WEDNESDAY
01 JULY 2026

Welcome!

Unlock your personalized experience.
Sign Up

ଭାଣିଜୀକୁ ହତ୍ୟା ଘଟଣାରେ ମାମୁଁଙ୍କୁ ଫାଶୀଦଣ୍ଡ

Jun 30, 2026 - 22:57
ଭାଣିଜୀକୁ ହତ୍ୟା ଘଟଣାରେ ମାମୁଁଙ୍କୁ ଫାଶୀଦଣ୍ଡ

​​​​​​​ବ୍ରହ୍ମପୁର, ୩୦।୬ : ଭାଣିଜୀକୁ ହତ୍ୟା ଘଟଣାରେ ମାମୁଁଙ୍କୁ ଫାଶୀ ଦଣ୍ଡ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଆଡହକ) ପୋକ୍ସୋ କୋର୍ଟ । ଅଭିଯୁକ୍ତ ମାମୁଁ ଜଣକ ହେଲେ ଶିପିରିଆନ୍ ଦିଗାଲ ।

ଗତ ୨୦୨୨ ମସିହା ଏପ୍ରିଲ ୨୫ ତାରିଖରେ ଗୋଇଲୁଣ୍ଡି ବିଦ୍ୟାନଗରରେ ହୋଇଥିଲା ହତ୍ୟାକାଣ୍ଡ.୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଶୁଣାଇଛନ୍ତି ଉପରୋକ୍ତ ରାୟ ।ଶିପିରିଆନ୍ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଫୁଲବାଣୀ ଜେଲରେ ଥିଲେ ।ଫୁଲବାଣୀ ଜେଲରୁ ପାରୋଲରେ ନିଜ ଭଉଣୀ ଘରକୁ ଆସି ନିଜ ଭାଣିଜୀକୁ କିରୋସିନି ଢ଼ାଳି ହତ୍ୟା କରିଥିଲେ । ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଆଡହକ) ପକ୍ସୋ କୋର୍ଟ ରାୟ ଶୁଣାଇଥିବା କହିଛନ୍ତି ସରକାରୀ ଓକିଲ।

ଆହୁରି ପଢନ୍ତୁ : ଏକତରଫା ପ୍ରେମ : ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳି ଦେବାକୁ ବିବାହିତ ପୁରୁଷର ଉଦ୍ୟମ