ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ବ୍ରହ୍ମଗିରି ତହସିଲର ରେକର୍ଡ କିପର ଓ ଡ୍ରାଇଭର
ଭୁବନେଶ୍ବର, ୩୦।୭ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲର କନିଷ୍ଠ କିରାଣୀ ( ରେକର୍ଡ କିପର ) ଓ ଡ୍ରାଇଭର । ରେକର୍ଡ କିପର ନରେନ୍ଦ୍ର ସାହୁ ଏବଂ ଡ୍ରାଇଭର ଜିତେନ୍ଦ୍ର କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜମି ଡିର୍ମାକେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଏକ ଜମିର ସୀମା ଚିହ୍ନଟ (ଡିମାରକେସନ୍) ନିମନ୍ତେ ଅଭିଯୋଗକାରୀ ଗତ ଏପ୍ରିଲ ୪ ତାରିଖରେ ଅନଲାଇନ ଆବେଦନ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲେ। ଏନେଇ ଅଭିଯୋଗକାରୀ ରେକର୍ଡ କିପର ନରେନ୍ଦ୍ର ସାହୁଙ୍କୁ ଭେଟିଥିଲେ।ତେବେ ନରେନ୍ଦ୍ର ଏଥିପାଇଁ ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ୮ ହଜାର ଟଙ୍କା ଦେଇଥିଲେ। ଏହା ସତ୍ତ୍ବେ ମଧ୍ୟ ଅଭିଯୋଗକାରୀଙ୍କ ଜମି ଡିର୍ମାକେସନ କରାଯାଇ ନଥିଲା। ଏଥିପାଇଁ ନରେନ୍ଦ୍ର ପୁଣି ୨୦ହଜାର ଟଙ୍କା ମାଗିଥିଲେ। ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତେବେ ଆଜି ନରେନ୍ଦ୍ର ଓ ଜିତେନ୍ଦ୍ର ୨୦ହଜାର ଟଙ୍କା ଅଭିଯୋଗକାରୀଙ୍କୁ ନିକଟରୁ ନେଇଥିଲେ। ଏହି ସମୟରେ ଯୋଜନା ବଦ୍ଧ ଭାବେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡି ବସିଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ନରେନ୍ଦ୍ରଙ୍କ ଘର, ସରକାରୀ କାର୍ଯ୍ୟାଳୟ ଆଦିରେ ଏକକାଳୀନ ଚଢ଼ାଉ କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅନୁସନ୍ଧାନ କରୁଛନ୍ତି। ପୂର୍ବରୁ ଜମିର କିସମ ପରିବର୍ତ୍ତନ ପାଇଁ ୧୮ହଜାର ଟଙ୍କା ଲାଞ୍ଚ ନେଇ ନରେନ୍ଦ୍ର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ଆହୁରି ପଢନ୍ତୁ : ନିର୍ମାଣାଧୀନ ପାଇଖାନା ଟାଙ୍କି ଖାଲରେ ପଡି ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।