16 JULY 2026

Welcome!

Unlock your personalized experience.
Sign Up

ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମ୍‌ସି ଛାଡି ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେଲେ ମଦନ ମିତ୍ର : କିଛି ଘଣ୍ଟା ପୂର୍ବେ ମିଳିଥିଲା ଇଡି ସମନ୍

Jul 15, 2026 - 19:01
ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମ୍‌ସି ଛାଡି ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେଲେ ମଦନ ମିତ୍ର : କିଛି ଘଣ୍ଟା ପୂର୍ବେ ମିଳିଥିଲା ଇଡି ସମନ୍

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। ତୃଣମୂଳ କଂଗ୍ରେସ ସୁପ୍ରିମୋଙ୍କ ଘନିଷ୍ଠ କୁହାଯାଉଥିବା କାମରହାଟିର ବରିଷ୍ଠ ବିଧାୟକ ମଦନ ମିତ୍ରଙ୍କ ଏବେ ମମତାଙ୍କୁ ଛାଡି ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ବଙ୍ଗଳା ରାଜନୀତିରେ ଗତ କିଛି ସମୟ ଧରି ଏହି କଥାକୁ ନେଇ ସରଗରମ ଥିଲା, କାରଣ ମଦନ ମିତ୍ର ମଧ୍ୟ ‘ମମତା ଦିଦି’ ସାଥ୍ ଛାଡି ଦେବେ। ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ରୋହୀ ଗୋଷ୍ଠୀର ନେତାଙ୍କ ସହିତ ହୋଇଥିବା ବୈଠକ ପରେ ଏବେ ଏହି ସୂଚନା ସାମନାକୁ ଆସିଛି ଯେ, ମଦନ ମିତ୍ର ମଧ୍ୟ ଏବେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇସାରିଛନ୍ତି।

ବୁଧବାର ପାର୍ଟିଠାରୁ ଅଲଗା ହେବା ପରେ ମଦନ ମିତ୍ର ବିଦ୍ରୋହୀ ବିଧାୟକ ଦଳର ନେତା ରୀତାବ୍ରତ ଓ ଅନ୍ୟ ନେତାଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଅଭିଷେକ ବାନାର୍ଜୀଙ୍କୁ  ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାର୍ଟି ସମସ୍ତଙ୍କର ଥାଏ, କିନ୍ତୁ ବର୍ତ୍ତମାନ କେବଳ ଅଭିଷେକ ବାନାର୍ଜୀଙ୍କୁ ବଞ୍ଚାଇବା ପାଇଁ ପୁରା ଦଳକୁ ବର୍ବାଦ କରି ଦିଆଯାଇଥିଲା। ମୁଁ ଅଭିଷେକ ବାନାର୍ଜୀଙ୍କୁ ପରାମର୍ଶ ଦେଇଥିଲି ଯେ, ସେ ୬ ମାସ କିମ୍ବା ବର୍ଷକ ପାଇଁ ପରଦା ପଛରୁ ହଟି ଯାଆନ୍ତୁ। ମୁଁ ତାଙ୍କୁ କହିଥିଲି ପୂର୍ବରୁ ପାର୍ଟୀ ମଜବୁତ କରି ନେବା, ଏହାପରେ  ଫେରି ଆସିବେ, କିନ୍ତୁ ସେ ମନା କରିଦେଇଥିଲେ।’

ମମତା ବାନାର୍ଜୀ କେବଳ ଅଭିଷେକଙ୍କୁ ବଞ୍ଚାଉଛନ୍ତି

ମଦନ ମିତ୍ର ଏବେ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାର୍ଟି ଭାଙ୍ଗି ସାରିଛି। କିନ୍ତୁ ଏଥିରେ ସାମିଲ ଲୋକଙ୍କୁ ଏହା ବୁଝାଯାଉଛି ଯେ, ସବୁକିଛି ନଷ୍ଟ ହୋଇଯାଉ, କିଛି ନାହିଁ। କିନ୍ତୁ ଅଭିଷକ ବାନାର୍ଜୀଙ୍କୁ ବଞ୍ଚାଇବା ଦରକାର। ପାର୍ଟି ବୁଡୁଛି। ଲୋକ ମରୁଛନ୍ତି। ଏହାପରେ ପାର୍ଟି ଏହା ଧାର୍ଯ୍ୟ କରିଛି।  

‘ଏବେ ମୁଁ ଟିଏମ୍‌ସି ବିଧାୟକ ନୁହେଁ’

ମମତା ସରକାରରେ ମନ୍ତ୍ରୀ ଥିବା ମଦନ ମିତ୍ର ଏବେ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମମତାଜୀଙ୍କୁ ମୁଁ ଅନୁରୋଧ କରୁଛି, ଆସନ୍ତୁ ଏହାକୁ ଏକ ମାରାଥନ ଭଳି ଦେଖିବା। ରାସ୍ତାରେ ଆମେ ନିହାତି ପରସ୍ପରକୁ ଭେଟିବା। ଦେଖିବା କେଉଁ ଘୋଡା ଆଗକୁ ବାହାରୁଛି। ମୁଁ ସବୁ ପଦରୁ ଇସ୍ତଫା ଦେଇଛି। ତେବେ ମୁଁ ଏବେ ବି ବିଧାୟକ ଅଛି। ମୁଁ ଟିଏମ୍‌ସି ସମ୍ପର୍କିତ ସବୁ ଜିନିଷକୁ ଛାଡି ସାରିଛି। ଏହାର ଅର୍ଥ କାମ ଦୃଷ୍ଟିରୁ ମୁଁ ଏବେ ଟିଏମ୍‌ସି ବିଧାୟକ ନୁହେଁ।

ମଦନ ମିତ୍ରଙ୍କୁ ମିଳିଲା ଇଡି ସମନ

ଉଲ୍ଲେଖନୀୟ ଯେ, ତୃଣମୂଳ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବାର ଏଭଳି ସମୟ ଏବେ ସାମନାକୁ ଆସିଛି, ଯେତେବେଳେ ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡିର ନଜର ରହିଛି। ପିଟିଆଇ ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ଅଧିକାରୀ ସୋମବାର ଏହି କଥାର ସୂଚନା ଦେଇଛନ୍ତି ଯେ, ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଥିବା ମଦନ ମିତ୍ରା ଓ ତାଙ୍କ ଦୁଇ ପୁଅଙ୍କୁ ମନି ଲଣ୍ଡରିଂ ମାମଲାରେ ସମନ କରାଯାଇଛି।  ଏହି ପୁରା କଥିତ ମାମଲା ମ୍ୟୁନିସିପାଲିଟି ଭର୍ତ୍ତି ଦୁର୍ନୀତି ସହିତ ଜଡିତ ରହିଛି।

ଆହୁରି ପଢନ୍ତୁ : ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର କୁଡନକୁଲମର ସମ୍ବେଦନଶୀଳ ଡାଟା ଲିକ୍, ଡାର୍କଓ୍ବେବ୍‌ରେ ହଜାର ହଜାର ଡକ୍ୟୁମେଣ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।