01 AUGUST 2026

Welcome!

Unlock your personalized experience.
Sign Up

ରିଲିଜ୍ ପୂର୍ବରୁ ରେକର୍ଡ କଲା ଶାହାରୁଖ ଖାନଙ୍କ ‘କିଙ୍ଗ୍’!, ଏତିକି ଟଙ୍କାରେ ବିକ୍ରି ହେଲା ମ୍ୟୁଜିକ୍ ରାଇଟ୍ସ

Aug 01, 2026 - 20:46
ରିଲିଜ୍ ପୂର୍ବରୁ ରେକର୍ଡ କଲା ଶାହାରୁଖ ଖାନଙ୍କ ‘କିଙ୍ଗ୍’!, ଏତିକି ଟଙ୍କାରେ ବିକ୍ରି ହେଲା ମ୍ୟୁଜିକ୍ ରାଇଟ୍ସ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘କିଙ୍ଗ’କୁ ନେଇ ସବୁଠି ଚର୍ଚ୍ଚା । ଖ୍ରୀଷ୍ଟମାସ ସପ୍ତାହରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ । ଶହାରୁଖଙ୍କ ଝିଅ ସୁହାନା ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ବଡ଼ ହିଟ୍ ହେବ ବୋଲି ଆଶା ରଖାଯାଇଛି । ବିଶ୍ବବ୍ୟାପୀ କଲେକ୍ସନରେ ରେକର୍ଡ କରିବ ବୋଲି ଆଶା କରାଯାଉଛି । ମାତ୍ର ଫିଲ୍ମର ରିଲିଜ୍ ପୂର୍ବରୁ ଏହାର ମ୍ୟୁଜିକ୍ ରାଇଟ୍ସ ୫୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଜି ମ୍ୟୁଜିକ୍ ଏହାର ମ୍ୟୁଜିକ୍ ରାଇଟ୍ସକୁ ମୋଟା ଅଙ୍କର ଟଙ୍କାରେ କିଣିଥିବା କୁହାଯାଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟରେ ଏ ସମ୍ପର୍କରେ ପ୍ରକାଶ ପାଇଛି । ଗଣମାଧ୍ୟମ ସହ ଆଲୋଚନା ସମୟରେ ଜୀ ଏଣ୍ଟରଟେନମେଣ୍ଟର ସିଇଓ କହିଛନ୍ତି କି, ମ୍ୟୁଜିକ୍ ରାଇଟ୍ସ ସମ୍ପର୍କରେ ଆଲୋଚନା ଚାଲିଛି । ମାତ୍ର କୌଣସି ଦାମ୍ ନିର୍ଦ୍ଧାରଣ ହୋଇନାହିଁ । ମାତ୍ର କୁହାଯାଉଛି କି, ମ୍ୟୁଜିକ ଅଧିକାରକୁ ମୋଟା ଅଙ୍କର ଦାମରେ ବିକ୍ରି ହୋଇଛି ।

କହି ରଖୁଛୁ କି, ‘ପଠାନ’ର ବିପୁଳ ସଫଳତା ପରେ ଶହାରୁଖ ଖାନ ପୁଣିଥରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ସହ ମିଶି ପୁଣି କାମ କରିବା ଆରମ୍ଭ କରିଛନ୍ତି । କିଙ୍ଗରେ ଉଭୟଙ୍କ ଯୋଡ଼ି କମାଲ କରିବ ବୋଲି ଆଶା କରାଯାଉଛି । ଏହାସହ ଶାହାରୁଖଙ୍କ ଝିଅ ସୁହାନା ମଧ୍ୟ ବଲିଉଡରେ ବାପାଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମଟି ଆକ୍ସନ ଥ୍ରୀଲର ରହିଥିବାବେଳେ ଏହା ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଣ୍ଟିବ ବୋଲି ଆଶା ରଖାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।