ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ବାମୀ
ଝାରସୁଗୁଡ଼ା, ୨୮ ।୬ : ସ୍ବାମୀର ଅନ୍ୟ ମହିଳା ସହ ସଂପର୍କକୁ ସ୍ତ୍ରୀ ବିରୋଧ କରିବାରୁ ଚାଲିଗଲା ଜୀବନ। ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ ।ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲି ଘୁନଘୁଟି ପଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ସୌଦାମିନୀ କିସାନ(୨୮) ।
ହଂଶାମୁରା କଣ୍ଟାପାଲି ଘୁନଘୁଟି ପଡ଼ାରେ ରାହୁଲଙ୍କ (୨୮) ଅନ୍ୟ ଜଣେ ଯୁବତୀଙ୍କ ସହ ପରକୀୟା ସଂପର୍କ ଥିଲା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ସୌଦାମିନୀ ବିରୋଧ କରି ଆସୁଥିଲେ । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ହେଉଥିଲା । ଶନିବାର ରାତିରେ ସୌଦାମିନୀ କିସାନ ଏବଂ ରାହୁଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାହୁଲ ଠେଙ୍ଗାରେ ପିଟିପିଟି ସୌଦାମିନୀଙ୍କୁ ହତ୍ୟା କରିଥିଲା। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : କମ୍ପାନୀ ଆଳରେ ଲୋକଙ୍କ ଠାରୁ ୫ କୋଟି ଟଙ୍କା ଠକେଇ, ଜଣେ ଗିରଫ