23 JULY 2026

Welcome!

Unlock your personalized experience.
Sign Up

ମହର୍ଷି କଲେଜରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜଣେ ଛାତ୍ର ଆହତ

Jul 23, 2026 - 18:06
ମହର୍ଷି କଲେଜରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜଣେ ଛାତ୍ର ଆହତ

ଭୁବନେଶ୍ବର, ୨୩।୭ : ମହର୍ଷି କଲେଜରେ ତୁମୁଳକାଣ୍ଡ। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍। ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଥାର୍ ଗାଡିରେ ଆସି ଉତ୍ପାତ କଲେ ଛାତ୍ର। ଏହି ଗୋଷ୍ଠୀ ସଂଘର୍ଷରେ ଜଣେ ଛାତ୍ର ଆହତ ହୋଇଛି।

କଲେଜରେ ପତିଆରା ଜାହିର ପାଇଁ ଗଣ୍ଡଗୋଳ। ଗତ ୨୦ତାରିଖରେ ହୋଇଥିଲା ଗଣ୍ଡଗୋଳ। ଆଜି ପୁଣି ଦିନବେଳା ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଥାର୍ ଗାଡ଼ିରେ କଲେଜ କ୍ୟାମ୍ପସକୁ ଗୋଟିଏ ଗୋଷ୍ଠୀ ଛାତ୍ର ଆସି ଆରମ୍ଭ କରିଥିଲେ ଗଣ୍ଡଗୋଳ। ମାରପିଟ୍ ରେ ଜଣେ ଛାତ୍ର ଆହତ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ସହୀଦନଗର ଥାନା ପୋଲିସ ପହଞ୍ଚିଥିଲା। ଆହତ ଜଣେ ଙ୍କୁ ମେଡିକାଲ ପଠାଇବା ସହ ୮ଜଣଙ୍କୁ କାବୁ କରିଛି ପୋଲିସ। ଏଥିସହ କଳା ରଙ୍ଗର ଥାର୍ ଗାଡ଼ି ଜବତ୍ କରିଛି ପୁଲିସ। ୮ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ସହିଦନଗର ଥାନା ପୁଲିସ।

ଆହୁରି ପଢନ୍ତୁ : ମହାନଦୀ ଜଳ ବିବାଦ ମାମଲା : କେନ୍ଦ୍ର ସରକାର–କେନ୍ଦ୍ର ଜଳ କମିଶନଙ୍କୁ ମଧ୍ୟସ୍ଥତା ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।