ସହଯୋଗୀଙ୍କ ସହ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମ୍ୟୁଟେସନ ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ
କଟକ: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ସଂଶୋଧିତ ଆରଓଆର ବା ଜମିପଟ୍ଟା ପ୍ରଦାନ ପାଇଁ ନେଉଥିଲେ ୩୦ ହଜାର ଟଙ୍କା । ସହଯୋଗୀଙ୍କ ସହାୟତା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । କଟକ ଜିଲ୍ଲା ନିଆଳି ତହସିଲ ଅଧୀନ ମାଧବ ରାଜସ୍ବ ନିରୀକ୍ଷକ(ଆରଆଇ) କିଶୋର କୁମାର ସ୍ବାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।
ମିଳିଥିବା ସୂଚନା ଅନୁସାରେ, ଜଣେ ହିତାଧିକାରୀଙ୍କଠାରୁ ମ୍ୟୁଟେସନ ପାଇଁ ଆରଆଇ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ସହଯୋଗୀ ଦଲାଲ ସୁକାନ୍ତଙ୍କ ସହାୟତାରେ ଏହି କାମ କରୁଥିଲେ । ଏନେଇ ଭିଜିଲାନ୍ସ ପାଖରେ ଖବର ପହଞ୍ଚିବା ପରେ ଜଗି ବସିଥିଲେ । ଆଉ ଟଙ୍କା ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଉଭୟଙ୍କୁ ରଙ୍ଗେହାତ ଧରିଥିବାବେଳେ ଗିରଫ କରାଯାଇଛି । ଏହାସହ ଆରଆଇ କିଶୋର ସ୍ବାଇଁଙ୍କ ଦୁଇଟି ସ୍ଥାନରେ ମଧ୍ୟ ରେଡ୍ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ରେଡ୍ କରାଯାଇଛି ଅଭିଯୋଗଭିତ୍ତିରେ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ନଂ୨୮ରେ ଏକ ମାମଲା ରୁଜୁ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।