Welcome!

Unlock your personalized experience.
Sign Up

ଭିଜିଲାନ୍ସ ପଞ୍ଝାରେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ, ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

Jul 10, 2026 - 19:48
ଭିଜିଲାନ୍ସ ପଞ୍ଝାରେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ, ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି,୧୦/୭ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜେଇ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁସିଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେ ହାତ ଗିରଫ କରିଛି । ଭିଜିଲାନ୍ସ ବିଭାଗ ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି । ବାରିପଦା ଭିଜିଲାନ୍ସ ୟୁନିଟ ଏହି ଚଢଉରେ ସାମିଲ୍ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍ ଅଧିନରେ ଥିବା ଟଙ୍ଗାଶୋଳ, ଶାଳଗାଁ, ମନଗୋବିନ୍ଦପୁର, ମାଣତ୍ରୀ ଏହିଭଳି ୪ଟି ପଂଚାୟତ ଦାୟିତ୍ୱରେ ରହିଥିଲେ । ଟଙ୍ଗାଶୋଳ ପଞ୍ଚାୟତର ଲେମ୍ବୁସାହିଠାରୁ କେନ୍ଦୁଆ ପର୍ଯ୍ଯନ୍ତ ମେଣ୍ଟାଲ୍ ମୋରମ୍ ୫ଲକ୍ଷ ଟଙ୍କା ଅଟକଳ ମୂଲ୍ଯ କାର୍ଯ୍ଯରେ କନିଷ୍ଠ ଯନ୍ତ୍ରୀ ସୁସିଲ୍ ସିଂ ୩୨ହଜାର ଟଙ୍କା ପିସି ନେଉଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ବ୍ଲକ୍ କାର୍ଯ୍ଯାଳୟରେ ମାଡ଼ି ବସିଲା ବାରିପଦା ଭିଜିଲାନ୍ସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।