WEDNESDAY
01 JULY 2026

Welcome!

Unlock your personalized experience.
Sign Up

‘ଭାଣିଜୀ ସହ ଖରାପ ସମ୍ପର୍କ ରଖିଥିଲେ ପୂଜକ, ମାରିଦେଲି’

Jul 01, 2026 - 18:00
‘ଭାଣିଜୀ ସହ ଖରାପ ସମ୍ପର୍କ ରଖିଥିଲେ ପୂଜକ, ମାରିଦେଲି’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦା ପୂଜାରୀ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପୂଜାରୀଙ୍କ ହତ୍ୟା ପଛରେ ରହିଥିଲା ଖରାପ ସମ୍ପର୍କ । ଅଭିଯୁକ୍ତ କହିଛି କି, ଭାଣିଜୀ ସହ ଅସଞ୍ଜତ ଅବସ୍ଥାରେ ଦେଖିଲି । ରାଗ ସମ୍ଭାଳି ପାରିଲିନି ପୂଜକଙ୍କୁ ମାରିଦେଲି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମାମୁଁ ରାମ ବିଶାଲ ଏବଂ ଭାଣିଜୀଙ୍କୁ ଗିରଫ କରିଛି । ଉଭୟଙ୍କୁ ଜେଲକୁ ପଠାଇଥିବାବେଳେ ପଚରାଉଚରା ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ମୋବାଇଲ ଯାଞ୍ଚ ସହ ଅନେକ ଦିଗକୁ ଲକ୍ଷ୍ୟ କରି ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ପାଲଟିଛି ପ୍ରତ୍ୟକ୍ଷଦର୍ଶୀ ଥିବା ଶିଷ୍ୟା ବାରମ୍ବାର ନିଜର ବୟାନ ବଦଳାଉଛନ୍ତି । ତେବେ ପୁଲିସ ପକ୍ଷରୁ କୁହାଯାଇଛି କି, ମାମଲାକୁ ଭଣ୍ଡୁର କରିବା ପାଇଁ ଏଭଳି ବୟାନ ବଦଳାଉଛନ୍ତି ।

ତେବେ ଏହି ହତ୍ୟା ଘଟଣାଟି ଘଟିଛି ଜୁନ୍ ୨୦, ୨୧ ରାତିରେ । ପୂଜକଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ସେଠାରେ ଥିବା ଜଣେ ଶିକ୍ଷ୍ୟା ପୂଜକଙ୍କ ପରିବାର ଏବଂ ପୁଲିସକୁ ସୂଚନା ଦେଇଥିଲେ ।

ତେବେ ଯେଉଁ ଶିଷ୍ୟା ପୁଲିସକୁ ତଥ୍ୟ ଦେଇଥିଲେ ତାଙ୍କ ସମ୍ପର୍କରେ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ସେ ହେଉଛନ୍ତି ଅଭିଯୁକ୍ତଙ୍କ ଭାଣିଜୀ । ତାଙ୍କର ଦେହ ଖରାପ ରହୁଥିବାବେଳେ ପୂଜକଙ୍କ ପାଖକୁ ମାମୁଁ ନେଇଥିଲେ । ପରେ ସୁସ୍ଥ ହେବା ପରେ ବାବାଙ୍କ ପାଖକୁ ସବୁବେଳେ ଯାଉଥିଲେ । ପରେ ସେ ଶିଷ୍ୟା ହୋଇଥିବାବେଳେ ବାବାଙ୍କ ସହ ଆଶ୍ରମଣେ ରହିଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଚର୍ଚ୍ଚା ପରେ ଏହି ହତ୍ୟା ଘଟିଛି । ଆଉ ଏବେ ଯୁବତୀ ଜଣକ ବାରମ୍ବାର ନିଜର ବୟାନ ବଦଳାଉଛନ୍ତି ।

ଏହାସହ ପଢ଼ନ୍ତୁ : ଟିଏମସି ସାଂସଦ ଆଣିଲେ ସାଙ୍ଘାତିକ ଅଭିଯୋଗ, ଜାଣିଶୁଣି ମାରୁଛନ୍ତି ଅଣ୍ଡା-ବାଇଗଣ