Welcome!

Unlock your personalized experience.
Sign Up

ଏବେ ବିମାନ ଉଡ଼ାଣ ଉପରେ ଆଦାନି ଗ୍ରୁପ୍‌ ନଜର, ଏକ ନିୟମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ କଲା ଅନୁରୋଧ

Jul 24, 2026 - 14:05
ଏବେ ବିମାନ ଉଡ଼ାଣ ଉପରେ ଆଦାନି ଗ୍ରୁପ୍‌ ନଜର, ଏକ ନିୟମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ କଲା ଅନୁରୋଧ

ନୂଆଦିଲ୍ଲୀ, ୨୪/୦୭: ଗୌତମ ଆଦାନି ଏବେ ନିଜର ଏୟାର୍‌ଲାଇନ୍ସ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏଥିପାଇଁ ଏକ ନିୟମ ପରିବର୍ତ୍ତନ କରିବା ପାଇଁ ଆଦାନି ଗ୍ରୁପ୍ ସରକାରଙ୍କୁ ଅନୁରୋଧ କରିଛି । ଏହି ନିୟମ ଦିଲ୍ଲୀ ଏବଂ ମୁମ୍ବାଇ ବିମାନ ବନ୍ଦରର ଅପରେଟରମାନଙ୍କୁ ସିଡ୍ୟୁଲ୍ଡ ଏୟାର୍‌ଲାଇନ୍ସରେ ୧୦%ରୁ ଅଧିକ ଅଂଶଧନ ରଖିବା ପାଇଁ ଅଟକାଇଥାଏ । ନିୟମ ବଦଳିଲେ ଶକ୍ତିରୁ ପ୍ରତିରକ୍ଷା ପର୍ଯ୍ୟନ୍ତ କାରବାର ଚଳାଉଥିବା ଆଦାନି ଗ୍ରୁପ୍ ଏୟାର୍‌ଲାଇନ୍ସ ଆରମ୍ଭ କରିପାରିବ ଏବଂ ବିମାନ ଚଳାଚଳ ଶିଳ୍ପରେ ନିଜର ପହଞ୍ଚ ବଢ଼ାଇପାରିବ ।

ଅଧିକ ପଢ଼ନ୍ତୁ :- ୨୦ ବର୍ଷ ବୟସରେ କିପରି କୋଟିପତି ହେଲେ ଗୌତମ ଆଦାନୀ? କ’ଣ ଥିଲା ତାଙ୍କର ପ୍ରଥମ ବ୍ୟବସାୟ ?

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୌତମ ଆଦାନି ନିଜର ଏୟାର୍ଲାଇନ୍ସ ମାଧ୍ୟମରେ ଉଡ଼ାଣ ଭରିବାକୁ ଚାହୁଁଛନ୍ତି । ବିମାନ ଶିଳ୍ପରେ ଆଦାନି ଗ୍ରୁପ୍ ପୂର୍ବରୁ ହିଁ ୮ଟି ବିମାନ ବନ୍ଦର ଚଳାଇବା ସହ ପାଇଲଟ ଟ୍ରେନିଂ, ବିମାନର ତଦାରଖ ଏବଂ ମରାମତି ଓ ଗ୍ରାଉଣ୍ଡ୍ ହ୍ୟାଣ୍ଡ୍ଲିଂ କାର୍ଯ୍ୟରେ ଲାଗିଛି । ସରକାର ଘରୋଇ ବଜାରରେ ପ୍ରତିସ୍ଫର୍ଦ୍ଧା ବଢ଼ାଇବା ପାଇଁ ନୂଆ ଏୟାର୍ଲାଇନ୍ସ ଚାହୁଁଛନ୍ତି । ଏଭଳି କ୍ଷେତ୍ରରେ ଆଦାନି ବିମାନ ଚଳାଚଳ ବ୍ୟବସାୟରେ ପାଦ ରଖିଲେ ଇଣ୍ଡିଗୋ ଭଳି ଏୟାର୍ଲାଇନ୍ସର ଏକଛତ୍ରବାଦ କମିପାରେ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।