ୍କୁ କରାଯିବ ନୋଟିସ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ କହିଛନ୍ତି।

ସେହିପରି ୪୬ ଲକ୍ଷ ଭୋଟରଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ସୂଚନାରେ ସାମାନ୍ୟ ତ୍ରୁଟି ରହିଛି। BLO ସହାୟତା ନେଇ ଏହା ସେମାନେ ସଂଶୋଧନ କରିପାରିବେ। ୧୨ ଲକ୍ଷ ଲୋକ ଯାହାଙ୍କର କୌଣସି ତଥ୍ୟ ମିଳୁନି ସେମାନଙ୍କୁ ମଧ୍ୟ ନୋଟିସ କରାଯିବ । ନୋଟିସ ପାଇବା ପରେ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ AERO ଙ୍କୁ ଆବଶ୍ୟକୀୟ କାଗଜପତ୍ର ଦେଇ ଧାର୍ଯ୍ୟ କରାଯାଇଥିବା ତାରିଖ, ସମୟ ଓ ସ୍ଥାନରେ ନିଜେ ଶୁଣାଣିରେ ଉପସ୍ଥିତ ହୋଇ ନିଜ ଦାବି ସମର୍ଥନରେ ଆବଶ୍ୟକୀୟ ଦସ୍ତାବିଜ ଉପସ୍ଥାପନ କରି ନା ପଞ୍ଜିକରଣ କରିପାରିବେ। ନଚେତ୍ ସମ୍ପୃକ୍ତ ଭୋଟରମାନେVoters.eci.gov.in ପୋର୍ଟାଲରେ ଲଗ୍ ଇନ୍ କରି ମଧ୍ୟ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିପାରିବେ।

ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି , ରୋଗଗ୍ରସ୍ତ ଏବଂ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତି ତଥା ଦୁର୍ଗମ କିମ୍ବା ଅପହଞ୍ଚ ଅଞ୍ଚଳର ବାସିନ୍ଦାଙ୍କ ଭଳି ସମ୍ବେଦନଶୀଳ ବର୍ଗର ଭୋଟରମାନଙ୍କ ଶୁଣାଣି ସୁବିଧାଜନକ କରିବା ପାଇଁ ସାଧାରଣତଃ ସେମାନଙ୍କ ଶୁଣାଣି ପ୍ରକ୍ରିୟାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଆବଶ୍ୟକ ହେବ ନାହିଁ। ବରଂ ଦାବି ଓ ଆପତ୍ତି ଗୁଡ଼ିକ ସହଜ ସୁବିଧାଜନକ ଏବଂ ନିର୍ବିଘ୍ନରେ ନିଷ୍ପତ୍ତିକୁ ସୁନିଶ୍ଚିତ କରିବା ନିମନ୍ତେ ବିଏଲ ଓ ମାନେ ସମ୍ପୃକ୍ତ ଭୋଟରମାନଙ୍କ ବାସସ୍ଥାନରୁ ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବେ ।

ଜୁଲାଇ ୫ ତାରିଖରେ ପ୍ରକାଶିତ ଚିଠା ତାଲିକାରେ ନାମ ବାଦ୍ ପଡ଼ିବା କିମ୍ବା ସଂଶୋଧନ ନେଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଓ ଦାବି ଦାଖଲ କରିବାର ସୁଯୋଗ ରହିଛି । ଆପତ୍ତି ସମାଧାନ ଜୁଲାଇ ୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ ଓ ଦାବି ଓ ଆପତ୍ତିର ସମାଧାନ ହେବ।ସଂଗୃହୀତ ଦସ୍ତାବିଜ ଏବଂ ପ୍ରାପ୍ତ ତଥ୍ୟ ଆଧାରରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ERO ସମ୍ପୃକ୍ତ ଭୋଟରଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବେ ଏବଂ ତଦନୁସାରେ ୬ ସେପ୍ଟେମ୍ବର ୨୦୨୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ଆହୁରି ପଢନ୍ତୁ : ଭୋଟର ତାଲିକା ପ୍ରସ୍ତୁତି ନେଇ ଅକ୍ଟୋବରରୁ ରାଜ୍ୟରେ ହେବ ଘରକୁ ଘର ସର୍ଭେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।