୨ ବର୍ଷ ପରେ ଦଳକୁ ଫେରିଲେ, ପ୍ରଥମ ବଲରେ ଓ୍ବିକେଟ୍ ନେଇ ରେକର୍ଡ କଲେ...
ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ମୟଙ୍କ ଯାଦବ । ନଜର ଗତି ପାଇଁ ବେଶ ଜଣାଶୁଣା ଏହି ଖେଳାଳି ଜିମ୍ବାଓ୍ବେ ବିପକ୍ଷରେ କରିଛନ୍ତି କମାଲ । ହରାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ପ୍ରଥମ ବଲରେ ହିଁ ଓ୍ବିକେଟ ଅକ୍ତିଆର କରି ରେକର୍ଡ କରିଛନ୍ତି । ୧୪୯ ସ୍ପିଡରେ ବୋଲିଂ କରି ସେ ଏହି ସଫଳତା ହାସଲ କରିଛନ୍ତି । ଜିମ୍ବାଓ୍ବେର ଓପନର ବ୍ୟାଟ୍ସମ୍ୟାନ ବ୍ରାଏନ୍ ବେନେଟ ବଲକୁ ବୁଝିବା ପୂର୍ବରୁ ଇଶାନ କିଷନଙ୍କ ହାତରେ ଧରାପଡ଼ିଥିଲେ । ତେବେ ଟି-୨୦ରେ ପ୍ରଥମ ବଲରେ ଓ୍ବିକେଟ ଅକ୍ତିଆର କରିଥିବା ବୋଲରଙ୍କ ତାଲିକାରେ ଯୋଡ଼ି ହୋଇଛି ମୟଙ୍କ ଯାଦବଙ୍କ ନାମ ।
Wicket on the very first delivery! ⚡️
— BCCI (@BCCI) July 23, 2026
How's that for a start from Mayank Yadav 😎
A successful review from #TeamIndia 👏👏
Follow the match ▶️ https://t.co/NKa0znQQ3H#ZIMvIND pic.twitter.com/MmHx5RXQVz
ତେବେ ଟି-୨୦ କ୍ରିକେଟରେ ପ୍ରଥମ ବଲରେ ଓ୍ବିକେଟ ନେବାର ରେକର୍ଡ ସ୍ବିଙ୍ଗ୍ କିଙ୍ଗ ଭାବେ ଜଣାଶୁଣା ଭୁବନେଶ୍ବର କୁମାରଙ୍କ ନାମରେ ରହିଛି । ୨୦୨୨ ମସିହାରେ ସେ ନିସଙ୍କଙ୍କୁ ଆଉଟ୍ କରିଥିଲେ । ଏହାସହ ସେ ଟି-୨୦ରେ ପ୍ରଥମ ବଲରେ ତିନିଥର ଆଉଟ୍ କରିଛନ୍ତି । ଭୁବିଙ୍କ ପଛକୁ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ । ଏମାନେ ଦୁଇଥର ଲେଖାଏଁ ପ୍ରଥମ ବଲରୁ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଛନ୍ତି । ତେବେ ମୟଙ୍କ ଯାଦବ ମଧ୍ୟ ଦ୍ବିତୀୟଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ସେ ପୂର୍ବରୁ ୨୦୨୪ ମସିହାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ବଲରେ ଓ୍ବିକେଟ ଅକ୍ତିଆର କରିଥିଲେ । ମାତ୍ର ନିୟମିତ ଦଳରେ ସ୍ଥାନ ପାଇନଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।