ଭୂକମ୍ପରେ ଥରିଲା ଆଫଗାନିସ୍ତାନ; ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୩ ରେକର୍ଡ, ଜମ୍ମୁ-କାଶ୍ମୀରରେ ବି ଝଟକା ଅନୁଭୂତ
ନୂଆଦିଲ୍ଲୀ, ୨।୭: ଆଫଗାନିସ୍ତାନରେ ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବୁଧବାର ଉତ୍ତର-ପୂର୍ବ ଆଫଗାନିସ୍ତାନର ଜୁର୍ମ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ (USGS) ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ତେବେ ଏହି ଭୂଇଁକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନି କିମ୍ବା କ୍ଷୟକ୍ଷତିର ସୂଚନା ମିଳିନାହିଁ । ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୧୬.୭ କିଲୋମିଟର ଗଭୀରତାରେ ଥିଲା । ଭୂକମ୍ପର କେନ୍ଦ୍ରବିନ୍ଦୁ ବହୁ ଗଭୀରରେ ଥିବା ହେତୁ ଭୂପୃଷ୍ଠରେ ଏହାର ତୀବ୍ରତା ଓ ପ୍ରଭାବ କମ୍ ରହିଥିବା ଅନୁମାନ କରାଯାଉଛି ।