28 JUNE 2026

Welcome!

Unlock your personalized experience.
Sign Up

୨୦ କୋଟି ଦିଅ, ନହେଲେ ... ; ରୋହିତ ଶେଟ୍ଟୀଙ୍କୁ ଆସିଲା ଧମକ

Jun 28, 2026 - 17:15
୨୦ କୋଟି ଦିଅ, ନହେଲେ ... ; ରୋହିତ ଶେଟ୍ଟୀଙ୍କୁ ଆସିଲା ଧମକ

ମୁମ୍ୱାଇ : ବଲିଉଡ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କୁ ପୁଣି ଥରେ ଆସିଲା ହତ୍ୟା ଧମକ। କିଛି ଦିନ ପୂର୍ବେ ନିର୍ଦ୍ଦେଶକଙ୍କ ମୁମ୍ୱାଇ ସ୍ଥିତ ଘରେ ଫାୟାରିଂ କରାଯାଇ ଥିଲା। ଯାଞ୍ଚରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ନାଁ ସାମ୍ନାକୁ ଆସି ଥିଲା। ଏବେ ପୁଣି ଥରେ ରୋହିତ ଶେଟ୍ଟୀଙ୍କୁ ୨୦ କୋଟି ଟଙ୍କାର ଡିମାଣ୍ଡ କରାଯାଇଛି। ଧମକ ଦେଇଥିବା ବ୍ୟକ୍ତି କହିଛି ଯେ, ଯଦି ସେ ଏହି ଡିମାଣ୍ଡ ପୂରଣ ନକରନ୍ତି , ତ ତାଙ୍କ ଜୀବନକୁ ବିପଦ ଅଛି। ଏବେ ପୁଲିସ ଉକ୍ତ ମାମଲାର ତଦନ୍ତ କରୁଛି।

ରିପୋର୍ଟ ମୁତାବିକ, ଶନିବାର , ୨୭ ଜୁନରେ ରୋହିତ ଶେଟ୍ଟୀଙ୍କ ମୁମ୍ୱାଇ ସ୍ଥିତ ଅଫିସକୁ ଏକ କଲ୍ ଆସି ଥିଲା। କଲ୍ କରି ଥିବା ବ୍ୟକ୍ତି ୨୦ କୋଟି ଟଙ୍କା ଦାବି କରି ଥିଲା। ଏହା ମଧ୍ୟ କୁହାଯାଇଛି , ଯଦି ଟଙ୍କା ନମିଳେ, ତ ରୋହିତ ଶେଟ୍ଟୀଙ୍କ ଜୀବନ ଯାଇ ପାରେ। ରୋହିତ ଶେଟ୍ଟୀଙ୍କ ଟିମ୍ ସମୟ ନଷ୍ଟ ନକରି ମୁମ୍ୱାଇ ପୁଲିସକୁ ଏହି ପୂରା ମାମଲାର ସୂଚନା ଦେଇ ଥିଲେ। ପୁଲିସ ମଧ୍ୟ ମାମଲାର ଅଭିଯୋଗ ରୁଜୁ କରି ଆକ୍ସନ ନେଇଛି। ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। କଲ୍ କରି ଥିବା ବ୍ୟକ୍ତକୁ ଚିହ୍ନଟ କରାଯାଉଛି। ଫୋନ୍ ନମ୍ୱର ଟ୍ରାକ୍ କରାଯିବାକୁ ଚେଷ୍ଟା କରାଯାଉଛି। ପୁରୁଣା ମାମଲାର ଯାଞ୍ଚ କରାଯାଉଛି , ପୂର୍ବର ଫୋନ କଲ୍ ଗୁଡ଼ିକରୁ ଭଏସ୍ ଓ କହିବାର ତରିକାକୁ ମେଳ କରାଯାଉଛି। ଏହା କୁହାଯାଉଛି ଯେ, ଏହି କାମ ଲରେନ୍ସ ଗ୍ୟାଙ୍ଗର ହୋଇ ଥିବ। ହେଲେ , ଏବେସୁଦ୍ଧା କେହି ଅଫିସିଆଲି ଭାବେ ଏହି ଧମକରେ ନିଜର ଦାୟୀ କରାଇ ନାହାଁନ୍ତି।

ପୁଲିସ ଉକ୍ତ ମାମଲାର ଯାଞ୍ଚ କରୁଛି , କିନ୍ତୁ ଏବେ ଏହା କହିବା ମୁସ୍କିଲ ଯେ, ଏଥିରେ କାହାର ହାତ ଅଛି। କିଛି କହୁଛନ୍ତି ଏହା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର କାମ। ଏହା ପୂର୍ବରୁ ମଧ୍ୟ ଟଙ୍କା ଦାବି କରିବା ମାମଲାରେ ଏହି ଗ୍ୟାଙ୍ଗର ନାମ ସାମ୍ନାକୁ ଆସି ସାରିଛି।

କହୁ ରଖୁଛୁ ଯେ, ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀରେ ରୋହିତ ଶେଟ୍ଟୀଙ୍କ ଘରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଫାୟାରିଂ ମଧ୍ୟ କରି ଥିଲେ। ଯାଞ୍ଚରେ ବିଶ୍ନୋଇ ଗ୍ୟାଙ୍ଗର ନାମ ସାମ୍ନାକୁ ଆସି ଥିଲା। ଏହି ମାମଲାର ପୁଲିସ ୧୫ ଜଣ ଲୋକଙ୍କୁ ଗିରଫ ମଧ୍ୟ କରିଥିଲା। ରୋହିତ ଶେଟ୍ଟୀଙ୍କୁ ଏବେ ଜୀବନରେ ମାରି ଦେବାକୁ ଧମକ ମିଳିଛି। ଏହା ପୂର୍ବରୁ ଏହି ଧମକ ଅଭିନେତା ରଣବୀର ସିଂହଙ୍କୁ ମଧ୍ୟ ମିଳି ଥିଲା। 

ଉଲ୍ଲେଖନୀୟ ଯେ, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗତ କିଛି ବର୍ଷ ହେଲା ସଲମାନ ଖାନଙ୍କ ପଛରେ ପଡ଼ିଛି। ଅଭିନେତାଙ୍କୁ ଅନେକ ଥର ଜୀବନରେ ମାରିଦେବାର ଧମକ ବ୍ୟତୀତ ତାଙ୍କ ଘର ଉପରେ ଫାୟାରିଂ ମଧ୍ୟ କରାଯାଇ ଥିଲା। ନିଜର ଓ ପରିବାରର ସୁରକ୍ଷା ପାଇଁ ଅଭିନେତା ନିଜର ଘର ବଦଳାଉଛନ୍ତି। ରିପୋର୍ଟ ମୁତାବିକ , ସଲମାନ ଏବେ ମୁମ୍ୱାଇରେ ନିର୍ମିତ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି।

ଏହା ସହ ମଧ୍ୟ ପଢନ୍ତୁ - Shah Rukh Khan : ' ମୁଁ ଆପଣଙ୍କୁ ବହୁତ ଭଲ ପାଏ : ଶାହରୁଖ ଖାନଙ୍କୁ ନିଜର ବ୍ୟକ୍ତିଗତ କଥା କହିଲେ ବିବାହିତ ମହିଳା