ସ୍ବାମୀକୁ ମୋବାଇଲରେ ପିଟି ପିଟି ଗୁରୁତର କଲା ସ୍ତ୍ରୀ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବଲାଙ୍ଗୀର, ୧୨।୭ : ସ୍ବାମୀକୁ ମୋବାଇଲରେ ପିଟି ପିଟି ଗୁରୁତର କଲା ସ୍ତ୍ରୀ। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗିର ଲକ୍ଷ୍ମୀଜୋର ଥାନାରେ ମାମଲା ରୁଜୁ ହୋଇଛି। ମୃତକ ଜଣକ ହେଲେ ସପନେସ୍ୱର ମିଶ୍ର।
ସପନେସ୍ୱର ମିଶ୍ର ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ଲାଗି ରହୁଥିଲା। ଗତ ଦୁଇ ଦିନ ତଳେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ମୋବାଇଲରେ ସପନେଶ୍ବରଙ୍କ ମୁଣ୍ଡକୁ ମାଡ଼ ମାରି ଥିଲେ ସ୍ତ୍ରୀ । ଯାହାଫଳରେ ସପନେଶ୍ୱର ଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ବୋହିଥିଲା। ଏପରିକୁ ସପନେଶ୍ବର ମୁଣ୍ଡରେ ୬ ଟି ଷ୍ଟିଜ ପଡିଥିଲା। ଏନେଇ ତାଙ୍କୁ ପ୍ରଥମେ ଘରୋଇ ହସ୍ପିଟାଲ ଓ ପରେ ଭୀମଭୋଇ ମେଡ଼ିକାଲ କୁ ଅଣାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଲୋକ ପୁତ୍ର ବଧୁ ନାମରେ ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।