ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧ୍ବସ୍ତିବଧ୍ବସ୍ତ ଜିମ୍ବାଓ୍ବେ; ଭାରତ ଆଗରେ ୧୨୬ ରନ୍ର ବିଜୟଲକ୍ଷ୍ୟ
ନୂଆଦିଲ୍ଲୀ,୨୩/୦୭: ପ୍ରଥମ ଟି-୨୦ ମ୍ୟାଚ୍ରେ ଜିମ୍ବାୱେ ୧୨୫ ରନ୍ କରିଛି। ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୟଙ୍କ ଯାଦବ ମ୍ୟାଚ୍ର ପ୍ରଥମ ବଲ୍ରେ ହିଁ ଆୟୋଜକ ଜିମ୍ବାୱେକୁ ଗୋଟିଏ ଝଟକା ଦେଇଥିଲେ। ଜିମ୍ବାୱେର ବ୍ୟାଟରମାନେ ତିନି ଦ୍ରୁତ ବୋଲର-ମୟଙ୍କ ଯାଦବ, ଅଶୋକ ଶର୍ମା ଏବଂ ପ୍ରିନ୍ସ ଯାଦବଙ୍କ ଘାତକ ବୋଲିଂକୁ ସହ୍ୟ କରିପାରି ନଥିଲେ। ମୟଙ୍କ ଯାଦବ ଓପନିଂ ଡେଲିଭରିରେ ବ୍ରାଏନ୍ ବେନେଟ୍ଙ୍କୁ ଆଉଟ୍ କରିଥିଲେ। ମୟଙ୍କ ଦୁଇ କିମ୍ବା ତା'ଠାରୁ ଅଧିକ ଥର ଟି-୨୦ ଇନିଂସର ପ୍ରଥମ ବଲ୍ରେ ୱିକେଟ୍ ହାସଲ କରିବାରେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି। ତାଙ୍କ ପୂର୍ବରୁ, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ତିନି ଥର ଏହି ସଫଳତା ହାସଲ କରିଛନ୍ତି। ଏହି ପରିପ୍ରେକ୍ଷିରେ ଅର୍ଶଦୀପ ସିଂହ ଦୁଇ ଥର ଟି-୨୦ ଇନିଂସର ପ୍ରଥମ ବଲ୍ରେ ୱିକେଟ୍ ନେଇଛନ୍ତି।
ଏହି ମ୍ୟାଚ୍ରେ ନୂତନ ସ୍ପିଡ୍ ସେନସେସନ୍ ଅଶୋକ ଶର୍ମା ତାଙ୍କର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଯଦିଓ ସେ କୌଣସି ୱିକେଟ୍ ନେଇ ନଥିଲେ, କିନ୍ତୁ ସେ ଏକ କଡ଼ା ସ୍ପେଲ୍ କରି ଚାରି ଓଭରରେ ମାତ୍ର ୨୯ ରନ୍ ଦେଇଥିଲେ। ସ୍କୋର ୬୪ ରେ ପହଞ୍ଚିବା ବେଳକୁ ଜିମ୍ବାୱେ ଦଳର ଅଧା ଓ୍ବିକେଟ ପଡ଼ିସାରିଥିଲା। ଏହାରି ଭିତରେ ୱେସଲି ମାଧେଭେରେ ଏବଂ ତାଡିୱାନାଶେ ମାରୁମାନି ଏକ ଗୁରୁତ୍ୱପୂର୍ଣ୍ଣ ୫୭ ରନ୍ ଭାଗୀଦାରି କରିଥିଲେ, ଯାହା କୌଣସି ପ୍ରକାରେ ଜିମ୍ବାୱେର ମୋଟ ସ୍କୋରକୁ ୧୦୦ ରନ୍ ଅତିକ୍ରମ କରିବାରେ ସହାୟକ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।