02 JULY 2026

Welcome!

Unlock your personalized experience.
Sign Up

ମୋବାଇଲ ଛଡାଇ ନେବାରୁ ଜୀବନ ହାରିଲା ନାବାଳିକ

Jul 02, 2026 - 20:00
ମୋବାଇଲ ଛଡାଇ ନେବାରୁ ଜୀବନ ହାରିଲା ନାବାଳିକ

ଉଦଳା, ୭।୨ : ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇ ଦେଲା ନାବାଳିକା। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି କପ୍ତିପଦା ଥାନା ଗଗପାଳ ଗ୍ରାମରେ। ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଗଗପାଳ ଗ୍ରାମର ଦୁର୍ଗା ନାଏକଙ୍କ ୧୫ ବର୍ଷର ଝିଅ ସକାଳେ ଘରେ ବସି ମୋବାଇଲ ଦେଖୁଥିଲେ। ଏହି ସମୟରେ ତାଙ୍କ ମାଆ ଏବଂ ମାମୁ ଆସି ମୋବାଇଲ ଦେଖିବାକୁ ବାରଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲା ଝିଅ। ହେଲେ ମୋବାଇ ଛଡ଼ାଇ ନେଇ ପରିବାର ଲୋକେ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ରାଗିଯାଇ ଘର ଭିତରକୁ ପଶି କବାଟ ବନ୍ଦ କରି କୀଟନାଶକ ପିଇ ଦେଇଥିଲା ନାବାଳିକା। ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ନାବାଳିକାର ମୃତ୍ୟୁ ହୋଇଥିଲା। ତେବେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

​​​​​​​ଆହୁରି ପଢନ୍ତୁ : ଉଚ୍ଚଶିକ୍ଷା ବିଭାଗର କଡା ପଦକ୍ଷେପ : ନିଶାମୁକ୍ତ ଜୋନ୍ ପାଇଁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ