ରୋହିତଙ୍କ ପାଖରେ ବସି ଭାବୁକ ହେଲେ କୋହଲି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ...
ନୂଆଦିଲ୍ଲୀ: ଇଂଲଣ୍ଡ ସହ ଖେଳାଯାଉଥିବା ଦିନିକିଆ ସିରିଜ୍ ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦ୍ବିତୀୟ ଦିନିକିଆ ସମୟରେ ରୋହିତ ଏବଂ ବିରାଟଙ୍କ ଏକ ଫଟୋକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିରାଟ ରୋହିତଙ୍କ ପାଖରେ ବସିଥିବାବେଳେ ସେ ଭାବୁକ ହୋଇଛନ୍ତି । ଯାହାକୁ ନେଇ କୁହାଯାଉଛି କି, ତୃତୀୟ ଦିନିକିଆ ରୋହିତଙ୍କ କ୍ୟାରିୟର ଅନ୍ତିମ ମ୍ୟାଚ୍ ହୋଇପାରେ । ବିରାଟଙ୍କ ସହ ବୁମରା ମଧ୍ୟ ଗମ୍ଭୀର ଥିବା ଦେଖିବାକୁ ମିଳିଛି ।
1. Final chat between Virat Kohli and Ravi Ashwin before the retirement announcement
— Cricket Guru (@CricketGuru_CG) July 17, 2026
2. Final chat between Virat Kohli and Rohit Sharma before the retirement announcement.
Suspense or clear ...? drop your comment #RohitSharma #Cricket pic.twitter.com/BF1clA6ltp
ଫଟୋଟି ବହୁଳ ମାତ୍ରାରେ ଭାଇରାଲ ହେଉଥିବାବେଳେ କୁହାଯାଉଛି ରୋହିତଙ୍କୁ ଆଉ ଦଳରେ ସୁଯୋଗ ମିଳିନପାରେ । ଆଉ କେହି କେହି ତାଙ୍କ ଅବସର କଥା ମଧ୍ୟ କହୁଛନ୍ତି । ଏହି ଫଟୋ ସହ ଅଶ୍ବିନୀଙ୍କ ଅବସର ସମୟକୁ ଯୋଡ଼ାଯାଉଛି । ଯେତେବେଳେ ଗାବାରେ ଅଶ୍ବିନୀ ନିଜର ଅନ୍ତିମ ମ୍ୟାଚ ଖେଳିଥିଲେ ବିରାଟ ସେହି ସମୟରେ ଡ୍ରେସିଂରୁମରେ ତାଙ୍କ ସହ ସେଭଳି ଗମ୍ଭୀର ଭାବେ ନଜର ଆସିଥିଲେ । ଏଣୁ କୁହାଯାଉଛି କି, ରୋହିତ ମଧ୍ୟ ସେଭଳି କିଛି ସଙ୍କେତ ଦେଇଛନ୍ତି ବୋଧେ ।
ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଛି କି, ୨୦୨୭ ବିଶ୍ବକପ ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଦଳରେ ରୋହିତଙ୍କୁ ସୁଯୋଗ ଦିଆନଯାଇପାରେ । ଚୟନ କମିଟିର ବରିଷ୍ଠ ସଦସ୍ୟମାନେ ରୋହିତଙ୍କ ଉପରେ ଅଧିକ ବିଚାର ବିମର୍ଶ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହାସହ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ତାଙ୍କୁ ଆଉ ଦଳରେ ସୁଯୋଗ ମିଳିନପାରେ । କେବଳ ଦିନିକିଆରେ ଖେଳ ଜାରି ରଖିଥିବା ରୋହିତଙ୍କ କ୍ୟାରିୟର ଶେଷ ହେବ ବୋଲି ଚର୍ଚ୍ଚା ହେଉଛି ।
ଏହାସହ ପଢ଼ନ୍ତୁ : ଲର୍ଡ୍ସ ମ୍ୟାଚ ହୋଇପାରେ ରୋହିତଙ୍କ ପାଇଁ ଶେଷ ସୁଯୋଗ ! ୨୦୨୭ ବିଶ୍ୱକପ୍ର ଦ୍ୱାର ବନ୍ଦ କରିଦେଇଛନ୍ତି ଚୟନକର୍ତ୍ତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।