ମ୍ୟୁଟେସନ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ RI ସାଇଦର୍ଶିନୀ ଲେଙ୍କା
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ମହିଳା ଆରଆଇ । ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଫି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାଉପଡ଼ା ଡିଭିଜନର ରାଜସ୍ବ ନିରିକ୍ଷିକା ସାଇ ଦର୍ଶିନୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜମି ମ୍ୟୁଟେସନ ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ଆଜି ୫,୫୦୦ ଦେବାବେଳେ ଛକି ବସିଥିଲା ଭିଜିଲାନ୍ସ ।
କହି ରଖୁଛୁ କି, ଅଭିଯୋଗକାରୀ ଦୁଇଜଣଙ୍କ ମାଲିକାନାରେ ଥିବା ଏକ ଜମି କିଛିବର୍ଷ ପୂର୍ବେ କିଣିଥିଲେ । ମାତ୍ର ମ୍ୟୁଟେସନ ପାଇଁ ଗତ ମାସରେ ଆବେଦନ କରିଥିଲେ । ଏହାର ସମାଧାନ ପାଇଁ ଆରଆଇ ମ୍ୟାଡାମ ଲାଞ୍ଚ ମାଗୁଥିଲେ । ସେ ୧୦ ହଜାର ଟଙ୍କା ଦେଲେ ସମାଧାନ କରିଦେବେ ବୋଲି କହିଥିଲେ । ତେବେ ୫,୫୦୦ ଦେବା ବେଳେ ଆଗୁଆ ଖବର ପାଇଥିବା ଭିଜିଲାନ୍ସ ମାଡ଼ିବସିଥିଲା । ଶେଷ ଖବର ସୁଦ୍ଧା ଗରାପୁରସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।