ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ଉପରେ ଇରାନ କରିଥିଲା ମିସାଇଲ ହମଲା ? ଜାଣନ୍ତୁ ଭାଇରାଲ ଦାବି ପଛର ସତ
ନୂଆଦିଲ୍ଲୀ – ପାକିସ୍ତାନୀ ସୋସିଆଲ ମିଡିଆ ୟୁଜରମାନେ ଦାବି କରି ଥିଲେ ଯେ, ଭାରତ ଅଭିମୁଖେ ଯାଉଥିବା ଏଲପିଜି ଟ୍ୟାଙ୍କର ଉପରେ ଇରାନ ମିସାଇଲ ଆକ୍ରମଣ କରିଥିଲା। ଏହାକୁ ନେଇ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି। ଅନେକ ଲୋକ ଏହାକୁ ବର୍ତ୍ତମାନର ଆଞ୍ଚଳକି ଉତ୍ତେଜନା ସହ ଯୋଡ଼ି ଦେଖିଛନ୍ତି ଏବଂ ଏହା ଉପରେ ଚିନ୍ତା ବ୍ୟକ୍ତି କରିଛନ୍ତି। ହେଲେ ଅନେକ ଇଣ୍ଟରନେଟ୍ ୟୁଜର ଭାଇରାଲ ଫଟୋର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତ ସରକାରଙ୍କ ଅଫିସିଆଲି ଫ୍ୟାକ୍ଟ ଚେକ୍ ଏଜେନ୍ସି ପିଆଇବି ଏହି ଦାବିର ଯାଞ୍ଚ କରିବା ପରେ ଏହାକୁ ସଂପୂର୍ଣ୍ଣ ଫେକ୍ କହିଛି। ଏଜେନ୍ସି ସ୍ପଷ୍ଟ କରିଛି ଯେ, ଭାଇରାଲ ଫଟୋ ଭାରତ ଆଡକୁ ଯାଉଥିବା କୌଣସି ଏଲପିଜି ଟ୍ୟାଙ୍କର କିମ୍ୱା ସଦ୍ୟ ଇରାନୀ ମିସାଇଲ ହମଲା ସହ କୌଣସି ସମ୍ୱନ୍ଧ ନାହିଁ।
ପିଆଇବି ଲୋକଙ୍କୁ ଅପିଲ କରିଛି ଯେ, ଏମିତି ଭ୍ରମାତ୍ମକ ସୂଚନାକୁ ନେଇ ଭରସା କରନ୍ତୁ ନାହିଁ ଏବଂ ବିନା ଯାଞ୍ଚରେ ଏହାକୁ ଆହୁରି ସେୟାର କରିବାରୁ ନିବୃତ୍ତ ରୁହନ୍ତୁ। ପ୍ୟାକ୍ଟ ଚେକ୍ ଅନୁସାରେ , ସୋସିଆଲ ମିଡିଆରେ ଭାଇରାଲ କରାଯାଉ ଥିବା ଫଟୋ ବାସ୍ତବରେ ଏକ ପୁରୁଣା ଘଟଣାର। ଏହି ଫଟୋ ୧୮ ଅକ୍ଚୋବର ୨୦୨୫ରେ ୟେମେନର ଅଦନ ତଟ ନିକଟରେ କ୍ୟାମରୁନର ପତାକା ଥିବା ଏଲପିଜି ଟ୍ୟାଙ୍କର ଏମଭି ଫାଲକନ ଉପରେ ହୋଇଥିବା ବିସ୍ଫୋରଣ ଓ ଏହାପରେ ହୋଇ ଥିବା ଅଗ୍ନିକାଣ୍ଡ ଘଟଣା ସହ ଜଡ଼ିତ। ଏହି ସମୟରେ ଜାହାଜରେ ବିସ୍ଫୋରଣ ହେବା ପରେ ଭୀଷଣ ନିଆଁ ଲାଗିଥିଲା , ଯାହାପରେ ଚାଳକ ଦଳର ସଦସ୍ୟଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ସୁରକ୍ଷା ଓ ରିଲିଫ ଅଭିଯାନ ଚଲାଯାଇ ଥିଲା। ଏହି ଘଟଣାରେ ୨୩ ଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇ ଥିଲା।
ଯାଞ୍ଚ ଏଜେନ୍ସି ମୁତାବିକ ,କିଛି ପ୍ରଚାର କରୁଥିବା ଆକାଉଣ୍ଟ ଜାଣିଶୁଣି ପୁରୁଣା ଫଟୋ ଓ ଭିଡ଼ିଓର ବ୍ୟବହାର କରି ଲୋକଙ୍କ ମଧ୍ୟରେ ଭ୍ରମ ପ୍ରସାର କରିବାକୁ ଚେଷ୍ଟା କରାଯାଉଛି। ଏମିତି ଭ୍ରାମାତ୍ମକ ଦାବି ସମ୍ୱେଦନଶୀଳ ଅନ୍ତର୍ଜାତୀୟ ପରିସ୍ଥିତି ଗୁଡ଼ିକରେ ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଚିନ୍ତା ସୃଷ୍ଟି କରିପାରେ। ଏଜେନ୍ସି ନାଗରିକଙ୍କୁ ଅପିଲ କରିଛି ଯେ, କୌଣସି ବି ସମ୍ୱେଦନଶୀଳ ଖବର ,ଭିଡିଓ କିମ୍ୱା ଦାବି ଉପରେ ବିଶ୍ୱାସ କରିବା ପୂର୍ବରୁ ଏତହାର ସତ୍ୟତା ଯାଞ୍ଚ ଅବଶ୍ୟ କରନ୍ତୁ।
ଆହୁରି ମଧ୍ୟ ପଢନ୍ତୁ : bizarre flight accident : ଉଡ଼ନ୍ତା ବିମାନର ବାହାରି ଗଲା ଝରକା , ଆକାଶରେ ଝୁଲି ରହିଲେ ଯାତ୍ରୀ !
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।