29 JUNE 2026

Welcome!

Unlock your personalized experience.
Sign Up

ବେଜିଂ ବିମାନ ଦୁର୍ଘଟଣା,ଭଗ୍ନାବଶେଷର ଫଟୋ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଗାଏବ୍

Jun 28, 2026 - 18:40
ବେଜିଂ ବିମାନ ଦୁର୍ଘଟଣା,ଭଗ୍ନାବଶେଷର ଫଟୋ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଗାଏବ୍

ବେଜିଂ,୨୮।୬: ଚୀନ୍‌ରେ ସିଙ୍ଗିଲ ଇଞ୍ଜିନ, ଟୁ-ସିଟର ଶୁକ୍ରବାର ବେଜିଂର ସବୁଠାରୁ ଉଚ୍ଚ ବିଲ୍ଡିଂ (୫୨୮ ମିଟର) ସହ ମାଡ ହୋଇଥିଲା। ବିମାନରେ କେବଳ ପାଇଲଟ୍ ଥିଲେ, ଯାହାଙ୍କର ମୃତ୍ୟୁ ହୋଇଯାଇଛି। ସେଭଳି ବିଲ୍ଡିଂରେ ଥିବା ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିଲ୍ଡିଂ ବାହାରେ ଥିବା ଦୁଇଟି ବଡ ବଡ କାଚ ଭାଙ୍ଗି ଯାଇଛି ଓ ସେଠାରେ ବଡ ଛିଦ୍ର ହୋଇଯାଇଛି। ଏହି ବିଲ୍ଡିଂ ବେଜିଂର ସେଣ୍ଟ୍ରାଲ ବିଜନେସ୍ ଡିଷ୍ଟ୍ରିକ୍ଟରେ ହୋଇଥିଲା, ଯାହାକି ଚୀନ୍‌ର ଶୀର୍ଷ ନେତାଙ୍କ ସରକାରୀ ପରିସର ଝୋଙ୍ଗନାନହାଇଙ୍କ ପାଖରେ ଥିଲେ। ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ବେଜିଂରେ ୨୦୨୨ ରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ଦୁଇଟି ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

ନିକଟରେ କିଛି ମିନିଟ୍ ଭିତରେ ଚୀନ୍ ସୋସିଆଲ ମିଡିଆ ପ୍ଳାଟଫର୍ମରୁ ଘଟଣାସ୍ଥଳର ଭିଡିଓ, ଜଳନ୍ତା ଭଗ୍ନାବଶେଷର ଫଟୋ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଗାଏବ ହୋଇଯାଇଛି। ଯେମିତି କେବେ କିଛି ହିଁ ହୋଇନି। ଏବେ ପ୍ରଶ୍ନ ଉଠୁଛି ଯେ, କ’ଣ ଚୀନ୍ ନିଜର ଛବିକୁ ବଞ୍ଚାଇବା ପାଇଁ ମଣିଷର ଜୀବନ ସହ ଖେଳୁଛି। କ’ଣ ଏହା କେବଳ ଏକ ଦୁର୍ଘଟଣା ଥିଲା, ନା ପାଇଲଟଙ୍କ ଅବହେଳା ଥିଲା ? ଚୀନ୍‌ର ବିମାନ ସୁରକ୍ଷା ବ୍ୟବସ୍ଥାରେ କୌଣସି ବଡ ଭୁଲ୍ ଥିଲା ନା ପାଇଲଟଙ୍କ ଅବହେଳା ଥିଲା କିମ୍ବା ପରେ ଚୀନ୍‌ର ବିମାନ ସୁରକ୍ଷା ବ୍ୟବସ୍ଥାରେ ଭୁଲ ଥିଲା ? ଶେଷରେ ବେଜିଂ ଦୁନିଆଠାରୁ କ’ଣ ଲୁଚାଇବାକୁ ଚାହେଁ ? ଆସନ୍ତୁ ଜାଣିବା ଚୀନ୍ ଏଭଳି କାହିଁକି କରୁଛି ?

କିଭଳି କାମ କରୁଛି ଚୀନ୍‌ର ସେନ୍ସରସିପ୍ ?

ଚୀନ୍ର ଇଣ୍ଟରନେଟ୍‌ର ଅର୍ଥ ତାହା ନୁହେଁ, ଯାହା ବାକି ଦୁନିଆରେ ରହିଛି। ଚୀନ୍ ଗ୍ରେଟ୍ ଫାୟାରବଲ୍ ଜରିଆରେ ନିଜ ଦେଶର ଇଣ୍ଟରନେଟ୍କୁ ପୁରାପୁରି ନିୟନ୍ତ୍ରିତ କରିଥାଏ। ବେଜିଂ ଦୁର୍ଘଟଣାର ତୁରନ୍ତ ପରେ ଚୀନ୍ର ଇଣ୍ଟରନେଟ୍ ସେନ୍ସରସିପ୍ ଏଜେନ୍ସି ସାଇବରସ୍ପେସ୍ ଆଡମିନଷ୍ଟେ୍ରସନ୍ ଅଫ୍ ଚାଇନା (ସିଏସି)ସକ୍ରିୟ ହୋଇଯାଇଛି।

କିଓ୍ବାର୍ଡ ବ୍ଲକ୍ କରିବା:ୱେଇବୋ(ଚୀନ୍‌ ଟ୍ବିଟର),ଭିଚାଟ୍ ଓ ଡୋଇନ୍ (ଚୀନ୍‌ ଟିକଟକ୍)ରେ ବେଜିଂ ପ୍ଲେନ୍ କ୍ରାସ, ବିମାନରେ ନିଆଁ ଓ ଫ୍ଲାଇଟ ଦୁର୍ଘଟଣା ଭଳି ଶବ୍ଦକୁ ତୁରନ୍ତ ବ୍ଲକ କରି ଦିଆଯାଇଛି।

ଆକାଉଣ୍ଟ ସସ୍ପେନସପ୍ : ଯେଉଁ ସ୍ଥାନୀୟ ଲୋକ ଦୁର୍ଘଟଣାର ଫଟୋ କିମ୍ବା ଭିଡିଓ ଅପଲୋଡ୍ କରିଥିଲେ। ତାଙ୍କର ଆକାଉଣ୍ଟକୁ କିଛି ମିନିଟ୍ରେ ସସପେଣ୍ଡ କରି ଦିଆଯାଇଥିଲା କିମ୍ବା ତାଙ୍କ ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଛି।

ଷ୍ଟେଟ୍ ମିଡିଆର ଏକାଧିକାର : ଦୁର୍ଘଟଣାର କେବଳ ସେହି ସୂଚନା ବାହାରକୁ ଆସିଛି, ଯାହାକୁ ସିଂହୁଆ କିମ୍ବା ଗ୍ଳୋବାଲ୍ ଟାଇମ୍ସ ଭଳି ସରକାରୀ ସମାଚାର ଏଜେନ୍ସି ଫିଲ୍ଟର କରି ଜାରି କରୁଛନ୍ତି।

ଚୀନ୍ କାହିଁକି ଲୁଚାଉଛି ଫଟୋ

୧- ସାମାଜିକ ସ୍ଥିରତାର ବାହାନା: ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ବଡ ଡର ଜନତାଙ୍କ ଭିତରେ କିଭଳି ଅସନ୍ତୋଷ ସୃଷ୍ଟି ନହେବା। ଲୋକଙ୍କ ଭିତରେ ଏଭଳି ଭୟଙ୍କର ଭିଡିଓ ଜନତାଙ୍କ ଭିତରେ ଆତଙ୍କ ସୃଷ୍ଟି କରିପାରେ। ସରକାର ଏହାକୁ ସାମାଜିକ ସ୍ଥିରତା ବଜାୟ ରଖିବାର ନାଁ ଦେଇଛନ୍ତି।

୨- ଆଭିଏସନ୍ ଇଣ୍ଡଷ୍ଟ୍ରୀ ଓ ଇନଫ୍ରାଷ୍ଟକଚର ଛବି

ଚୀନ୍ ଦୁନିଆର ସବୁଠାରୁ ବଡ ଆଭିଏସନ୍ ମାର୍କେଟ। ସେ ନିଜର ସ୍ବଦେଶୀ ବିମାନ (ଯେପରିକି C919) କୁ ମଧ୍ୟ ପ୍ରମୋଟ୍ କରୁଛି। ବିମାନ ଦୁର୍ଘଟଣାର ଫଟୋ ଚୀନ୍ର ସୁରକ୍ଷିତ ଇନଫ୍ରାଷ୍ଟକରର ଦାବିର ପୋଲ୍ ଖୋଲିପାରେ।

୩-ନିଜ ସୋର୍ସ ଇଣ୍ଟିଲିଜେନ୍ସ ଏହି ସମୟରେ, ଏକ ଛୋଟ ଫଟୋ କିମ୍ବା ଭିଡିଓ କ୍ଲିପ୍ରୁ ପଶ୍ଚିମ ଦେଶର ସ୍ବତନ୍ତ୍ର ଆଭିଏସନ୍ ଏକ୍ସପର୍ଟ ଦୁର୍ଘଟଣାର ପ୍ରକୃତ କାରଣ (ଯେପରି ଇଞ୍ଜିନ ଫେଲ୍ୟୁଅର, ମିସାଇଲ ଷ୍ଟ୍ରାଇକ୍ କିମ୍ବା ମେଣ୍ଟନାନ୍ସର ଅଭାବ) ବିଷୟରେ ଜାଣିବା।

ସ୍ବଚ୍ଛତାର ଅଭାବ

ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO) ପ୍ରୋଟୋକଲ ଅନୁଯାୟୀ, ଭବିଷ୍ୟତର ଘଟଣାଗୁଡ଼ିକୁ ରୋକିବା ପାଇଁ ବିମାନ ଦୁର୍ଘଟଣା ତଦନ୍ତ ସ୍ୱଚ୍ଛ ହେବା ଆବଶ୍ୟକ। ଦୁର୍ଘଟଣାର ଚିତ୍ର ଏବଂ ତଥ୍ୟ କେବଳ ଦୁଃଖଦ ନୁହେଁ, ବରଂ ବିମାନ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମଧ୍ୟ। ଚିତ୍ରଗୁଡ଼ିକୁ ହଟାଇବା ଦ୍ୱାରା ଚୀନର ରାଜନୈତିକ ପ୍ରତିଛବି ରକ୍ଷା କରାଯାଇପାରେ, କିନ୍ତୁ ଏହାର ପ୍ରଭାବ ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱାସର ନିରନ୍ତର କ୍ଷୟ ହେବ।