06 JULY 2026

Welcome!

Unlock your personalized experience.
Sign Up

ଭାରତ- ଇଂଲଣ୍ଡର ତୃତୀୟ ଟି-୨୦ ସମୟ ବଦଳିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

Jul 05, 2026 - 23:37
ଭାରତ- ଇଂଲଣ୍ଡର ତୃତୀୟ ଟି-୨୦ ସମୟ ବଦଳିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ,୫/୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚର ଟି-୨୦ ସିରିଜ ଖେଳାଯାଉଛି । ନିଜ ମାଟିରେ ଇଂଲିଶ ଟିମ୍ ବହୁ ମଜବୁତ ନଜର ଆସୁଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଯାଇଥିଲା । ସେହିଭଳି ଦ୍ବିତୀୟ ଟି-୨୦ ଇଂଲଣ୍ଡ ଜିତିଥିଲା । ଏବେ ତୃତୀୟ ଟି-୨୦ ମଙ୍ଗଳବାର ୭ ଜୁଲାଇରେ ନଟିଂହାମରେ ଖେଳାଯିବ । ଏହି ମ୍ୟାଚକୁ ଦେଖିବା ଲାଗି ଭାରତୀୟ ଫ୍ୟାନ୍ସଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।ପ୍ରକାଶ ଯେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟା ସମୟରେ ଆରମ୍ଭ ହୋଇଥିଲା । ମ୍ୟାଚର ଟସ୍ ସାଢେ ୬ଟାରେ ହୋଇଥିଲା, କିନ୍ତୁ ତୃତୀୟ ଟି-୨୦ର ସମୟ ପରିବର୍ତ୍ତନ ହୋଇଛି । ଏଥର ମ୍ୟାଚ୍ ବିଳମ୍ବିତ ରାତିରେ ଆରମ୍ଭ ହେବ । ଫ୍ୟାନ୍ସଙ୍କୁ ମ୍ୟାଚର ମଜା ଉଠାଇବା ଲାଗି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗିବାକୁ ପଡ଼ିବ ।

ଭାରତ ଏବଂ ଇଂଲଣ୍ଡର ତୃତୀୟ ଟି-୨୦ ମ୍ୟାଚ୍ ମଙ୍ଗଳବାର ୭ଜୁଲାଇରେ ଟ୍ରେଣ୍ଟ ବ୍ରିଜ ନଟିଂହାମରେ ଖେଳାଯିବ । ଏହି ମ୍ୟାଚର ଟସ୍ ଭାରତୀୟ ସମୟ ଅନୁସାରେ ସାଢେ ୯ଟାରେ ହେବ । ସେହିଭଳି ମ୍ୟାଚର ଆରମ୍ଭ ରାତି ୧୦ଟା ସମୟରେ ହେବ । ଟିଭିରେ ଆପଣ ଏହି ମ୍ୟାଚ୍ ସୋନି ସ୍ପୋର୍ଟ୍ସ ଚ୍ୟାନେଲରେ ଲାଇଭ୍ ଦେଖିପାରିବେ । ସେହିଭଳି ମୋବାଇଲରେ ମ୍ୟାଚ୍ ସୋନି ଲିଭ୍ ଆପ୍ ଏବଂ ଜିୟୋ ହଟଷ୍ଟାର୍ ଆପରେ ଲାଇଭ୍ ଆସିବ ।