23 JULY 2026

Welcome!

Unlock your personalized experience.
Sign Up

ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂତନ ପଦବୀକୁ ମଞ୍ଜୁରୀ, ନିଯୁକ୍ତ ହେବେ ପ୍ରଫେସର, ଆସୋସିଏଟ ପ୍ରଫେସର

Jul 23, 2026 - 20:32
ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂତନ ପଦବୀକୁ ମଞ୍ଜୁରୀ, ନିଯୁକ୍ତ ହେବେ ପ୍ରଫେସର, ଆସୋସିଏଟ ପ୍ରଫେସର

ଭୁବନେଶ୍ଵର, ୨୩।୭ : ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ନିମନ୍ତେ  ସ୍ବାସ୍ଥ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ  ମଞ୍ଜୁରୀ ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ  ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବୀ ଗୁଡିକ ବିଭିନ୍ନ ସରକାରୀ ମେଡିକାଲ କଲେଜ ପାଇଁ ଅନୁମୋଦିତ ହୋଇଛି ।

ମଞ୍ଜୁର ପଦବୀ ଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ,କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ,ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ବାଲେଶ୍ଵର ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ରକ୍ତ ଚିକିତ୍ସା ବିଭାଗ, ବୁର୍ଲ୍ଲା ସ୍ଥିତ ଭୀମସାର ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ, ଶଲ୍ୟ ଗ୍ୟାଷ୍ଟ୍ରଏଣ୍ଟ୍ରୋଲୋଜୀ ବିଭାଗ, କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା, ତାଳଚେର ସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀର ସମସ୍ତ ବିଭାଗରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବୀ ମଞ୍ଜୁର ହୋଇଛି । ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଉନ୍ନତମାନର ଚିକିତ୍ସା ଆହୁରି ସହଜ ହେବ ।

ଏହି ଅନୁମୋଦନ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି ଯେ “ରାଜ୍ୟ ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ । ସରକାରଙ୍କ ଏହି ପଦକ୍ଷେପ ଗ୍ରହଣ ଫଳରେ ଆଗାମୀ ଦିନରେ ମାନବ ସମ୍ବଳ ବୃଦ୍ଧି ହେବା ସହ ସ୍ଵାସ୍ଥ୍ୟସେବା ଶିଖର ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଯେ , ଗତ ଦୁଇବର୍ଷ ମଧ୍ୟରେ ବିଭାଗରେ ୫୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ଷ୍ଟାଫ ନିଯୁକ୍ତି ହୋଇଛନ୍ତି । ସେହିପରି ୫୯୮୯ ନର୍ସିଙ୍ଗ ଅଫିସର ଏବଂ ୨୪୦ ରେଡିଓଗ୍ରାଫର ନିଯୁକ୍ତି ପାଇଁ ଅନୁମୋଦନ, ୧୧୦୮ ଫାର୍ମାସିଷ୍ଟ ଅଧିକାରୀ, ୨୩୮ ଅପଥାଲମିକ ଅଧିକାରୀ , ୩୮୦ ମେଡିକାଲ ଲ୍ୟାବ ଟେକନିସିଆନ ପଦବୀ ଅନୁମୋଦନ ମିଳିଛି ।

​​​​​​​ଆହୁରି ପଢନ୍ତୁ : ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିବା ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।