ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ୍, ବହୁ ଯାତ୍ରୀ ଆହତ
ସାଲେପୁର, ୧୧।୭ : ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ୍। ବସରେ ଥିବା ବହୁ ଯାତ୍ରୀ ଆହତ। କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏକ ଘରୋଇବସ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା। ବସରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡା ଛକ ନିକଟରେ ଭାରସାମ୍ୟ ହରାଇ ବସଟି ବିଲକୁ ଓଲଟି ପଡିଥିଲା। ଏଥିରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ କରୁଛି।
ଆହୁରି ପଢନ୍ତୁ : କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସଓପି : ଉଚ୍ଚଶିକ୍ଷା ମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।