23 JULY 2026

Welcome!

Unlock your personalized experience.
Sign Up

୬୫ ବର୍ଷୀୟ ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା ନର୍ସ ଗିରଫ

Jul 23, 2026 - 17:44
୬୫ ବର୍ଷୀୟ ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା ନର୍ସ ଗିରଫ

ନୂଆଦିଲ୍ଲୀ: ତୁମେ ମୋ ସହ ଖରାପ କାମ କରିଛ । ତୁମ ଫଟୋ ଭିଡିଓ ମୋ ପାଖରେ ଅଛି । ମୋତେ ଟଙ୍କା ଦିଅ ନହେଲେ ସବୁ ଭାଇରାଲ କରାଇ ଦେବି । ନିଜ ହସ୍ପିଟାଲରେ କାମ କରୁଥିବା ଜଣେ ଜଣେ ନର୍ସ ଡାକ୍ତରଙ୍କୁ ଏଭଳି କରୁଥିଲେ । ୬୫ ବର୍ଷୀୟ ଡାକ୍ତରଙ୍କୁ ବ୍ଲାକମେଲ କରି ୨ କୋଟିର ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୁଲିସ ନର୍ସଙ୍କୁ ଗିରଫ କରିଛି । ରାଜସ୍ଥାନର ବାଡ଼ମେର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ ନର୍ସ ଜଣକ ୨୦୧୬ ମସିହାରୁ ତାଙ୍କ ହସ୍ପିଟାଲରେ କାମ କରୁଥିଲେ । ତାଙ୍କର ଅଧିକାଂଶ ରାତିରେ ଡ୍ୟୁଟି ପଡ଼ୁଥିଲା । ଯେଉଁ କାରଣରୁ ସେ ଡାକ୍ତରଙ୍କ ପର୍ସନାଲ ରୁମକୁ ମଧ୍ୟ ଯାଉଥିଲେ । ଯେଉଁଠାରେ ସେ ଡାକ୍ତରଙ୍କ ବ୍ୟକ୍ତିଗତ ଫଟୋ ଉଠାଉଥିଲେ । ଏହାକୁ ନିଜ ମୋବାଇଲରେ ରଖିବା ପରେ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ଏବଂ ଦୁଷ୍କର୍ମ ମାମଲାରେ ଫସାଇ ଜେଲ୍ ପଠାଇଦେବାର ଧମକ ଦେଇ ବ୍ଲାକମେଲିଂ ଆରମ୍ଭ କରିଥିଲେ। ଡାକ୍ତର ଜଣକ ସମାଜରେ ନିଜର ସମ୍ମାନ ଏବଂ ଡାକ୍ତରଖାନାର ନାମ ଖରାପ ହେବା ଭୟରେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ହସ୍ପିଟାଲରୁ ମାତ୍ର୧୨ହଜାରଟଙ୍କାଦରମା ପାଉଥିବା ଏହି ନର୍ସ, ଗତ ୯ ବର୍ଷ ମଧ୍ୟରେ ଡାକ୍ତରଙ୍କଠାରୁକୋଟିଟଙ୍କାଲୁଟି ନେଇଥିଲେ। କେବଳ ସେତିକି ନୁହେଁ, ଡାକ୍ତରଙ୍କ ଉପରେ ସବୁବେଳେ ନଜର ରଖିବା ପାଇଁ ସେ ତାଙ୍କୁ ଏକ ସ୍ୱତନ୍ତ୍ର ମୋବାଇଲ୍ ଓ ସିମ୍ କାର୍ଡ ଦେଇଥିଲେ ଯାହାକୁ ୨୪ ଘଣ୍ଟା ଅନ୍ ରଖିବାକୁ ବାଧ୍ୟ କରାଯାଉଥିଲା। ହସ୍ପିଟାଲର ସିସିଟିଭି କ୍ୟାମେରାର ପାସୱାର୍ଡ ହାସଲ କରି ସେ ଡାକ୍ତରଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲେ। ଥରେ ଡାକ୍ତର କୌଣସି କାମରେ ଅହମ୍ମଦାବାଦ ଯାଇଥିବା ବେଳେ ନର୍ସ ଜଣକ ତାଙ୍କୁ ପ୍ରାୟ୧୦୦୦ଥରଫୋନ୍ କଲ୍ କରି ହଇରାଣ କରିଥିଲେ। ଏପରିକି ଖାଲି ଚେକ୍ ଏବଂ ଷ୍ଟାମ୍ପ ପେପରରେ ବଳପୂର୍ବକ ଦସ୍ତଖତ କରାଇ ସେଗୁଡିକୁ ବ୍ୟାଙ୍କ ଲକରରେ ରଖିଥିଲେ।

ଡାକ୍ତର ଅଭିଯୋଗ କରିଛନ୍ତି ଯେ ନର୍ସ ତାଙ୍କୁ ବାରମ୍ବାର ଧମକ ଦେଉଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସେ ତାଙ୍କର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବେ, ମିଥ୍ୟା ବଳାତ୍କାର ମାମଲା ରୁଜୁ କରିବେ ଏବଂ ତାଙ୍କୁ ହତ୍ୟା ମଧ୍ୟ କରିବେ। ଡାକ୍ତର କହିଛନ୍ତି ଯେ ସେ ତାଙ୍କ ପ୍ରତିଷ୍ଠା ଏବଂ ହସ୍ପିଟାଲର ପ୍ରତିଷ୍ଠାକୁ ରକ୍ଷା କରିବା ପାଇଁ ଟଙ୍କା ଦେଇ ଚାଲିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଡାକ୍ତର ଏପର୍ଯ୍ୟନ୍ତ ଅଭିଯୁକ୍ତ ନର୍ସଙ୍କୁ ପ୍ରାୟ ୨ କୋଟି ଟଙ୍କା ଦେଇସାରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୩୫ ଲକ୍ଷ ଟଙ୍କା ହସ୍ପିଟାଲର ବ୍ୟାଙ୍କ ଆକାଉଣ୍ଟରୁ ଅନଲାଇନରେ ଟ୍ରାନ୍ସଫର କରାଯାଇଥିଲା। ଡାକ୍ତର ଦାବି କରିଛନ୍ତି ଯେ ନର୍ସ ତାଙ୍କୁ ବ୍ଲାଙ୍କ ଚେକ୍ ଏବଂ ଷ୍ଟାମ୍ପ ପେପରରେ ମଧ୍ୟ ସ୍ୱାକ୍ଷର କରାଇଥିଲେ, ଯାହାକୁ ସେ କୌଣସି ସ୍ଥାନରେ ଲୁଚାଇ ରଖିଛନ୍ତି।

ଶେଷରେ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ପୀଡିତ ଡାକ୍ତର ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ବାଡମେର ଅତିରିକ୍ତ ଏସପିନୀତେଶଆର୍ଯ୍ୟଙ୍କ ନେତୃତ୍ୱରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ନର୍ସଙ୍କୁ ଗିରଫ କରିଛି ଏବଂ ତାଙ୍କ ନିକଟରୁ୧୭,୦୦୦ଟଙ୍କାନଗଦ ଜବତ କରାଯାଇଛି। ତେବେ ଗିରଫ ହେବା ପରେ ନର୍ସ ଜଣକ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଡାକ୍ତର ନିଜକୁ ବଞ୍ଚାଇବା ପାଇଁ ମିଥ୍ୟା ମାମଲା ରୁଜୁ କରିଥିବା ଦାବି କରିଛନ୍ତି। ବର୍ତ୍ତମାନ ପୋଲିସ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ଏହି ବ୍ଲାକମେଲିଂ ନେଟୱର୍କର ଟିକନିଖି ତଦନ୍ତ କରୁଛି ।

ଏହାସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଅଶୋକ ଶର୍ମା କିଏ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।