ସୋନାକ୍ଷୀ ସିହ୍ନା ଅନୁଷ୍କା ଶର୍ମାଙ୍କୁ କଲେ ଅନଫଲୋ, ସୋସିଆଲ ମିଡ଼ିଆରେ ଆରମ୍ଭ ହେଲା ବିତର୍କ
ମୁମ୍ବାଇ,୫/୮ : ବଲିଉଡ଼ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଇନଷ୍ଟାଗ୍ରାମ ଆକ୍ଟିଭିଟିକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେଡିଟରେ ଏକ ନୂଆ ଚର୍ଚ୍ଚା ଛିଡ଼ା ହୋଇଛି । ୟୁଜର୍ସ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ସହ ସୋନାକ୍ଷୀ ଫଲୋ-ଅନଫଲୋ କରିବାର ପ୍ୟାଟର୍ନରେ ଦେଖିବେ ତ ଆଶ୍ଚର୍ଯ୍ୟର କଥା ସାମ୍ନାକୁ ଆସିବ । ଏହି ଥିୟୋରୀ ଇଣ୍ଟରନେଟରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକ ଏହା ଉପରେ ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି ଶେଷରେ ସୋନାକ୍ଷୀ ଏହି ପଦକ୍ଷେପ ପଛରେ କାରଣ କ‘ଣ ହୋଇପାରେ ?
ରେଡିଟ ଏବଂ ଏକ୍ସରେ ଚାଲୁଥିବା ଚର୍ଚ୍ଚାକୁ ଦେଖିବା ତ ସୋନାକ୍ଷୀ ସିହ୍ନା ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କୁ ଏହି ସମୟରେ ଅନଫଲୋ କରିଦେଇଥିଲେ । ଯେତେବେଳେ ଉଭୟେ ଷ୍ଟାର୍ସ ସନତାନ ଧର୍ମ ଏବଂ ଆଧ୍ୟାତ୍ମ୍ୟରେ ଯୋଡ଼ି ହୋଇଥିବା ପୋଷ୍ଟ ଅଧିକ ସେୟାର କରିବାକୁ ଲାଗିଥିଲେ । ଏହି କଥାକୁ ଆଧାର କରି ୟୁଜର୍ସ ସୋସିଆଲ ମିଡ଼ିଆରେ ସୋନାକ୍ଷୀଙ୍କୁ ଏହି ପଦକ୍ଷେପର ଭିନ୍ନ କାରଣ ଖୋଜୁଛନ୍ତି ।
ଏହା ଦାବି ହେଉଛି କି ପରେ ସୋନାକ୍ଷୀ ଅନୁଷ୍କାଙ୍କୁ ପୁଣି ଫଲୋ କରିବା ଆରମ୍ଭ କରି ଦେଇଥିଲେ। ପ୍ରକାଶ ଯେ, ଅନୁଷ୍କା ଡଗ୍ସ ଓ୍ବେଲଫେୟାର ସହ ଯୋଡ଼ି ହୋଇଥିବା ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଥିଲେ । ଯେଉଁଥିରେ ସୋନାକ୍ଷୀ ବି ରି-ସେୟାର କରିଥିଲେ । କୁହାଯାଉଛି କି ଜୀବଜନ୍ତୁଙ୍କ ପ୍ରତି ଏହି ପ୍ରେମ ପାଇଁ ସୋନାକ୍ଷୀ ପୁଣି ଥରେ ଅନୁଷ୍କାଙ୍କୁ ଫଲୋ କରିଥିଲେ । ଏହି ସମ୍ପୂର୍ଣ୍ଣ ମାମଲାରେ ଏକ ପୂରୁଣା କଥା ବି ସାମ୍ନାକୁ ଆସିଛି । ୨୦୧୧ରେ ଯେତେବେଳେ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ଅନଲାଇନ ଟ୍ରୋଲିଂ ଏବଂ ଦୁର୍ବ୍ୟବହାରର ସାମ୍ନା କରିବାକୁ ପଡ଼ିଥିଲା । ସେତେବେଳେ ବିରାଟ କୋହଲୀ ସାର୍ବଜନିକ ରୂପରେ ତାଙ୍କର ଉଦ୍ଧାର କରିଥିଲେ । ସେହି ସମୟରେ ସୋନାକ୍ଷୀ ସିହ୍ନା ବିରାଟଙ୍କ ଏହି ଷ୍ଟାଣ୍ଡକୁ ଖୁବ୍ ତାରିଫ୍ କରିଥିଲେ । ରେଡିଟ ୟୁଜର୍ସ ଅନୁସାରେ ସେହି ସମୟରେ ସୋନାକ୍ଷୀ ବିରାଟ ଏବଂ ଅନୁଷ୍କା ଉଭୟଙ୍କୁ ହିଁ ଇନଷ୍ଟାଗ୍ରାମରେ ଫଲୋ କରୁଥିଲେ ।
ସେହିଭଳି ଏବେ ରେଡ଼ିଟରେ ଏହା ଦାବି କରାଯାଉଛି କି ଯେଭଳି ବିରାଟ ଏବଂ ଅନୁଷ୍କାଙ୍କ ବୃନ୍ଦାବନରେ ସ୍ବାମୀ ପ୍ରେମାନନ୍ଦ ଜୀ ମହାରାଜଙ୍କ ସହ ଭେଟ ହେବାର ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିଥିଲା ସୋନାକ୍ଷୀ ସିହ୍ନାଙ୍କ ଇନଷ୍ଟାଗ୍ରାମରେ ପୁଣି ପରିବର୍ତ୍ତନ ଦେଖାଯାଇଥିଲା । ୟୁଜର୍ସଙ୍କ କହିବା ଅନୁସାରେ ଆଧ୍ୟାତ୍ମ୍ୟ ଏବଂ ଧାର୍ମିକ ଯାତ୍ରା ସହ ଯୋଡ଼ି ହୋଇଥିବା କଣ୍ଟେଣ୍ଟ ଦେଖି ସୋନାକ୍ଷୀ ଅନୁଷ୍କାଙ୍କୁ ଅନଫଲୋ କରିଦେଇଥିଲେ । ମାତ୍ର ଅନୁଷ୍କା ଏବେ ବି ସୋନାକ୍ଷୀଙ୍କୁ ଫଲୋ କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।