‘ଯିଏ ଯିବାକୁ ଚାହୁଁଛ ବ୍ୟାଗ-ବସ୍ତାନୀ ଧରି ଚାଲିଯାଅ, ମୋ ଦଳକୁ ଅପବିତ୍ର କରନି’ କୋୟଲଙ୍କ ଇସ୍ତଫା ପରେ ବର୍ଷିଲେ ମମତା...
ନୂଆଦିଲ୍ଲୀ: କୋୟଲ ମଲ୍ଲିକଙ୍କ ଇସ୍ତଫା ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ ଯିଏ ଯିବାକୁ ଚାହୁଁଛ, ସେ ଜୁଲାଇ ୨୧ ପୂର୍ବରୁ ଏକ ବ୍ୟାଗ ବସ୍ତାନୀ ନେଇ ଚାଲି ଯିବା ଉଚିତ୍। ମମତା କହିଛନ୍ତି ଯେ, କୋୟଲ ଇ-ମେଲ କରି ପୂର୍ବରୁ ହିଁ ଇସ୍ତଫା ଦେଇସାରିଛନ୍ତି। ସେ କହିଛନ୍ତି ଯେ ବିଜେପି, ଇଡି ଏବଂ ସିବିଆଇର ଚାପରେ ଯେକେହି ଚାହିଁବେ ସେଠାକୁ ଯାଇପାରିବେ। ମମତା ତାଙ୍କ କର୍ମୀଙ୍କୁ ମଧ୍ୟ ସେ ଗଠନ କରିଥିବା ଦଳକୁ ଅପବିତ୍ର ନକରିବାକୁ କହିଛନ୍ତି।
୨୦୨୬ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିରେ ଆତଙ୍କ ଖେଳିଯାଇଛି। ଦଳର ଅନେକ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ଟିଏମସି ଛାଡିବା ପରେ ଅଧିକାଂଶ ନେତା ବିଜେପି ସହ ହାତ ମିଳାଇଛନ୍ତି। ଏଥିସହିତ ଟିଏମସିର ନବ ନିର୍ବାଚିତ ବିଧାୟକଙ୍କ ଏକ ଦଳ ବିଦ୍ରୋହ କରିଛନ୍ତି। ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏହି ବିଧାୟକ ମାନେ ନିଜର ନେତା ବାଛିଛନ୍ତି। ଏହି ନେତାମାନେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି।
ଅଭିଷେକଙ୍କ ସମର୍ଥନରେ ମମତା...
ଟିଏମସିରେ ଅଭିଷେକ ବାନାର୍ଜୀଙ୍କୁ ବ୍ୟାପକ ବିରୋଧ କରାଯାଇଥିଲେ ମଧ୍ୟ ମମତା ବାନାର୍ଜୀ ତାଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଅଭିଷେକ ବାନାର୍ଜୀ ସିଂହ ପରି ଲଢୁଛନ୍ତି। ମମତା କହିଛନ୍ତି ଯେ, ସେ ୨୦୦୬ ରେ ଏହି ପାର୍ଟି ପ୍ରତିଷ୍ଠା କରିଥିଲେ ଏବଂ ୨୦୨୬ରେ ମଧ୍ୟ ଏହା କରିପାରିବେ। ସେ କହିଛନ୍ତି ଯେ ତାଙ୍କ ସହିତ ରହୁଥିବା ଲୋକମାନେ ତାଙ୍କ ପାଇଁ ସୁନା ସଦୃଶ। ମମତା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାରର ସମସ୍ତ ଲୋକଙ୍କୁ ଡକାଯାଇଥିବା ସୂଚନା ଦେବା ପାଇଁ କୋୟଲ ମେଲ କରିଛନ୍ତି। ଏଥିରୁ ସେ ବୁଝିଥିଲେ ଯେ କୋୟଲ ଦଳ ଛାଡିବାକୁ ଯାଉଛନ୍ତି। ଏହି କାରଣରୁ ସେ କୋୟଲଙ୍କୁ ସମସ୍ତ ପଦବୀରୁ ହଟାଇ ଦେଇଥିଲେ।
କୋୟଲ ଭୁପେନ୍ଦ୍ର ଯାଦବଙ୍କୁ ଭେଟିଥିଲେ...
ରାଜ୍ୟସଭା ସାଂସଦ ତଥା ଲୋକପ୍ରିୟ ଟଲିଉଡ ଅଭିନେତ୍ରୀ କୋଏଲ ମଲିକ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଭେଟିଥିଲେ। ଏହି କାରଣରୁ କୋୟଲ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି ।
ଏହା ସହ ପଢନ୍ତୁ : ବେଙ୍ଗଲରେ ଦିଦିଙ୍କୁ ଆଉ ଏକ ଝଟକା, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କୋୟଲ ମଲ୍ଲିକ, ଟିଏମସିକୁ କହିଲେ ବାଏ ବାଏ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।