ଭାରତ ପାଖରେ ରହିଛି ବିଶ୍ୱର ଚତୁର୍ଥ ବୃହତ ରିଫାଇନିଂ କ୍ଷମତା : ପ୍ରଧାନମନ୍ତ୍ରୀ ମୋଦି

Jul 04, 2026 - 19:47
ଭାରତ ପାଖରେ ରହିଛି ବିଶ୍ୱର ଚତୁର୍ଥ ବୃହତ ରିଫାଇନିଂ କ୍ଷମତା : ପ୍ରଧାନମନ୍ତ୍ରୀ ମୋଦି
ପଚପଦରା (ରାଜସ୍ଥାନ) –ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ଆମେରିକାରେ ଗତ ୫୦ ବର୍ଷ ମଧ୍ୟରେ ରିଫାଇନରୀ ( ବିଶୋଧନାଗାର) ନିର୍ମିତ ହୋଇ ନାହିଁ। ୟୁରୋପର ତୈଳ ବିଶୋଧନାଗାରର କ୍ଷମତା ଧିରେ ଧିରେ ହ୍ରାସ ପାଉଛି , କିନ୍ତୁ ଏହି ସମୟରେ ଭାରତ ନିକଟରେ ବିଶ୍ୱର ୪ର୍ଥ ସବୁଠୁ ବଡ଼ରିଫାଇନିଂର କ୍ଷମତା ଅଛି। ସେ ପଶ୍ଚିମ ଏସିଆରେ ଯୁଦ୍ଧ କାରଣରୁ ସୃଷ୍ଟି ଶକ୍ତି ସଙ୍କଟକୁ ନେଇ କହିଛନ୍ତି, ଭାରତ ନିଜର ଭଲ ନୀତି , ଇନ୍ଧନର ଯୋଗାଣର ଉତ୍ସ ଗୁଡ଼ିକରେ ବିବିଧତା ଆଣି ଏବଂ ମଜବୁତ କୂଟନୀତିକ ସମ୍ପର୍କ ମାଧ୍ୟମରେ ବିଶ୍ୱର ସବୁଠାରୁ ବଡ଼ ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରୁ ଗୋଟିଏକୁ ସଫଳତାର ସହିତ ସାମ୍ନା କରିଛି। ଏହାର ବୋଝ ଦେଶର ନାଗରିକଙ୍କ ଉପରେ ବହୁତ କମ୍ ପଡ଼ି ଥିଲା। ରାଜସ୍ଥାନ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ବାଲୋତ୍ରାର ପଚପଦରାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡସମନ୍ୱିତ ରିଫାଇନାରୀ-କମ-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଥିଲେ। ଏହାସହ ସେ ଏକ ଲକ୍ଷ ପାଞ୍ଚ ହଜାର କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟର ଅନଲାଇନ ଉପାୟରେ ଶିଳାନ୍ୟାସ / ଉଦଘାଟନ ଓ ଲୋକାର୍ପଣ କରିଥିଲେ। ବିଶ୍ୱ ବିଶୋଧନ ଭିତ୍ତିଭୂମିର ତୁଳନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଗତ ୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ନୂତନ ବିଶୋଧନାଗାର ନିର୍ମାଣ ହୋଇନାହିଁ, ୟୁରୋପର ବିଶୋଧନାଗାର କ୍ଷମତା ମଧ୍ୟ ଧୀରେ ଧୀରେ ହ୍ରାସ ପାଇଛି ଏବଂ ଏହି ସମୟରେ ଭାରତ ନିକଟରେ ୪ର୍ଥ ସବୁଠୁ ବଡ଼ ରିଫାଇନିଂ କ୍ଷମତା ଅଛି।ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରାଜସ୍ଥାନରେ କଂଗ୍ରେସର ଶାସନ ୨୦୧୮ରୁ ୨୦୨୩ ବେଳେ ଏହି ରିରିଫାଇନରୀର କାମ ସ୍ଥଗିତ ରହିଥିଲା। ପ୍ରଧାନମନ୍ତ୍ରୀଙ୍କ ମୁତାବିକ , ସରକାର ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ସରକାର ତୁରନ୍ତ ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜିକୁ ଘରୋଇ ବ୍ୟବହାରରେ ପରିବର୍ତ୍ତନ କରିଛନ୍ତି ଏବଂ ଘରୋଇ ଗ୍ୟାସ ଉତ୍ପାଦନ ବୃଦ୍ଧି କରିବାକୁ ରିଫାଇନରୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ସାତ ଦିନ ମଧ୍ୟରେ ଏଲପିଜି ଉତ୍ପାଦନ ୩୫,୦୦୦ ମେଟ୍ରିକ୍ ଟନରୁ ୫୪,୦୦୦ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି। ଆହୁରି ମଧ୍ୟ ପଢନ୍ତୁ : ଭାରତର E20 ପେଟ୍ରୋଲ ପ୍ରସ୍ତାବକୁ କାହିଁକି ପ୍ରତ୍ୟାଖ୍ୟାନ କଲା ଭୁଟାନ ? ଜାଣନ୍ତୁ ପ୍ରମୁଖ କାରଣ