୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ: ଆଜୀବନ ସଜା କାଟୁଥିଲେ, ସୁଧାର ପ୍ରକ୍ରିୟାରେ ମୁକୁଳିଲେ
ଭୁବନେଶ୍ୱର,୦୩/୦୮: ଆଜୀବନ କାରାଦଣ୍ଡ ଭେଗୁଥିବା ୧୯ଜଣ କଏଦୀଙ୍କୁ ନୂଆ ଜୀବନ ମିଳିଛି । ଉତ୍ତମ ବ୍ୟବହାର ଓ ଚାଲିଚଳଣି ପାଇଁ ସେମାନଙ୍କୁ ବିଭିନ୍ନ ଜେଲ୍ରୁ ଆଗୁଆ ଖଲାସ କରାଯାଇଛି । ସେମାନଙ୍କୁ ଉତ୍ତରୀୟ ପିନ୍ଧାଇବା ସହ ହାତରେ ଭଗବତ୍ ଗୀତା ସହ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ର ଦେଇ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରୁ ବାଲିପାଟଣା ଅଞ୍ଚଳର ସୁରେନ୍ଦ୍ରନାଥ ଭୋଇ, ନୂଆଗାଁର ବିପିନ ବରାଳ, ଜଟଣୀର ରତନ ଘୋଷ ୩ଜଣ ଖଲାସ ହୋଇଛନ୍ତି । ହତ୍ୟା ମାମଲାରେ ଏମାନେ ସଜା କାଟୁଥିଲେ । ବୈଶ ଛତାବରାହ, ଗୋକୁଳ ଓରଫ୍ ଛୋଟା ମଲ୍ଲିକ ନାମକ ୨ କଏଦୀ ଜାମୁଝରି ମୁକ୍ତାକାଶରୁ ବାହାରିଛନ୍ତି। ଆଜୀବନ ସଜ୍ଜା କାଟୁଥିବା ଶାନ୍ତିଲତା ପ୍ରଧାନ ନାମକ ମହିଳା କଏଦୀ ମଧ୍ୟ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି ।
ଅଧିକ ପଢ଼ନ୍ତୁ :- Disability Scholarship : ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର, ବାର୍ଷିକ ୫ଲକ୍ଷ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି
କୋରାପୁଟ ମଣ୍ଡଳ କାରାଗାରରୁ ସମର ଜାନି, ଜଗନ୍ନାଥ ଜାନି, ସମ୍ବଲପୁର ମଣ୍ଡଳ କାରାଗାରରୁ ବୈକୁଣ୍ଠନାଥ ବିହାରି, ଶତ୍ରୁଘ୍ନ ବାଗ, ଅନୁଗୁଳ ମଣ୍ଡଳ କାରାଗାରରୁ ଅକ୍ଷୟ କୁମାର ସାହୁ, ପ୍ରଫୁଲ୍ଲ ଦେହୁରୀ, ଭଞ୍ଜନଗର ସ୍ୱତନ୍ତ୍ର କାରାଗାରରୁ ଦିନବନ୍ଧୁ ଅଳତିଆ, ବାରିପଦା ମଣ୍ଡଳ କାରାଗାରରୁ ଜାନୁ ବାନ୍ରା, ଅମର ସିଂ, କେନ୍ଦୁଝର କାରାଗାରରୁ ଦସରା ମୁଣ୍ଡା, ବାଲେଶ୍ୱରରୁ ନବକୃଷ୍ଣ ରାଉତ, ନିମାପଡ଼ା ସବ୍-ଜେଲ୍ରୁ ରାଜକିଶୋର ରାଉତରାୟ, ଯାଜପୁରରୁ ବିଶ୍ୱମ୍ବର ସାହୁ ମୁକୁଳିଛନ୍ତି । ଜେଲ ସୁଧାର ପକ୍ରିୟାରେ ସାମିଲ ହୋଇ ଏସବୁ କଏଦୀମାନେ ନିଜକୁ ସୁଧୁରିଛନ୍ତି । ରାଜ୍ୟ କାରାଦଣ୍ଡ ସମୀକ୍ଷା ବୋର୍ଡ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ କାରାଦଣ୍ଡରୁ ମୁକ୍ତ କରାଯାଇଛି । ଅପରାଧ ଦୁନିଆକୁ ପଛରେ ଛାଡି଼ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ଆଶା କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।