ମହାକାଶରେ ଜିରୋ ଗ୍ରାଭିଟିରେ ବୈଜ୍ଞାନିକମାନେ ତିଆରି କଲେ ‘ସ୍ପେସ୍ କେକ୍’, ଭାସମାନ ଅବସ୍ଥାରେ ପାଳିଲେ ଜନ୍ମଦିନ
ନୂଆଦିଲ୍ଲୀ,୧୬।୭: କ’ଣ ଆପଣ କେବେ ଭାବିଛନ୍ତି ଯେ, ପୃଥିବୀଠାରୁ ୨୫୦ ମାଇଲ ଉପରେ ସ୍ପେସ୍ ଷ୍ଟେସନ୍ରେ କେହି ଜନ୍ମଦିନ ପାଳନ କରିପାରିବେ ? ପ୍ରଥମେ ଏହା ତ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା, କାରଣ ମହାକାଶରେ ଜିରୋ ଗ୍ରାଭିଟିରେ ସବୁକିଛି ଭାସମାନ ଅବସ୍ଥାରେ ରହିଥାଏ। କିନ୍ତୁ ବୈଜ୍ଞାନିକମାନେ ଏହି କ୍ରିଏଟିଭିଟିର କୌଣସି ଜବାବ୍ ଦେଇ ନାହାନ୍ତି। ନିକଟରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଅର୍ଥାତ ଆଇଏସଏସରେ ଏକ ଆମେରିକୀୟ ମହାକାଶ ଯାତ୍ରୀଙ୍କ ଜନ୍ମଦିନ ବଡ ହିଁ ଅଦ୍ଭୁତ ଓ ପବନରେ ଭାସମାନ ଅବସ୍ଥାରେ ‘ସ୍ପେସ୍ କେକ୍’ ସହ ପାଳନ କରିଛନ୍ତି। ଏହା ଖୁବ୍ ସୁନ୍ଦର ଓ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକ ସ୍ପେସ୍ କୁକିଂର ଫ୍ୟାନ୍ ହୋଇଯାଇଛନ୍ତି।
ନାସାର ମହାକାଶ ଯାତ୍ରର ଜେସିକା ମୀର ନିକଟରେ ମହାକାଶରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦେଖାଇଛନ୍ତି ଯେ, କିଭଳି ତାଙ୍କ ସାଥୀ ସ୍ପେସ୍ ଷ୍ଟେସନକୁ ଗୋଟିଏ ସୁନ୍ଦର ବେକରୀ ଭାବରେ ବଦଳାଇ ଦେଇଛନ୍ତି। କାରଣ ସ୍ପେସ୍ରେ ମାଧ୍ୟାକର୍ଷଣ ନଥାଏ, ତେଣୁ ସେଠାରେ ପାରମ୍ପାରିକ ପଦ୍ଧତିରେ କେକ୍ ତିଆରି କରିବା ଅସମ୍ଭବ। ଯଦି ସେଠାରେ କେକ୍ ବେକ୍ କରାଯାଏ, ତେବେ ଉଡିକି ଛୋଟ ଛୋଟ ଖଣ୍ଡ ସ୍ପେସ୍ ଷ୍ଟେସନ୍ରେ ସମ୍ବେଦନଶୀଳ ଉପକରଣକୁ ଭାରି କ୍ଷତି ପହଁଞ୍ଚିପାରେ। ଏଭଳି ସ୍ଥିତିରେ ରୁଷ ମହାକାଶଚାରୀ ଆଣ୍ଡ୍ରେ ଫେଡ୍ୟାଏଭ ଅଦ୍ଭୁତ ଢଙ୍ଗରେ କେକ୍ ବେକ୍ ନକରି ଏହାକୁ ତିଆରି କରିଥିଲେ।
ଏହି ଅଦ୍ଭୁତ କେକ୍ ତିଆରି କରିବା ପାଇଁ ଆମେରିକୀୟ ଏବଂ ରୁଷୀୟ ମହାକାଶ ଏଜେନ୍ସି ଫୁଡ୍ ରାସନ୍କୁ ପରସ୍ପର ଭିତରେ ମିଶ୍ରିତ ହୋଇଥିଲା। ଏହି କେକ୍ ତିଆରି କରିବା ପାଇଁ ଆଣ୍ଡ୍ରେ ମିଠା କନଣ୍ଡେନ୍ସଡ ମିଲ୍କ, ମହୁ ବ୍ରେଡର ପତଳା ସ୍ତର, ଦହି ଏବଂ ପାଣି ସହିତ ବେରି ମିଶାଇ ତିଆରି କରିଥିଲେ। ଭିଡିଓ ସେୟାର କରି ଜେସିକା ମୀର ଲେଖିଛନ୍ତି, ‘ଆମର କ୍ରୁ ସଦସ୍ୟମାନେ ସ୍ପେସ୍ କିଚେନ'ର ଏତେ ବଡ ଉସ୍ତାଦ ଯେ ମୁଁ ପୃଥିବୀ ଅପେକ୍ଷା ISS ରେ ଅଧିକ କେକ୍ ଖାଇଛି। ଏହା ମୋ ଜନ୍ମଦିନ ପାଇଁ ତିଆରି କରାଯାଇଥିଲା। ଏହି ଦିନକୁ ଏତେ ସ୍ୱତନ୍ତ୍ର କରିବା ପାଇଁ Expedition 74 ଟିମ୍କୁ ଧନ୍ୟବାଦ।’
ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସି ଜେସିକାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି, ଏହା ସହ କେକ୍ ସ୍ୱାଦିଷ୍ଟ ଦେଖାଯାଉଛି ବୋଲି କମେଣ୍ଟ ଦେଇଛନ୍ତି। ଅନେକ ୟୁଜର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜଣେ ୟୁଜର ପଚାରିଛନ୍ତି, ‘ଭିଡିଓ ଦେଖି ଏଭଳି ଲାଗୁଛି, ଯେପରି କେହି ପୃଥିବୀର ରୋଷେଇ ଘରେ କାମ କରୁଥିବା ଭଳି ଦେଖାଯାଉଛି। କେକ୍ ବାୟୁରେ କାହିଁକି ଉଡୁନାହିଁ ? ଏହାକୁ ନେଇ ଲୋକମାନେ ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ କୌଶଳ ଏବଂ କେକ୍ ସେଟିଂ କୌଶଳକୁ ପ୍ରଶଂସା କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।