29 JULY 2026

Welcome!

Unlock your personalized experience.
Sign Up

ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ

Jul 28, 2026 - 20:25
ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ

ଝରିଗାଁ, ୨୮।୭ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ଦୁଇଟି ପୃଥକ ଘଟଣାରେ ଦୁଇ ଯୁବକଙ୍କ ଜୀବନ ଦୀପ ଲିଭିଯାଇଛି।ଏଭଳି ଘଟଣା ପରେ ଦୁଇ ପରିବାର ଉପରେ ଅଚାନକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

ଝରିଗାଁ ବ୍ଲକ ବଟଟେମରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମର ଶାକରା ଶାନ୍ତା (୩୮), ପିତା—କତୁରୁ ସାନ୍ତା ରାତିରେ ଖାଇପିଇ ଘରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇଥିଲେ। ଘଟଣା ଜଣାପଡ଼ିବା ପରେ ପରିବାରବର୍ଗ ତୁରନ୍ତ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଚିକିତ୍ସା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଏକ ଘଟଣାରେ, ଭାଲୁକୁନାଡୀ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳୀଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ (୨୮), ପିତା ଭୁଜବଳ ଗୌଡ଼ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ। ପରିବାର ଲୋକେ ବିଳମ୍ବ ନକରି ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରି ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ଝରିଗାଁ ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ପରେ ମୃତକଙ୍କ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସରକାରୀ ନିୟମ ଅନୁଯାୟୀ ଉଭୟ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇଦେବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

ଆହୁରି ପଢନ୍ତୁ : ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନରେ ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।